ଦେଖନ୍ତୁ ଭିଡ଼ିଓ – ବାବା ବେଶରେ ପ୍ରେମିକା କୁ ଦେଖା କରିବା ପାଇଁ ଯାଇ ଥିଲେ ପ୍ରେମିକ, ଏହା ପରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ

0

ତେବେ ଏମିତି ଏକ ଘଟଣା ଆପଣ ଟିଭି ସିନେମା ରେ ନିଶ୍ଚୟ ଦେଖିଥିବେ କିନ୍ତୁ ବାସ୍ତବିକ ଜୀବନରେ ଏପରି ଏକ ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗୁଥିବ । ତେବେ ଚଳଚ୍ଚିତ୍ର ରେ ଆପଣ ଦେଖିଥିବେ ଯେ ପ୍ରେମିକା ର ବାପା କୁ ମନାଇବା ପାଇଁ ପ୍ରେମିକ ସବୁ କଣ କଣ କରିଥାଏ । କିନ୍ତୁ ଆଜି ର ଏହି ଘଟଣା ଟିକେ ଭିନ୍ନ ମୋଡ଼ ନେଇ ଆସିଛି । ତେବେ ପ୍ରେମିକା ର ମା ବାପା ଙ୍କୁ ମନାଇବା ପାଇଁ ପ୍ରେମିକ ଆପଣେଇ ଥିଲେ ଏକ ଭିନ୍ନ ଉପାୟ କିନ୍ତୁ ସବୁ ଭଣ୍ଡୁର ହୋଇଗଲା । ବାବା ବେଶରେ ପ୍ରେମିକା କୁ ଦେଖିବାକୁ ଆସି ଫସି ଗଲେ ଯୁବକ ।

ଏପରିକି ପିଲା ଚୋର ଭାବି ଧରି ପକାଇଲେ ଲୋକ ମାନେ । ଆଉ ସବୁଠୁ ବଡ଼ କଥା ହେଲା ବାବା ଙ୍କ ବୟସ କୁ ତାଙ୍କ ଦାଢ଼ି ଓ ଜଟା ମ୍ୟାଚ୍ କରୁ ନଥିଲା । କିଛି ଲୋକ ଯୁବକ ଜଣଙ୍କୁ କାବୁ କରି ପଚରା ଉଚୁରା କରିବା ପରେ ଯୁବକ ଜଣକ କିଛି ବି ମଧ୍ୟ ଉତ୍ତର ଦେଇ ନଥିଲେ।

ଯାହା ଫଳରେ କିଛି ଲୋକ ସନ୍ଦେହ କରି ବାବା ଙ୍କ ଦାଢ଼ି କୁ ଟାଣି ଦେବା ପରେ ବାବା ଙ୍କ ସତ୍ୟତା ସାମ୍ନା କୁ ଆସି ଥିଲା । ପ୍ରେମିକ ବାବା ଜଣଙ୍କ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ଜଣେ କଲେଜ୍ ଛାତ୍ର । ବାବା ବେଶ ଧରି ନିଜ ପ୍ରେମିକା କୁ ଦେଖା କରିବା ପାଇଁ ଯାଜପୁର ରୋଡ ଆସିଥିଲେ ।ହେଲେ ଯୁବକ ଙ୍କ ହାବ ଭାବ ଦେଖି କିଛି ଲୋକ ତାଙ୍କୁ ସନ୍ଦେହ କରିଥିଲେ । ସ୍ଥାନୀୟ ଲୋକ ଜଣେ ତାଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ ।

ହେଲେ ବାବା ନ ଅଟକି ଥିବାରୁ ସେମାନେ ତାଙ୍କ ହାତ ଧରି ପକାଇ ଥିଲେ । ଆଉ ପଚାରି ଥିଲେ ବାବା ତୁମେ କେଉଁଠୁ ଆସିଥିଲ । ବାବା ଉତ୍ତର ରେ କହିଥିଲେ ସେ ହିମାଳୟ ରୁ ଆସିଛନ୍ତି ବୋଲି । ବାବା ଙ୍କ ଚୁଟି ଦାଢ଼ି ଦେଖି ତାଙ୍କୁ ଲୋକ ମାନେ ସନ୍ଦେହ କରିଥିଲେ । ବାବା ଙ୍କ ଦାଢ଼ି ଟାଣି ଦେବାରୁ ନକଲି ଦାଢ଼ି ଖସି ଯାଇଥିଲା ଓ ବାବା ଭଣ୍ଡ ବୋଲି ଜଣା ପଡିଥିଲେ ।

ତେବେ ଚାହୁଁ ଚାହୁଁ ଲୋକ ମାନଙ୍କ ର ସେଠାରେ ଭିଡ଼ ଜମି ଥିଲା । ଆହୁରି ମଧ୍ୟ ଲୋକ ମାନେ ପିଲା ଚୋର ବୋଲି ସନ୍ଦେହ କରିଥିଲେ ଓ ଏହି ବିଷୟ ରେ ପୋଲିସ୍ କୁ ଫୋନ୍ କରି ଜଣାଇ ଥିଲେ । ପଚରା ଉଚୁରା ପରେ ଜଣା ପଡିଥିଲା ଯେ ଯୁବକ ଜଣକ ଯେଉଁ ଯୁବତୀ ଙ୍କୁ ପ୍ରେମ କରୁଥିଲେ ସେହି ଯୁବତୀ ଙ୍କ ଘର ଲୋକ ମାନି ନଥିଲେ ଓ ସେ ଏମିତି ବାବା ବେଶ ଧାରଣ କରି ପ୍ରେମିକା ଜଣଙ୍କୁ ଦେଖା କରିବା ପାଇଁ ଆସିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।