ତେବେ ଗତ ୨୩ ତାରିଖ ସକାଳୁ ଅଲିଉଡ଼ ନାୟିକା ପ୍ରକୃତି ମିଶ୍ରଙ୍କୁ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ ହେବାକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ହୋଇଥିଲା | ତେବେ ଏହି ଘଟଣା ପରେ ବାବୁସାନ ଚେନ୍ନାଇ ଯାଇଥିଲେ ବାବୁସାନ ଆଜି ଭୁବନେଶ୍ବର ଫେରିବା ପରେ ତାଙ୍କ ଘର ସାମ୍ନାରେ ଗଣମାଧ୍ୟମର ପ୍ରତିନିଧି ଓ ତାଙ୍କର ହଜାର ହଜାର ପ୍ରଶଂସକ ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଛି | ବାବୁସାନଙ୍କ ଟିକେ ଝଲକ ପାଇଁବା ପାଇଁ ପ୍ରଶଂସକମାନେ ବ୍ୟସ୍ତ ହୋଇପଡ଼ିଥିଲେ ସେହିପରି ଗଣମାଧ୍ୟମର ପ୍ରତିନିଧିମାନେ ବାବୁସାନ କ’ଣ କହିବେ ତାହା ଜାଣିବା ଲାଗି ଅପେକ୍ଷା କରିଥିଲେ | କିନ୍ତୁ ବାବୁସାନ ଚେନ୍ନାଇରୁ ଆସି ଥକି ପଡ଼ିଥିବାରୁ ଦର୍ଶକ କିମ୍ବା ଗଣାମଧ୍ୟମ ସାମ୍ନାକୁ ଆସିପାରି ନ ଥିଲେ |
ତେବେ ମିଳିଥିବା ସୂଚନା ଅନୁଯାୟୀ ବାବୁସାନ ଙ୍କ ଘରକୁ ଆସିବା ଖବର ତାଙ୍କର ଜଣେ ବାଉଁସର ର ତାଙ୍କର ସାଙ୍ଗ ମାନଙ୍କ ଠୁ ପଇସାରିଥିଲେ ସେଥିପାଇଁ ସେ ବାଉନ୍ସର ଜଣଙ୍କ ରାତିରୁ ଆସି ବାବୁସାନ ଙ୍କ ଘର ଆଗରେ ନିଜକୁ ମୁତୟନ କରିଥିଲେ | ବାବୁସାନ ଙ୍କ ସୁରକ୍ଷା ପାଇଁ |ବାବୁସାନ କିପରି ଘରେ ସୁରକ୍ଷା ପହଞ୍ଚିବେ ସେଇ ନେଇ ମଧ୍ୟ ସେ ଚିନ୍ତିତ ଥିଲେ ବୋଲି କହିଛନ୍ତି | ସେ ଏକଥା ମଧ୍ୟ କହିଛନ୍ତି ଯେ ସେ ଖାଲି ବାବୁସାନ ଙ୍କ ପାଇଁ ନୁହଁ ଓଡ଼ିଆ ଇଣ୍ଡଷ୍ଟ୍ରି ର ପ୍ରାୟ ତୋ ସମସ୍ତ ନାୟକ ସୁରକ୍ଷା ପାଇଁ ସେ କାର୍ଯ୍ୟ କରିସାରିଛନ୍ତି | ତେଣୁ ବାବୁସାନ ଙ୍କ ଏହି ପରି ପରିସ୍ଥିତି ରେ ଲୋକଙ୍କ କବଳ ରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ରାତି ରୁ ଖବର ପାଇ ତାଙ୍କ ଘରେ ଆଗରେ ଛିଡା ହେଇଛନ୍ତି ବୋଲି ଜଣାପଢ଼ିଛି |
ତେବେ ବାଉଁସର ଜଣଙ୍କୁ ପଚାରା ଯାଇଥିଲା ଯେ ତମେ କେତେ ଜଣଙ୍କୁ ଅଟକାଇ ପାରିବ | ଉତ୍ତରରେ ବାଉଁସର ଜଣଙ୍କ କହିଥିଲେ ମୋର ଏହି ଶରୀର ଏକା ଥର କେ 20 ଜଣକୁ ଅଟକାଇ ପାରିବ | ସେଇପରି ଭାବରେ ମୁଁ ମୋ ଶରୀର କୁ ଯତ୍ନ ନେଇଛି | ତେବେ ଶରୀର ରେ ଥିବା ଶକ୍ତି ସବୁ କଣ ଖାଇ ହେଇଛି ଏକଥା ଯେତେବେଳେ ପଚାରା ଯାଇଥିଲା ସେତେବେଳେ ସେ କହିଥିଲେ | ସେ ପ୍ରତିଦିନ 20 ଟି ଅଣ୍ଡା, ମାଛ ମାଂସ, ଫଳ ଖାଇ ଏହି ଚେହେରା କରିଛନ୍ତି କହିଥିଲେ ବାଉଁସର ଜଣକ ସେଥିପାଇଁ ସେ ଏକା ଥରକେ 20 ଜଣଙ୍କୁ ଅଟକାଇ ପାରିବେ | ସେଥିପାଇଁ ସେ ବାବୁସାନ ଙ୍କ ଘର ଆଗରେ ଏତେ ଭିଡ ଜମିଥିଲେ ମଧ୍ୟ ସେ ଭିଡ଼ କୁ ସମ୍ଭାଳିବା ପାଇଁ ରାତି ରୁ ଏକା ଛିଡା ହେଇଛନ୍ତି |
ତାହାଲେ ବନ୍ଧୁ ଗଣ ଏହା ଥିଲା ସେ ବାଉଁସର ର ଜଣଙ୍କ ର ଭିଡ଼ିଓ ଯିଏ ନିଜକୁ ବାହୁବଳୀ ପରି ବାବୁସାନ ଙ୍କ ସୁରକ୍ଷା ପାଇଁ ରାତିଠୁ ଆସି ଛିଡା ହେଇଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ତାଙ୍କର ମତ ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।