ଆଶ୍ଚର୍ଯ୍ୟ ! ବାହାଘରରେ ବରକୁ କଳା ଚଷମା ପିନ୍ଧିବାର ଦେଖି କନ୍ୟାକୁ ହେଲା ସନ୍ଦେହ, ତା’ପରେ ଯାହା ହେଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

0

ବାହାଘରରେ ବର ଏବଂ କନ୍ୟା ଙ୍କର ସବୁବେଳେ ଗୋଟିଏ ଗୋଟିଏ ନୂଆ ନୂଆ ଷ୍ଟାଇଲ ଦେଖିବାକୁ ମିଳିଥାଏ । ଯେମିତି କେଉଁ ବର ବୁଲେଟ ଗାଡିରେ ଆସେ ପୁଣି କେଉଁ କନ୍ୟା ଜଣକ ଚଷମା ପିନ୍ଧିକି ଡ୍ୟାସ କରେ , ଏମିତି ଗୁଡାଏ ଜିନିଷ ଦେଖିବାକୁ ମିଳିଥାଏ । ଉତ୍ତପ ପ୍ରଦେଶର ଓରେଆର କୋକୁଆରୀ କ୍ଷେତ୍ରରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି , ଯେଉଁ ଘଟଣାକି ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଉତ୍ତର ପ୍ରଦେଶର ଯମାଳିପୁର ରେ କିଛି ଦିନ ତଳେ ଦଳେ ବରଯାତ୍ରୀ ଆସିଥିଲେ କିନ୍ତୁ ବର ଟିକିଏ ଅଡ୍ ଦେଖାଯାଉଥିଲେ । ଅଡ୍ ଏଇଥି ପାଇଁ ଦେଖାଯାଉଥିଲେ ଯେ ରାତିରେ ବରଟି ଆସିକି ମଧ୍ୟ , ସେ ସବିବେଳେ କଳା ଚଷମା ପିନ୍ଧି ବୁଲୁଥିଲେ ।

ଲୋକମାନେ ଏହି ବିଷୟରେ କଥାବାର୍ତ୍ତା ହେବାକୁ ଲାଗିଲେ , ଯେ ସେ କଣ ପାଇଁ କଳା ଚଷମା ପିନ୍ଧିକି ସବୁବେଳେ ବସୁଛନ୍ତି । ବରଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯାଇକି ବରକୁ କହିଲା କି ସମସ୍ତେ ଏହି କଥାବାର୍ତ୍ତା ହେଉଛନ୍ତି , ଆଉ ଆପଣ ଚଷମା ଖୋଲି ଦିଅନ୍ତୁ କିନ୍ତୁ ତା କଥାକୁ ମଧ୍ୟ ବର ଏଡେଇ ଦେଇଥିଲେ । ତାପରେ ମଧ୍ୟ ଚଷମା ଖୋଲି ନଥିଲେ , ଯେତେବେଳେ କନ୍ୟା ପକ୍ଷରୁ ତାଙ୍କ ବାପା ଆସିକି ଚଷମା ଖୋଲିବାକୁ କହିଥିଲେ , ତାଙ୍କୁ ମଧ୍ୟ ମନା କରିଦେଇଥିଲେ । ଯେତେବେଳେ କନ୍ୟା ପାଖକୁ ଏହି ଖବର ପହଞ୍ଚିଲା , କନ୍ୟା ସେଠାକୁ ଆସିକି ବରକୁ ନ୍ୟୁଜ ପେପର ପଢିବାକୁ କହିଥିଲେ । କାରଣ କନ୍ୟାକୁ ଡାଉଟ ହୋଇଥିଲା , କି ଇଏ କାହିଁକି ସବୁବେଳେ ଚଷମା ପିନ୍ଧୁଛନ୍ତି ।

କିନ୍ତୁ ସତ କୁ ସତ ଆଜ୍ଞା ବର ସେତେବେଳେ ନ୍ୟୁଜ ପେପରଟିକୁ ପଢି ପାରି ନଥିଲେ , କହିବାକୁ ଗଲେ ତାଙ୍କର ଦୃଷ୍ଟିଶକ୍ତି ଟିକିଏ ଖରାପ ହୋଇଯାଇଥିଲା , ବା ସେ ରାତିରେ ଦେଖିପାରୁ ନଥିଲେ । ଏହି କଥା ଯେତେବେଳେ କନ୍ୟା କୁ ଜଣା ପଡିଲା କନ୍ୟା ସାଙ୍ଗେ ସାଙ୍ଗ ବାହଘର ପାଇଁ ମନାକରିଦେଲା , ବାହାଘର ପାଇଁ ମନାକରିଦେବା ପରେ ଯେତେଜଣ ବରଯାତ୍ରୀ ଆସିଥିଲେ ସେମାନେ ନିଜ ନିଜ ଘରକୁ ଫେରିଯାଇଥିଲେ । ତେବେ ପୁଣି ଥରେ ତାଙ୍କୁ ଡକାଗଲା ଏବଂ ରାତିରେ ସେହି ଗାଁରେ ପଞ୍ଚାୟତ ସଭା ବସିଲା , ପଞ୍ଚାୟତ ସଭା ରାତିରୁ ଦିନ ପର୍ଯ୍ୟନ୍ତ ଚାଲିଲା । ସଭାରେ ପଇସା ପତ୍ର ବା ଜିନିଷ ପତ୍ର ଦେବା ନେବାକୁ ନେଇ ଡିସକସନ ଚାଲିଲା , ଶେଷରେ ସେଠାରେ ବିବାଦ ଦେଖାଗଲା ।

ବିବାଦ ଦେଖାଯିବା ପରେ ସେଠାରେ ପୋଲିସ ଆସି ପହଞ୍ଚିଲା ଏବଂ ମାମଲାକୁ ସଲ୍ଫ ମଧ୍ୟ କରିଥିଲେ । ବର୍ତ୍ତମାନ କନ୍ୟା ବରପକ୍ଷଙ୍କ ନାଁରେ ଗୋଟିଏ ଏଫାୟାର ଲେଖି ଦେଇଛନ୍ତି ଯେ ଧୋକାଦାଢି ବା ଆମକୁ ଧୋକା ଦେଇ ଆମ ସହିତ ବାହା ହେବାକୁ ଯଡଯନ୍ତ୍ର ଥିଲା ଏବଂ ଆମେ ତାର କ୍ଷତି ପୂରଣ ଚାହୁଁଛୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।