ବଡ ଘୋଷଣା : ମେ ୫ରୁ ୧୯ ପୂରା ଓଡିଶା ଲକଡାଉନ୍, ଜାଣନ୍ତୁ ଲକଡାଉନ ରେ କ’ଣ ଖୋଲା କ’ଣ ରହିବ ବନ୍ଦ

0

ଭାରତ ବର୍ଷରେ କରନା ମହାମାରୀ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବା ଆମ ରାଜ୍ୟରେ ମଧ୍ୟ ଏହା ଗମ୍ଭୀର ହେବାରେ ଲାଗିଛି।ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ସରକାରଙ୍କୁ ଚିନ୍ତାରେ ପକାଇଛି ଏହି ସଂକ୍ରମଣ ହାରର ବୃଦ୍ଧି। ଏଥିପାଇଁ ସରକାର୍ ବିଭିନ୍ନ ପ୍ରକାର ପଦକ୍ଷେପ ସହିତ ସପ୍ତାହକୁ ଶନିବାର ଓ ରବିବାର ଶଟ ଡାଉନ୍ ଘୋଷଣା କରିଥିଲେ। କିନ୍ତୁ ଏବେ ଯେଉଁ ଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଉଛି ଯାହାକୁ ଦୃଷ୍ଟିରେ ରଖି ସରକାର୍ ଶେଷ ଅସ୍ତ୍ର ଭାବରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ତେଣୁ ବର୍ତମାନର ଘୋଷଣା ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ବୁଧବାର ମେ’ ୫ରୁ ମେ ୧୯ ପର୍ଯ୍ୟନ୍ତ ୧୪ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।ତେବେ ଆସନ୍ତା ବୁଧବାରରୁ ଏହି ଲକ୍‌ଡାଉନ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମୟରେ ଅନେକ କିଛି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଫଳ ସ୍ୱରୂପ ଏହି ସମୟ ମଧ୍ୟରେ ୫ଶହ ମିଟର ଦୂରତା ମଧ୍ୟରେ ଜନ ସାଧାରଣ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲିଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆ ଯାଇଛି। ଏହାଛଡା ଏହି ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି। ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା କରାଯାଇଛି।ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ଆଦି ବନ୍ଦ ରହିବ।ଏହି ସମୟରେ ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବା ସହିତ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ଆଦି ଖୋଲା ରହିବ। ସକାଳ ୬ରୁ ୧୨ ଯାଏ ଏସବୁ ଖୋଲା ରହିବ ଲକ୍ ଡାଉନ୍ ସମୟରେ।

ଲକଡାଉନ ସମୟରେ ଜରୁରୀ ସେବା ସହିତ ଟିକା ଓ ଟେଷ୍ଟିଂକୁ ଅନୁମତି ମିଳିବ। ଟିକା ପାଇଁ ଅନୁମତି ପ୍ରାପ୍ତ ବ୍ୟକ୍ତି ବିଶେଷ ଟିକା କେନ୍ଦ୍ରକୁ ଯାଇ ପାରିବେ ଏବଂ ଟେଷ୍ଟିଂ ପାଇଁ ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଯାଇପାରିବେ।ଏହି ସମୟରେ ହସ୍ପିଟାଲ, ନର୍ସିଂହୋମ ଓ ଔଷଧ ଦୋକାନ ଆଦି ଖୋଲା ରହିବ।ଏହା ସହିତ ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ। ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ। ପୂର୍ବ ନିୟମ ଭଳି ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିବାକୁ ଅନୁମତି ଦିଆ ଯାଇଥିବା ବେଳେ ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ଦିଆ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।