ଦେଖନ୍ତୁ ଭିଡ଼ିଓ – ବାହାଘର କେଇ ଦିନ ଯାଇନି ସ୍ୱାମୀ କହୁଛି ସ୍ତ୍ରୀ ର ଚରିତ୍ର ଖରାପ, ଆଉ ତା’ ପରେ….

0

ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ ଯାହା ଭରସା ଓ ବିଶ୍ୱାସ ସହିତ ଜଡିତ ହୋଇ ରହିଥାଏ କିନ୍ତୁ ବେଳେ ଏହି ସମ୍ପର୍କ ରେ ଏମିତି ତିକ୍ତତା ଦେଖିବାକୁ ମିଳେ ଯାହାକୁ ଶୁଣିଲେ ବିଶ୍ୱାସ କରି ହେବ ନାହିଁ।ଏବେ ଏବେ ଆସିଛି ଏକ ଏମିତି ଖବର ଯେଉଁଠି ନିଜ ସ୍ତ୍ରୀର ଚରିତ୍ର କୁ ସନ୍ଦେହ କରି ଜଣେ ଇଣ୍ଡିଆନ୍ ଆର୍ମିରେ କାର୍ଯ୍ୟରତ ଯବାନ ସ୍ୱାମୀ ସ୍ତ୍ରୀକୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି।

ଏପରିକି ମଦ ନିଶାରେ ଅକଥନୀୟ ଅତ୍ୟାଚାର କରିବା ସହିତ ସ୍ତ୍ରୀ ଜଣଙ୍କୁ ଜୀବନ ରୁ ମାରି ଦେବା ପାଇଁ ଯବାନ ସ୍ୱାମୀ ଜଣଙ୍କ ଧମକ ଦେଇ ଥିବା ଅଭିଯୋଗ ହୋଇଛି।ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଓଢଣା ଗ୍ରାମରେ।

ମିଳି ଥିବା ସୂଚନା ଅନୁଯାୟୀ ଗ୍ରାମର ଗୁକୁଳା ନନ୍ଦ ସାହୁଙ୍କ ପୁଅ ଅନୀଲ ସାହୁ ୭ ବର୍ଷ ପୂର୍ବେ ଗନ୍ଦିଆ ଥାନା ଅନ୍ତର୍ଗତ ସନ୍ତସରା ଗ୍ରାମର ଗିରିଶ ଚନ୍ଦ୍ର ସାହୁଙ୍କ ଝିଅ ସୋନାଲିକାଙ୍କୁ ବିବାହ କରି ଥିଲେ।ଏବେ ସେମାନଙ୍କର ଗୋଟିଏ ୫ ବର୍ଷର ପୁଅ ମଧ୍ୟ ରହିଛି।ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚରିତ୍ର କୁ ନେଇ ବାରମ୍ବାର ଝଗଡ଼ା ହେଉ ଥିଲା।ତେଣୁ କିଛି ମାସ ହେବ ସୋନାଲିକା ଯାଇ ତାଙ୍କ ବାପ ଘରେ ରହୁ ଥିଲେ।

ତେବେ ଡିସେମ୍ବର ୯ ତାରିଖରେ ଅନୀଲ ଘରକୁ ଫେରିବା ପରେ ତାଙ୍କ ଶଶୁର ଘରକୁ ଯାଇ ସ୍ତ୍ରୀକୁ ବୁଝା ସୁଝା କରି ଘରକୁ ଫେରାଇ ଆଣି ଥିଲେ।ମାତ୍ର ଗତ ଶନି ବାର ଦିନ ରାତିରେ ଅନୀଲ ଘରକୁ ମଦ ନେଇ ଆସି ଥିଲେ ଓ ଘରେ ସ୍ତ୍ରୀଙ୍କ ସାମ୍ନାରେ ମଦ୍ୟପାନ କରିବା ପାଇଁ ଲାଗିଲେ।ସ୍ତ୍ରୀ ବିରୋଧ କରି ଥିଲେ ମଧ୍ୟ ଅନୀଲ ମାନି ନଥିଲେ।

ଏହା ପରେ ଅନୀଲ ସ୍ତ୍ରୀଙ୍କୁ ଶୁଖୁଆ ଭାଜିବା ପାଇଁ କହି ଥିଲେ।ତେଣୁ ସ୍ୱାମୀଙ୍କ କଥା ମାନି ସ୍ତ୍ରୀ ଶୁଖୁଆ ଭାଜି ଦେଇ ଥିଲେ।ଏହା ପରେ ଶୁଖୁଆ ସହିତ ସ୍ୱାମୀ ଅନୀଲ ମଦ ପିଇ ଥିଲେ।ହେଲେ ଶନିବାର ଦିନ ସ୍ତ୍ରୀ ସୋନାଲି ଉପବାସ କରି ଥିଲେ ମଧ୍ୟ ଯବାନ ସ୍ୱାମୀ ତାଙ୍କୁ ଶୁଖୁଆ ଖାଇବା ପାଇଁ କହି ଥିଲେ।ହେଲେ ସୋନାଲି ମନା କରିବାରୁ ସ୍ୱାମୀ ତାଙ୍କ ପାଟିରେ ଜବରଦସ୍ତି ଶୁଖୁଆ ପୁରାଇ ଦେଇ ଥିଲେ।ତେଣୁ ଏହି ଶୁଖୁଆ ଖିଆକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ ଥିଲା।ପରେ ଅନୀଲ ତାଙ୍କ ସ୍ତ୍ରୀକୁ ପ୍ରବଳ ମାଡ଼ ମାରି ଥିବା ନେଇ ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡିରେ ଅଭିଯୋଗ ହୋଇଛି।

ସେପଟେ ପୁରା ପରିବାର ତାଙ୍କୁ ମାଡ଼ ମାରି ଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସୋନାଲିଙ୍କ ଶାଶୂ।ଅନୀଲ ମଧ୍ୟ ସୋନାଲି ଙ୍କ ଅଭିଯୋଗ ଖଣ୍ଡନ କରିବା ସହିତ ସୋନାଲି ଙ୍କ ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କ ଅଛି ବୋଲି କହିଛନ୍ତି।ତେବେ ଶନିବାର ଦିନ ରାତିରେ ସୋନାଲି ପ୍ରଥମେ ତାଙ୍କ ଉପରେ ଆକ୍ରମଣ କରିଥିଲେ ତେଣୁ ସେ ନିଜକୁ ବଞ୍ଚେଇବା ପାଇଁ ସୋନାଲି ଙ୍କ ଉପରକୁ ହାତ ଉଠେଇ ଥିଲେ ବୋଲି ଅନୀଲ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।