ମଣିଷ ଜୀବନରେ ସମୟ ଏକ ଏମିତି ବଡ ଜିନିଷ ଯାହାକି ମଣିଷକୁ କେତେବେଳେ କେଉଁ ପରିସ୍ଥିତିରେ ଛିଡା କରିଥାଏ ତାହା ଜାଣିବା ବହୁତ ଅସମ୍ଭବ ହୋଇଥାଏ । ସେମିତି ଏକ ପରିବାର ରେ ଦୁଃଖର ଛାୟା ଖେଳିଯାଇଛି , ବିବାହର 12 ଦିନ ନହେଉଣୁ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ଘରକୁ ଆସିଥିବା ନୂଆବହୁର ଅଜାନକ ଅଣ୍ଟାବ୍ୟଥା ଆରମ୍ଭ ହୋଇଥିଲା । ପରିବାର ଲୋକେ ବ୍ୟସ୍ତ ହୋଇ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ , ହେଲେ ଏହି ଚିକିତ୍ସା ନବବଧୂ ପାଇଁ ପାଲଟି ଗଲା ଅଭିଶାପ । ଡକ୍ଟର ଇଞ୍ଜେକସନ୍ ଦେବାର କିଛି ସମୟ ପରେ ମୃତ୍ୟୁ ହୋଇଗଲା ନୂଆବହୁ ଟିର ।
ଏହାପରେ ଆରମ୍ଭ ହୋଇଥିଲା ଉତ୍ତେଜନାର ସ୍ୱର , ଏହି ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ୱର ରେ । ଏଠାକାର ଗୋଟିଏ ଘରୋଇ ହସ୍ପିଟାଲ ସାମ୍ନାରେ ଲାଗିଥିଲା ଉତ୍ତେଜନା । ବାହାଘରର ମାତ୍ର 12 ଦିନରେ ମହିଳାଙ୍କର ଏମିତି ଅସ୍ୱାଭାବିକ ମୃତ୍ୟୁକୁ ନେଇ ମେଣ୍ଢାଶାଳ ଗାଁ ଲୋକ ହସ୍ପିଟାଲକୁ ଘେରି ଯାଇଥିଲେ କାରଣ ସେ ଝିଅଟି ଥିଲା ତାଙ୍କ ଗାଁର । 12 ଦିନ ତଳେ ବରମୁଣ୍ଡାର ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ , ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଗତକାଲି ବିଳମ୍ୱିତ ରାତିରେ ପିଠି ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ମହିଳା ଜଣକ ।
ଡାକ୍ତର ଇଞ୍ଜେକସନ୍ ଦେବା ପରେ ତାଙ୍କର ହଠାତ୍ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା କଥା ମୃତ୍ୟୁର କାରଣ ପଚାରିବାରୁ ମହିଳାଙ୍କ ଭାଇକୁ ହସ୍ପିଟାଲ ସିକୁରିଟି କୁଆଁଡେ ତାଙ୍କୁ ମାରଧର କରିଥିବାର କୁହାଯାଉଛି । ଯାହାଫଳରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହେଲା , ଖବର ପାଇଁବା ପରେ ନୂଆପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଚିକିତ୍ସାରେ କୌଣସି ତ୍ରୁଟି କରାଯାଇ ନାହିଁ । ତେବେ ଚିକିତ୍ସା ଧୀନ ଅବସ୍ଥାରେ ମହିଳାଙ୍କର ହୃଦଘାତ ହୋଇଛି , ମୃତ ମହିଳା ପ୍ରିଅଙ୍କା ପଟ୍ଟନାୟକଙ୍କ ଘର ମେଣ୍ଢାଶାଳ ଗାଁରେ ।
ସେ ବରମୁଣ୍ଡା ଅଞ୍ଚଳର ଅଜିତ ରଣସିଂହ ଙ୍କୁ ବିବାହ କରିଥିଲେ , ତେବେ ହାତରୁ ମେହେନ୍ଦି ଲିଭିବା ପୂର୍ବରୁ ନବବଧୂର ଏଭଳି ଅଜାନକ ମୃଥ୍ୟୁରେ ଉଭୟ ମେଣ୍ଢାଶାଳ ଏବଂ ତାଙ୍କ ବାପା ଡୁବି ଯାଇଛନ୍ତି ଶୋକରେ । ପରିବାର ଲୋକଙ୍କ ଆଖିରେ ଖାଲି ଲୁହ , ଏମିତି ଏକ ଅଜାନକ ମୃତ୍ୟୁର ଦୃଶ୍ୟ ଦେଖି ସେମାନେ ବହୁତ ଭାଙ୍ଗି ପଡିଛନ୍ତି । ନବବିବାହିତ ଦମ୍ପତି ମାନଙ୍କ ମନରେ ଥିବା ଅନେକ ସ୍ନପ୍ନ ସବୁଦିନ ପାଇଁ ଲିଭିଯାଇଛି । ଡକ୍ଟରଙ୍କ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବାର ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।