ବାହାଘରର ସବୁ ମସ୍ତି ମାତ୍ର କେଇ ସେକେଣ୍ଡରେ ମାଟିରେ ମିଶିଗଲା… ବରଯାତ୍ରୀଙ୍କ ଯାତ୍ରା ପାଲଟିଥିଲା ଶେଷଯାତ୍ରା… ଦେଖନ୍ତୁ Video

0

ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ, କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ, ହୋଇଥାଏ। ଏହି ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ ମିଳେ ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଦୁଃଖ ଅନୁଭଵ କରିବେ। ସୂଚନା ଅନୁସାରେ ବାହାଘର ପାଇଁ ଗୋଟିଏ ବର ଗାଡି ଘରକୁ ଫେରୁଥିଲେ। ହଠାତ ଆକ୍ସିଡେଣ୍ଟ ହୋଇଗଲା। ଆଉ ଘଟଣା ସ୍ଥଳରେ ଚାଲିଗଲେ ଦୁଇ ଜଣଙ୍କ ଜୀବନ ଆଉ ୧୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ତେବେ ପୂରା ଘଟଣାଟି କିଛି ଏପରି ଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଥାନା ଅନ୍ତର୍ଗତ ବଡକର୍ଲେ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିଲା। ଅନ୍ୟ ମାନଙ୍କ ଭଳି ଏମାନେ ମଧ୍ୟ ବାହାଘର ରେ ବହୁତ ମଜାମସ୍ତି କରିଥିଲେ। କେହି କେବେ ଭାବି ନଥିଲେ ଯେ ସେମାନଙ୍କ ପାଇଁ କାଳ ଜଗି ବସିଛି। ବାହାଘର ରେ ଯୋଗ ଦେଇ ସାରି ସମସ୍ତେ ହସ ଖୁସିରେ ଗାଡ଼ିରେ ବସି ଘରକୁ ଫେରୁଥିଲେ। ତେବେ ସେମାନଙ୍କର ଖୁସି କିଛି ସେକେଣ୍ଡ ମଧ୍ୟରେ ଦୁଃଖରେ ହୋଇଗଲା ପରିଣତ। ବରଯାତ୍ରୀ ଗାଡ଼ିଟି ସିଧା ପିଟି ହୋଇଗଲା ଗଛରେ , ଏହାପରେ ଦୁଇ ଜଣ ସେଠାରେ ମୃତ୍ୟୁ ବରଣ କରିଥିଲେ ଆଉ ୧୩ ଜଣଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେଣୁ ଆପଣ ମାନେ ମଧ୍ୟ ଏଭଳି ଅନେକ ଘଟଣା ଦୃଘଟଣା ଆସିବ ସବୁ ବେଳେ ଧର୍ୟ୍ଯ ଧରି ରହିବା ପାଇଁ ଚେଷ୍ଟା କରନ୍ତୁ।

ଯାହାବି ହେଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି। କିଏ କେବେବି ସ୍ୱପ୍ନ ରେ ସୁଦ୍ଧା ଚିନ୍ତା କରିନଥିବେ ଏହିଭଳି ଭାବରେ ବିପଦ ମାଡି ଆସିବ। ସେଥିପାଇଁ କୁହାଯାଏ କେତେବେଳେ କାହା ଜୀବନରେ କଣ ଘଟିବ ତାହା କେହି କହିପାରିବେ ନାହିଁ। ଜୀଵନ ଅଛି ତୋ ମୃତ୍ୟୁ ଅଛି। ଏଭଳି ଭାବରେ କାହାର ବି ମୃତ୍ୟୁ ନ ଆସୁ ଯାହାକି ବହୁତ କଷ୍ଟ ଦେଇଥାଏ। ଆମେ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା କରୁଛୁ କି ଆହତ ଲୋକ ମାନେ ଖୁବଶୀଘ୍ର ଭଲ ହୋଇଯାଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।