ବାହାଘର ପରେ ଝିଅ ବିଦାୟୀ ସମୟରେ ଏହି ନୂଆ ବୋହୂ ଜଣଙ୍କ ଯାହା କରୁଛନ୍ତି ତାହା ଦେଖି ଆପଣ ଚାହିଁକି ରହିଯିବେ…ଦେଖନ୍ତୁ Viral ଭିଡ଼ିଓ

ବିବାହ କରି ଏକ ନୂତନ ସଂସାର ଗଢ଼ିବା ନୂତନ ଦୁନିଆକୁ ଆପଣେଇବା ସମସ୍ତ ପୁଅ ଝିଅଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଅଟେ। ବାସ୍ତବିକ ଭାବରେ ମଣିଷଟିଏ ଜନ୍ମରୁ ମରଣ ଯାଏ ଅନେକ ପ୍ରକାର ପରୀକ୍ଷାର ସାମ୍ନା କରେ। ଆଉ ତା ଭିତରୁ ସବୁଠାରୁ ବଡ ପରୀକ୍ଷା ହେଉଛି ବାହାଘର ବନ୍ଧନରେ ଆବଦ୍ଧ ହେବା। ତେବେ ବିଶେଷ କରି ଜଣେ ମହିଳା ପାଇଁ ଏହା ଏକ ବଡ ପରୀକ୍ଷା ସଦୃଶ ଅଟେ। ଝିଅଟିର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସେ ବାହାଘର ପରେ। ଝିଅଟିଏ ପର ଘରକୁ ଆସେ ଆଉ ନୂଆ କରି ତାର ଜୀବନ ଆରମ୍ଭ ବି କରେ।ଏହି ସମୟରେ ତାର ମନରେ ଅନେକ ଉତ୍କଣ୍ଠା ଓ ଉତ୍ସାହ ସହ ଡର ବି ରହିଥାଏ।

ଏହା ଏକ ଏମିତି ଅନୁଭବ ଦେଇଥାଏ ଯାହା ସେହି ସମୟରେ ବର କନ୍ୟା ହିଁ ଅନୁଭବ କରି ପାରନ୍ତି।ତେଣୁ ବାହାଘର ବେଳେ ଉଭୟ ବର ଓ କନ୍ୟା ଅନ୍ୟ ସବୁ କଥାକୁ ପଛକୁ କରି ଦେଇଥାନ୍ତି। କାରଣ ଏଇ ବାହାଘର ହେଉଛି ମଣିଷ ଜୀବନର ସବୁଠାରୁ ଏକ ବଡ଼ ଏବଂ ଭିନ୍ନ ମୋଡ଼ ଅଟେ। ଅନେକ ଲୋକ ଏହାକୁ ନେଇ ଉତ୍ସାହିତ ରହିବା ସ୍ୱାଭାବିକ କଥା ଅଟେ।ଏହି ବାହାଘର ସମୟରେ ଯେତେବେଳ ବାହାଘର ସମ୍ପନ୍ନ ହୋଇଥାଏ ଆଉ ବର କନ୍ୟା ବିଦା ହେବାର ସମୟ ଆସେ, ସେତେବେଳେ କନ୍ୟା କାନ୍ଦି ଥାଏ। ସେଠାରେ ଏକ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଥାଏ।

ଝିଅ ବିଦାୟ ହେବା ନେଇ ଦୁଃଖରେ ଭାଙ୍ଗି ପଡିଥାନ୍ତି ଝିଅ ଘର ଲୋକେ। ସେତେବେଳ ର ପରିବେଶ କିଛି ଭିନ୍ନ ଦୃଶ୍ୟ ଏବଂ ସ୍ଥିତି କୁ ବୟାନ କରେ। ପ୍ରାୟତଃ ଏହା ଏକ ପରମ୍ପରା ପାଇଁ ହୋଇଥାଏ। କାହିଁ କେତେ କାଳରୁ ଏହା ଦେଖିବାକୁ ମିଳୁଛି।ତେବେ ଆମେ ଯେଉଁ ଘଟଣା କଥା ଆପଣଙ୍କୁ କହିବାକୁ ଯାଉଛୁ ସେଠାରେ କିନ୍ତୁ କିଛି ଭିନ୍ନ କଥା ଘଟିଛି। ଏହି ଭିଡିଓରେ ଯେଉଁ କନ୍ୟା ଜଣଙ୍କୁ ଆପଣ ଦେଖୁଛନ୍ତି ସେ ନିଜ ବାହାଘରର ବିଦାୟୀ ସମୟରେ କାନ୍ଦିବା ପରିବର୍ତ୍ତେ ଖୁସିରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏହା ବେଙ୍ଗଲ ର ଏକ ବାହାଘରର ବିଦାୟୀ ସମୟର ଦୃଶ୍ୟ ଅଟେ ବୋଲି ଜଣା ପଡ଼ିଛି।

ଯେଉଁଭଳି ଭାବରେ ଖୁସିରେ କନ୍ୟା ଜଣଙ୍କ ନାଚୁଛନ୍ତିି ତାହା ଦେଖିବାର କଥା। ଆପଣ ବି ଏହି ଭିଡ଼ିଓ କୁ ଦେଖିଲେ ଚାହିଁ ରହିଯିବେ। କାରଣ ହୁଏତ ବହୁତ୍ କମ୍ ଦୃଶ୍ୟ ଆପଣ ଏମିତି ଦେଖିଥିବେ। ତେବେ ଏହି ଭିଡ଼ିଓ କୁ ଦେଖି ଅନେକ ଖୁସି ବି ହେଇଛନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଯାହାବି ହେଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନେକ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment