ଏବେ ସାରା ବିଶ୍ୱରେ ଗୋଟିଏ ଚର୍ଚ୍ଚା ! ବାଃ ରେ ହିରୋ , ଏହି ବ୍ୟକ୍ତି ଙ୍କ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

0

ତାଲିବାନ କବଳରୁ ଖସି ପଳାଇବା ପାଇଁ ଚାଲିଛି ପ୍ରତୀଯୋଗିତା , ସଙ୍ଗଠନର ଧମକରେ ଦେଶ ଛାଡି ପଳାଇଲେ ଖୋଦ ରାଷ୍ଟ୍ରପୁରଧା ରାଷ୍ଟ୍ରପତି ଅଶ୍ରବ ଘୋନି । ପରେ ନିଜ ନିଜ ଦେଶକୁ ଫେରିଯାଉଛନ୍ତି ରାଷ୍ଟ୍ରଦୂତ ଓ କର୍ମଚାରୀ । ହେଲେ ଜଣ ରାଷ୍ଟ୍ରଦୂତ ଙ୍କୁ ଡରେଇ ପାରିନି ତାଲିବାନଙ୍କ ନାଲି ଆଖି , ନିଜ ଜୀବନକୁ ଖାତିର ନକରି ସେଠାରେ ଅଟକି ରହିଛନ୍ତି ରାଷ୍ଟ୍ରଦୂତ । ତାଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା , ସେ ହେଉଛନ୍ତି ଡେୟାରିଂ ଆମ୍ୱାସୋଡର ସାର୍ ଲୋରି ଭ୍ରିଷ୍ଟ । ତାଲିବାନ ଧମକରେ ଏଠାରେ ଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଭବନ ଗୁଡିକ ବନ୍ଦ ହୋଇଯାଇଛି । ପ୍ରାଣ ବଞ୍ଚାଇ ନିଜ ନିଜ ଦେଶକୁ ଫେରି ଯାଉଛନ୍ତି ରାଷ୍ଟ୍ରଦୂତ ।

ହେଲେ ଜୀବନକୁ ଖାତିର ନକରି ସାହାସିକତାର ପରିଚୟ ଦେଇଛନ୍ତି ଲୋରି ଭିଷ୍ଟ । ଏଠାରେ ଫସିଥିବା ନିଜ ଦେଶବାସୀଙ୍କୁ ନମୁକଳିବା ଯାଏଁ ସେ ମଧ୍ୟ ଅଟକି ରହିବେ ବୋଲି ଘୋଷଣା କରିଛନ୍ତି । ଜୀବନ ଚାଲିଯିବ ପଛେ ଏଠାରେ ଥିବା ପାଖାପାଖି 4 ହଜାର ବ୍ରିଟେନ ପ୍ରବାସୀ ଏବଂ ଆଫଗାନ କର୍ମୀଙ୍କୁ ନମୁକଳିବା ଯାଏଁ ନିଜେ କୁଆଡେ ଯିବେନି ବୋଲି ଭ୍ରିଷ୍ଟ ସ୍ପଷ୍ଟ କରିଛନ୍ତି । ଲୋରି ଭ୍ରିଷ୍ଟଙ୍କ ଏପରି ସାହସିକତା ମନୋଭାବ ପାଇଁ ସେ ପାଲଟି ଯାଇଛନ୍ତି ଦ ଗ୍ରେଟ ହିରୋ ବ୍ରିଟେନ । ଦ ସନ୍ ର ସୂଚନା ମୁତାବକ ଏଯାଏଁ ଦୁଇଶହ ବ୍ରିଟେନ ବାସୀଙ୍କୁ ନିଜ ଦେଶକୁ ପଠା ଯାଇଛି । ଉଦ୍ଧାର କାର୍ଯ୍ୟ ତାଙ୍କ ତତ୍ତ୍ୱବଧାନରେ ହେଉଛି ।

ଆହୁରି ଅନେକ ବ୍ରିଟେନ ବାସୀଙ୍କୁ ନେଇ ତା ସହ ଆଫଗାନିସ୍ତାନର ସରକାରୀ କର୍ମଚାରୀ ଓ ସେନାରେ ଥିବା କ୍ରର୍ମୀଙ୍କୁ ନେଇ ମଧ୍ୟ ସେ ଚିନ୍ତାବ୍ୟକ୍ତ କରିଛନ୍ତି । ଗୋଟିଏବି ନାଗରିକ ମାନଙ୍କ ଜୀବନ ବଞ୍ଚାଇବା ଏବେ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ବ୍ରିଷ୍ଟ କହିଛନ୍ତି । ଏପରି ସାହସିକତା କାର୍ଯ୍ୟ ପାଇଁ ବିଶ୍ୱବାସୀ ତାଙ୍କ ପ୍ରଶଂସାରେ ଶତମୁଖ । କିନ୍ତୁ ଲୋକମାନଙ୍କ ଏକ ପ୍ରକାର ଭୟ ସୃଷ୍ଟି ଯୋଗୁଁ ସେମାନେ ନିଜର ଜୀବନକୁ ବଞ୍ଚାଇବା ପାଇଁ ଅସ୍ତବ୍ୟସ୍ତ ହୋଇ ବିମାନରେ ଚଢୁଛନ୍ତି ହଜାର ହଜାର ଲୋକ । ବିମାନରେ ଲୋକମାନଙ୍କ ପାଇଁ ସ୍ଥାନ ପର୍ଯ୍ୟବେଶିତ ନଥିଲେ ମଧ୍ୟ ସେମାନେ ନିଜ ଜୀବନ ବିକଳରେ ବିମାନରେ ଓହଳି ତଥା ବିପଦଜ୍ଜନକ ଭାବରେ ଯାତ୍ରା କରୁଛନ୍ତି ।

କିନ୍ତୁ ଏମିତି ଏକ ପରିସ୍ଥିତିରେ ନିଜର ସାହାସିକତା ଦେଖାଇଛନ୍ତି ସାର୍ ଲୋରି ବ୍ରିଷ୍ଟ , ସେ କହିଛନ୍ତି କି ଯେପର୍ଯ୍ୟନ୍ତ ମୋର ଦେଶବାସୀ ମାନଙ୍କୁ ନମୁକଳିବା ଯାଏଁ ସେ ଏହି ସ୍ଥାନରୁ ଯିବେ ନାହିଁ । ସେଥିପାଇଁ ଲୋକମାନେ କିପରି ଭାବରେ ସୁରକ୍ଷିତ ଅବସ୍ଥାରେ ନିଜ ନିଜ ଦେଶରେ ପହଞ୍ଚି ପାରିବେ ସେଥିପାଇଁ ସେ ନିଜେ ଏହାର ତତ୍ତ୍ୱବଧାନ ଭାର ତୁଲାଉଛନ୍ତି । ନିଜର ସାହାସିକତା ପାଇଁ ଦେଶବାସୀ ମାନେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।