ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର | ଦୁଇ ଦିନ ପୂର୍ବରୁ ଭୁବନେଶ୍ୱରର ଏଆରପୋର୍ଟ ନିକଟରେ ଏକ କାରରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ସେମାନଙ୍କ ଚୋରା ପ୍ରୀତିକୁ ସମସ୍ତଙ୍କ ଆଗକୁ ଆଣିଥିଲେ ଓ ପ୍ରକୃତିଙ୍କୁ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା |ତୃପ୍ତି ଏହା ମଧ୍ୟ କହିଥିଲେ କି ସେମାନେ ଦେଢ ବର୍ଷ ହେଲାଣି ଲିଭ ଇନରେ ଅଛନ୍ତି ବୋଲି |ତାପରେ ବାବୁସାନ ଓ ପ୍ରକୃତି ସୋସିଆଲ ମିଡିଆରେ ନିଜର ମନ୍ତବ୍ୟ ରଖି କହିଥିଲେ କି ସେମାନେ କେବଳ ଭଲ ବନ୍ଧୁ କିନ୍ତୁ ଏ କଥାକୁ ତୃପ୍ତି ଓ ବାବୁସାନଙ୍କ ପରିବାର ପ୍ରତ୍ୟାଖାନ କରିଥିଲେ |ତେବେ ଆଜି ଏକ ଭିଡିଓରେ ସେମାନଙ୍କୁ ପୁଣି ଗୋଟିଏ ରୁମରେ ଦେଖିବାକୁ ମିଳିଛି,ଆସନ୍ତୁ ଜାଣିବାକୁ ସେ ସମ୍ପର୍କରେ |
ଫିଲ୍ମ ପ୍ରୋମସନ ଓ ଉତ୍କଳ ଆଶ୍ସୋସିଏସନ ଅଫ ମାଡ୍ରାସ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସେଲିବ୍ରେସନରେ ଯୋଗ ଦେବାକୁ ଚେନ୍ନାଇ ଯାଇଥିବା ବାବୁସାନ ଏବେ କୋଉଁଠି ଅଛନ୍ତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି |ତାଙ୍କୁ ନେଇ ଲାଗି ରହିଛି ଏବେ ନାନା ଚର୍ଚ୍ଚା |ଫିଲ୍ମର ପ୍ରୋମସନ ସାରି ଓଡିଶା ଫେରି ଆସିଥିଲେ ବି ବାବୁସାନ ଫେରି ନାହାନ୍ତି ବୋଲି ଶୁଣା ଯାଉଛି | ଏପରିକି ସେ ଚେନ୍ନାଇରେ ପ୍ରୋମସନ କାର୍ଯ୍ୟରେ ମଧ୍ୟ ଯୋଗ ଦେଇ ନାହାନ୍ତି |ଏ ନେଇ ଦମନ ସିନେମାର ନିର୍ଦେଶକ କହିଛନ୍ତି ଯେ ଭୁବନେଶ୍ୱରରେ ଘଟିଥିବା ଘଟଣାକୁ ନେଇ ବାବୁସାନ ବହୁତ ଚିନ୍ତିତ ଥିଲେ | ଏପରିକି ଷ୍ଟେଜ ଉପରକୁ ଯିବା ଅବସ୍ଥାରେ ସେ ଥିଲେ | ସେଥି ପାଇଁ ତାଙ୍କ ଫିଲ୍ମର ପ୍ରଯୋଜକ ସେହି ପ୍ରୋମସନରେ ଯୋଗ ଦେବାକୁ ମନା କରିଥିଲେ |
ତେବେ ଖାରବେଳ ନଗର ପୋଲିସ ଥାନାରେ ଉପସ୍ଥିତ ହେବା ପାଇଁ ନୋଟିସ ଜାରି କରିଥିବା ବେଳେ ଘଟଣାକୁ ତିନି ଦିନ ହେବାକୁ ଗଲାଣି ହେଲେ ବାବୁସାନଙ୍କ ପତ୍ତା ମିଳୁନି |ସେ କୋଉଁଠି ଅଛନ୍ତି, କାହିଁକି ଭୁବନେଶ୍ୱର ଆସୁ ନାହାନ୍ତି ବୋଲି ଚର୍ଚ୍ଚା ହୋଇଛି |ଅନ୍ୟ ପକ୍ଷରେ ଏକ ଭିଡ଼ିଓ ଭାଇରଲ ହଉଛି ଯୋଉଁଟା କି ଚେନ୍ନାଇର ଏକ ହୋଟେଲର ସିସି ଟିଭିର ଫୂ୍ଟେଜ | ଏବଂ ସେଇଥିରେ ଦେଖିବାକୁ ମିଳୁଛି କି ଗୋଟିଏ ରୁମରେ ଏକାଠି ରହୁଥିଲେ ବାବୁସାନ ଓ ପ୍ରକୃତି ମିଶ୍ର | ସେହି ଫୂ୍ଟେଜରେ ପ୍ରକୃତିଙ୍କ ମାଆ କୃଷ୍ଣପ୍ରିୟା ମିଶ୍ର କାହା ସହିତ କଥା ହେବାର ମଧ୍ୟ ଦେଖିବାକୁ ମିଳିଛି | ଏକ ରୁମରୁ ପ୍ରଥମେ ପ୍ରକୃତି ମିଶ୍ର ଓ ତାଙ୍କ ମାଆ ବାହାରି ଆସିଥିଥବା ବେଳେ ସେହି ସମାନ ରୁମରୁ ବାବୁସାନଙ୍କୁ ମଧ୍ୟ ବାହାରିବାର ଦୃଶ୍ୟ ସିସି ଟିଭି ଫୂ୍ଟେଜରେ କଏଦ ହୋଇଛି |ଏଇଠି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି କି ସେହି ହୋଟେଲରେ ପ୍ରକୃତିଙ୍କ ପରିବାର କଣ କରୁଥିଲେ ଓ ସେମାନେ ବାବୁସାନଙ୍କ ପାଖକୁ କାହିଁକି ଯାଇଥିଲେ |
ସେପଟେ ବାବୁସାନ, ତୃପ୍ତି ଓ ପ୍ରକୃତିଙ୍କ ମାମଲା ଭିତରେ ସାମ୍ନାକୁ ଆସିଛି ପ୍ରକୃତିଙ୍କ ପରିବାରର କିଛି ଫୋଟୋ | ସୋସିଆଲ ମିଡ଼ିଆରେ ସେଆର କରିଛନ୍ତି ପ୍ରକୃତିଙ୍କ ମାଆ କୃଷ୍ଣପ୍ରିୟା ମିଶ୍ର ଏବଂ କହିଛନ୍ତି ଯେ ବହୁତ ପ୍ରତିବନ୍ଧକ ପରେ ଚେନ୍ନାଇରେ ଆମେ ସପରିବାର ଏକାଠି ହୋଇଛୁ |ହେଲେ ସେହି ଫୋଟୋରେ ବାବୁସାନଙ୍କ ଫୋଟୋ ନ ଥିଲା |ତେବେ ଆଗକୁ ଦେଖିବାକୁ ରହିଲା ଏହି ଷ୍ଟାର ମାନଙ୍କ ଘର କଳି କୋଉଁ ମୋଡ ନେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।