ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଓଡ଼ିଆ ସିନେମା “ଦମନ” କୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି। ତେବେ ଦମନ ଫିଲ୍ମର ସଫଳତା ପରେ ଗୋଟିଏ ପରେ ଗୋଟିଏ ସୁବର୍ଣ୍ଣ ସୁଯୋଗ ମିଳିବାରେ ଲାଗିଛି ଓଲିଉଡ ହିରୋ ବାବୁସାନ ଙ୍କୁ ।ବନ୍ଧୁମାନେ ଆପଣ ଦେଖୁଥିବେ ବର୍ତ୍ତମାନ ଓଲିଉଡ ସିନେମା ଇଣ୍ଡଷ୍ଟ୍ରିରେ ବାବୁସାନ ଙ୍କର ଦମନ ଫିଲ୍ମ ଏକ ନୂଆ ମୋଡ଼ ଆଣି ଦେଇଛି ।ଆଉ ଦର୍ଶକ ମନେ ମଧ୍ୟ ଏହି ଫିଲ୍ମ ଦେଖି ଖୁବ ଖୁସି ଅଛନ୍ତି ଏବଂ ଏହା ପ୍ରାୟ ଦୁଇ ସପ୍ତାହ ହେବ ସିନେମା ଟି ବେଶ ସଫଳତା ର ସହ ହଲ ରେ ଚାଲିଛି।
ତେବେ ବର୍ତ୍ତମାନ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ଦେଖା ଯାଇଛି କି ଆମ ଚର୍ଚ୍ଚିତ କିନ୍ନର ମିରା ପରିଡା ଏହି ଦମନ ସିନେମା ଦେଖିବା କୁ ହଲ କୁ ଯାଇଛନ୍ତି। ଆଉ ସେଠାରେ ସେ ସିନେମା ଦେଖିବା ପରେ ବାବୁସାନ ଙ୍କୁ ସିଧା ଫୋନ ଲଗାଇଛନ୍ତି ।ଏବଂ ଫୋନ କଲ ରେ କଥା ହୋଇଛନ୍ତି ଯାହାର ଲାଇଭ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗୁଛି ।ଏହି ଭାଇରାଲ ଭିଡ଼ିଓ ଟିକୁ ଯିଏ ଦେଖୁଚି ସେ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ଚକିତ ରହିଯାଇ ଛନ୍ତି।
ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ମିରା ପରିଡା ଯିଏକି ବର୍ତ୍ତମାନ ଓଡ଼ିଶା ସରକାର ଙ୍କ ର ଏକ ମନ୍ତ୍ରୀ ପଦ ରେ ମଧ୍ୟ ଯୋଗ ଦେଇଛନ୍ତି ସେ ବାବୁସାନ ଙ୍କ ର ସୁପରହିଟ ସିନେମା “ଦମନ” ଦେଖିବା ପାଇଁ ହଲ କୁ ଆସିଛନ୍ତି। ଆଉ ଯେତେବେଳେ ତାଙ୍କୁ ମିଡ଼ିଆ ଵାଲା ହଲ ରେ ପ୍ରଶ୍ନ କରିଛନ୍ତି ସିନେମା ଟି କିପରି ହୋଇଛି ବୋଲି ସେତେବେଳେ ସେ ସିଧା ସଳଖ ଫୋନ ଲଗାଇଛନ୍ତି ସିନେମା ର ହିରୀ ବାବୁସାନ ମହାନ୍ତି ଙ୍କୁ। ଆଉ ଫୋନ ଲଗାଇ ତାଙ୍କୁ କହିଛନ୍ତି କି ,”ବାବୁ ସିନେମା ଟି ଖୁବ ସୁନ୍ଦର ହୋଇଛି।
ଏହା ଭୁଲ ଯେ କେଵଳ ଗୋଟିଏ ସିନେମା ରେ ଗୀତ ନାଚ କିମ୍ବା ହିରୋ ହିରୋଇନ ଙ୍କ ର ରୋମାନ୍ସ ରହିଲେ ସିନେମା ଭଲ ହେବ ବୋଲି। ଏହି ସିନେମା ଟି ଖୁବ ଭଲ ହୋଇଛି ଆଉ ବିନା ଗୀତରେ ଖୁବ ପସନ୍ଦ ଆସିଛି ସମସ୍ତ ଙ୍କୁ। ମୁଁ ନିଜେ ଏହି ସିନେମା ଦେଖିବା କୁ ହଲ କୁ ଆସିଥିଲେ। ବାବୁ ତୁମ ର ଅଭିନୟ ଏହି ସିନେମା ରେ ଖୁବ ଜବରଦସ୍ତ ରହିଛି ବୋଲି ମିରା ପରିଡା କହିଥିଲେ”।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ,ତେବେ ଆପଣ ମାନେ ଯଦି ସିନେମା ଟିକୁ ଦେଖି ନାହାନ୍ତି ତେବେ ଏହାକୁ ନିଶ୍ଚିତ ଭାବରେ ଯାଇ ଦେଖି ନିଅନ୍ତୁ ଏବଂ ଏକ ଭିନ୍ନ ଅନୁଭୂତି ଆହରଣ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।