ଶେଷରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା ! ବାହାଘର ପରେ କନ୍ୟାଙ୍କ ପାଦ ଛୁଇଁଲେ ବର: ଭାଇରାଲ ହେଉଛି ଭିଡିଓ, ଲୋକେ କରୁଛନ୍ତି ପ୍ରଶଂସା…ଦେଖନ୍ତୁ ଭିଡ଼ିଓ

0

ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ନୂଆ ଘଟଣା ମାନ ନିଶ୍ଚୟ ଦେକିବାକୁ ପାଉଥିବେ । ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ବାହାଘର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ସେଥିରେ ଅନେକ ରୀତି ନୀତି ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ , ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇାରଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି , ବାହାଘର ପରେ ବର କନ୍ୟାଙ୍କ ଆଶୀର୍ବାଦ ନେଉଥିବା ନଜର ଆସିଛନ୍ତି । ଏହି ଭିଡିଓଟି ଭାଇରାଲ ହେବାପରେ ଲୋକମାନେ ବରକୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଭିଡିଓକୁ ଲାଇକ କରିବା ସହ ଅନେକ କମେଣ୍ଟ ମଧ୍ୟ ରଖିଛନ୍ତି ।

ଏହି ଭିଡିଓକୁ ମିଷ୍ଟର ରବିନ ହୁଡ ନାମକ ୟୁଜର୍ସ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭାଇରାଲ ହେଉଥିବା ଭିଡିଓ ରେ ଆପଣ ମାନେ ଦେଖିପାରୁଥିବେ ଉଭୟ ବରକନ୍ୟା ମନ୍ଦିରରେ ଛିଡା ହୋଇଛନ୍ତି । ଉଭୟଙ୍କ ବେକରେ ବରଣ ମାଳା ଥିବାର ମଧ୍ୟ ନଜର ଆସୁଛି , ତେବେ ଭିଡିଓ ରେ ଦେଖିବାକୁ ମିଳିଛି ଯେ ପ୍ରଥମେ କନ୍ୟା ବର ର ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି । ଏହାପରେ ବର ମଧ୍ୟ ମୁଣ୍ଡ ନୁଆଁଇ କନ୍ୟାର ପାଦ ଛୁଇଁଛନ୍ତି । କିନ୍ତୁ ଏହି ସମୟରେ କନ୍ୟା ପଛକୁ ହଟିଯାଇଥିବାର ଦୃଶ୍ୟ ନଜର ଆସିଛି । ଭିଡିଓ ରେ ଉଭୟ ବର କନ୍ୟା ଖୁସୀ ଥିବାର ଦେଖା ଯାଉଛନ୍ତି ।

ତେବେ ପ୍ରଥମ ଥର ପାଇଁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି , ଯେଉଁଥିରେ ପରସ୍ପର ପ୍ରଣାମ କରୁଥିବାର ଦେଖା ଯାଇଛି । ତେବେ କୁହାଯାଉଛି , ଏହି ଦୃଶ୍ୟ ବର୍ତ୍ତମାନ ସୁଦ୍ଧା 35 ମିଲିୟନ ରୁ ଅଧିକ ୟୁଜର୍ସ ଦେଖି ସାରିଛନ୍ତି । ୟିଜର୍ସ ମାନେ ନିଜ ନିଜର ମତ ମଧ୍ୟ ରଖିଛନ୍ତି , ଏହାଛଡା ବରକୁ ଭରି ଭରି ପ୍ରଶଂସା ମଧ୍ୟ କରିଛନ୍ତି । ବରକନ୍ୟା ଉଭୟ ବିବାହକୁ ନେଇ ଖୁସୀ ଥିବାର ନଜର ଆସିଛନ୍ତି ଏବଂ ମନ୍ଦିରରେ ଉଭୟ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିବାର କୁହାଯାଉଛି । ଏମିତି ଏକ ନିଆରା ଦୃଶ୍ୟ ନୂଆଦିଲ୍ଲୀରେ ଦେଖାଯାଇଛି । କୁହାଯାଏ ବିବାହ ପରେ ବର କନ୍ୟାର ପାଦ ସଦୃଶ ହୋଇଥାଏ । ନିଜ ପତିକୁ ସେ ଦେବତା ରୂପେ ପୂଜା କରିଥାଏ ।

 

View this post on Instagram

 

A post shared by Piyush Awchar (@mr_robin_hudd)

କିନ୍ତୁ ସେହି ଦେବତା ନିଜ ପତ୍ନୀର ପାଦ ଧରିବା ଆଦୌ ଶୋଭନୀୟ ହୋଇ ନଥାଏ ବୋଲି କୁହାଯାଏ । ତେଣୁ ବର୍ତ୍ତମାନର ଆଧୁନିକ ସମାଜରେ ଆଧୁନିକ ଯୁବପିଢୀ ମାନେ ନିଜର ମନ ମୁତାବକ କାର୍ଯ୍ୟ ବା ପରମ୍ପରା ମାନି ଆସୁଥିବାର ଦେଖା ଯାଇଛି । କୌଣସି ନୀତି ପରମ୍ପରା କୁ ନିଜ ମନ ମୁତାବକ ପାଳନ କରିବା ଆଦୌ ଉଚିତ ନୁହଁ , ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ସମ୍ମାନ ଦେବା ଉଚିତ । ଏହାଛଡା ନୀତି ପରମ୍ପରାକୁ ମଧ୍ୟ ମାନି ଚଳିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।