ଦେଖନ୍ତୁ Video : ବାହାଘର ପରେ ନିଜର ପ୍ରଥମ ଜନ୍ମଦିନ କିପରି ପାଳିଲେ Ollywood ର ଚୁଲବୁଲି ନାୟିକା (Archita Sahu )

0

ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ଦୀର୍ଘଦିନ ହେବ ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇ ଆସୁଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ଭାରି ନିଆରା ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ମହିଳା ର ଜୀବନ କୁ ଅତିବାହିତ କରିଥାଆନ୍ତି।ଏବେ ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆପଣ ଜାଣିଛନ୍ତି ସେଲିବ୍ରିଟି ମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି।

ବେଳେବେଳେ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ସମୟ ଅତିବାହିତ କରିଥାନ୍ତି। କାରଣ ସେମାନେ ଦର୍ଶକ ଏବଂ ଫ୍ୟାନ ମାନଙ୍କ ପାଇଁ ହିଁ ଏପରି ସ୍ଥାନକୁ ଆସି ପାରିଛନ୍ତି। ତେବେ ତାଙ୍କର ଅଗଣିତ ପ୍ରସଂଶକ ମାନେ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି। ତେବେ ଅଭିନେତ୍ରୀ ଅର୍ଚ୍ଚିତା ଅନେକ ସମୟରେ କିପରି ତାଙ୍କର ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ଦେଇଥାନ୍ତି ତାହା ଆପଣ ଦେଖିଥିବେ। ଯାହା ତାଙ୍କ ଫ୍ୟାନ ମାନଙ୍କୁ ଖୁସି ବି କରାଇଥାଏ।ସେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ।

ଅଭିନେତ୍ରୀ ଅର୍ଚ୍ଚିତା ଜଣେ ଉତ୍ତମ ସ୍ତ୍ରୀ ଏବେ ହୋଇ ପାରିଛନ୍ତି।ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ସିନେମା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ବେଶ୍ ପରିଚିତ ଅର୍ଚ୍ଚିତା।ସେ ଏବେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁ ଭିଡିଓ ଟି ହେଉଛି ତାଙ୍କ ଜନ୍ମଦିନ କୁ ତାଙ୍କ ସ୍ୱାମୀଙ୍କ ସହିତ କିପରି ପାଳନ କଲେ ସେ।ତାଙ୍କ ଜନ୍ମଦିନ ଆଜି ହୋଇଥିବା ବେଳେ ସେ ରାତି ୧୨ ଟା ପରେ ତାଙ୍କ ସ୍ଵାମୀ ଙ୍କ ନିକଟକୁ ଲଡୁ ନେଇ ଯାଇଥିଲେ ଏବଂ ଆଜି ତାଙ୍କର ଜନ୍ମଦିନ ବୋଲି ସେ କହିଥିଲେ।

ମଜାରେ ପଚାରିଥିଲେ ଯେ ତୁମେ କଣ ମୋ ଜନ୍ମ ଦିନ ବୋଲି ଭୁଲି ଯାଇଛ। ସବ୍ୟ ମଧ୍ୟ ହସି ହସି କହିଥିଲେ ହଁ ଭୁଲି ଯାଇଛି।ତାପରେ ସବ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ସେ ତାଙ୍କ କାମରେ ଲାଗିଥିଲେ ଏବଂ ଅର୍ଚ୍ଚିତା ତାଙ୍କୁ ସହଯୋଗ କରିଥିଲେ। ସବ୍ୟ ପ୍ରତିଦିନ ରାତି ୩ଟା ରେ ଶୁଅନ୍ତି ବୋଲି କହିଛନ୍ତି। ଅନେକ ଦାୟିତ୍ଵ ତାଙ୍କ ଉପରେ ରହିଛି। ସମାଜସେବୀ ଭାବରେ ତାଙ୍କର କାର୍ଯ୍ୟ ସେ ମାହାମାରି ସମୟରୁ କରି ଆସୁଛନ୍ତି।ତେବେ ତାଙ୍କ ସ୍ତ୍ରୀଙ୍କ ଜନ୍ମ ଦିନରେ ମଧ୍ୟ ସେ ଲୋକଙ୍କ ସେବା ପାଇଁ ବ୍ୟସ୍ତ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।