ବଜାରରେ ଧିରେ ଧିରେ ନକଲି ଜିନିଷ ଗୁଡ଼ିକର ବିକ୍ରି ବୃଦ୍ଧି ପାଇବା ରେ ଲାଗିଛି। ତେଲ, ମସଲା, ଖାଦ୍ୟ ପଦାର୍ଥ ସବୁ ଜିନିଷର ନକଲି ଜିନିଷ ଏବେ ବଜାରରେ ସହଜରେ ଉପଲବ୍ଧ ହୋଇ ଯାଉଛି। ମନ୍ଦ ପ୍ରବୃତ୍ତି, ଅସାଧୁ ଏଵଂ ଠକ ମାନେ ଏମିତି କରି ଲୋକଙ୍କ ପାଖରୁ ଟଙ୍କା ଲୁଟିବାରେ ଲାଗିଛନ୍ତି। ତେବେ ଏହା ସ୍ବାସ୍ଥ୍ୟ ଉପରେ ଯେ କେତେ କ୍ଷତିକାରୀ ପ୍ରଭାବ ପକାଉଛି ସେଥିପ୍ରତି ଟିକିଏ ବି ଧ୍ୟାନ ଦେଉ ନାହାଁନ୍ତି ଏହି ଅସାଧୁ ବ୍ୟକ୍ତି ବିଶେଷ ମାନେ। ଦିନକୁ ଦିନ ଏହିଭଳି ଅନେକ ନକଲି ଖାଦ୍ୟ ପଦାର୍ଥ ର ପରିମାଣ ବଜାରରେ ବୃଦ୍ଧି ପାଉଛି। ସେହିପରି ଏବେ ସାମ୍ନାକୁ ଆସିଛି ଏକ ଏମିତି ଘଟଣା, ଯାହା ଶୁଣିଲେ ଆପଣ ବି ଅବାକ୍ ହୋଇଯିବେ।
ଏବେ ବଜାରରେ ମିଳୁଛି ପ୍ଲାଷ୍ଟିକ ଅଣ୍ଡା। ସୂଚନା ଅନୁସାରେ ଏବେ କାମାକ୍ଷାନଗରରେ ଏହିଭଳି ଅଣ୍ଡା ମିଳୁଥିବା ଜଣା ପଡ଼ିଛି। ଯାହାକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।ଏହି ଅଂଚଳର ଜଣେ ବ୍ୟକ୍ତି ଅଣ୍ଡାକୁ ଆଣି ଫଟାଇବା ପରେ ତା ଭିତରୁ ଧଳା ରଙ୍ଗର କେଶର ବାହାରିଥିଲା। ତାଙ୍କୁ ଏହି ଅଣ୍ଡାର କୌଣସି ବାସ୍ନା ମଧ୍ଯ ମିଳି ନଥିଲା। ଏହାପରେ ତାଂକୁ ସଂଦେହ ହୋଇଥିଲା।ସେ ଅଣ୍ଡା ଅସଲି କିମ୍ବା ନକଲି ଜାଣିବା ପାଇଁ ଯେତେବେଳ ଗୁଗଲ କଲେ ସେତେବେଳେ ଜାଣିବାକୁ ପାଇଲେ ଯେ ଏହା ନକଲି ଅଣ୍ଡା ଏଵଂ ଏହା ଏକ ଜେଲି ଭଳିଆ ଭାସୁଥିଲା ଏବଂ କେଶର କୁ ଧରିଲେ ବି ଏହା ଫାଟୁ ନଥିଲା।
ଏହାପରେ ପଡୋଶୀ ଘରେ ଯାଇ ଦେଖନ୍ତି ତ ତାଙ୍କ ଘରେ ଥିବା ଅଣ୍ଡା ଯାହା ସିଏ ଉକ୍ତ ଦୋକାନରୁ ଆଣିଥିଲେ ସେ ମଧ୍ୟ ସମାନ କଥା କହିଲେ।ଏହି ଅଣ୍ଡା ଟି ସିଜିବା ପରେ ସ୍ତର ସ୍ତର ହୋଇ ଉଠି ଯାଉଥିଲା। ଅଣ୍ଡାର କୌଣସି ବାସ୍ନା ହିଁ ନଥିଲା। ଏହାପରେ ଦୋକାନୀ କୁ ଯାଇ ପଚାରିବାରୁ ଦୋକାନୀ ଏ ବିଷୟରେ ଜାଣି ନଥିବା କହିଥିଲେ। ତେବେ ଏହିଭଳି ନକଲି ଜିନିଷ ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼ିବ ତାହା ଥରେ ଆପଣ ଭାବି ନିଅନ୍ତୁ। କାରଣ ଛୋଟ ଛୁଆ ପାଖରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଅଣ୍ଡା ଖାଇଥାନ୍ତି। ନିରୀହ ଲୋକେ ବା ଅଶିକ୍ଷିତ ଲୋକେ ଯଦି ନ ଜାଣିପାରି ଏଭଳି ଜିନିଷ ସେବନ କରିବେ ତେବେ ଏହା ତାଙ୍କ ଉପରେ ବିଶେଷ ପ୍ରଭାବ ପକାଇବ।
ତେବେ ସୂଚନା ଅନୁସାରେ କାମାକ୍ଷାନଗରରେ ପ୍ଲାଷ୍ଟିକ ଅଣ୍ଡାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି। ତେଣୁ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କୁ ତୁରନ୍ତ ତଦନ୍ତ ପାଇଁ ମତବ୍ୟକ୍ତ କରିଛନ୍ତି। ଯାହା ଫଳରେ ଏହାର ଉତ୍ପାଦନ ଉପରେ ରୋକ ଲଗାଯାଇ ଲୋକଙ୍କୁ ଏଭଳି ନକଲି ଜିନିଷ ପାଖରୁ ଦୂରେଇ ରଖା ଯାଇ ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।