ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ ! ବାଜିଲାଣି କାଳ ଘଣ୍ଟି, କେହି ବଞ୍ଚିବେନି… କଣ ସବୁ ଘଟିବାକୁ ଯାଉଛି… ଦେଖନ୍ତୁ Video

ବନ୍ଧୁଗଣ ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା।

ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।ତେବେ ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ଏପରି ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ ସେଥିପାଇଁ ଅନେକ ଚେଷ୍ଟା ଜାରି ରଖିଛନ୍ତି। ସତ୍ୟଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ତରଫରୁ ଏହି ପ୍ରୟାସ ଜାରି ରହିଛି। ଅନେକ ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ଗବେଷକ, ଭକ୍ତ ମାନଙ୍କ ପାଖରେ ଯାଇ ପହଞ୍ଚୁଛି ଏହି ଚ୍ୟାନେଲ ଆଉ ଲୋକ ଲୋଚନକୁ ଆଣୁଚି ଅନେକ ଅଜଣା ତଥ୍ୟ।

ସେହିପରି ଏକ ବିଶେଷ କଥା ଆପଣ ଆଜି ଜାଣିବେ ଯାହା ଏବେ ବେଶ୍ ଆଲୋଚନାର ପ୍ରସଙ୍ଗ ପାଲଟିଛି। ପୁରୀ ଶ୍ରୀମନ୍ଦିର କୁ ନେଇ ଜଣେ ମାଳିକା ଭକ୍ତ ଏହି ଭିଡିଓରେ କହିଛନ୍ତି। ପୁରୀରୁ କିପରି ମହାପ୍ରଭୁ ଙ୍କ ବ୍ରହ୍ମ ଛତିଆ ବଟ କୁ ଯିବ ସେ ବିଷୟରେ କହିଛନ୍ତି। ତେବେ ସମୟ ଆସିବ ଋଷ ଜଗନ୍ନାଥଙ୍କୁ ନେଇଯିବ ବୋଲି ମାଳିକା ରେ ଲେଖା ଅଛି। ଫଳରେ ଋଷ ବହୁତ୍ ଶକ୍ତିଶାଳୀ ହେବ ଏବଂ ଯେଉଁଠି ଋଷ ର ଏକ ସ୍ଥାନରେ କେହି ବଞ୍ଚୁ ନାହାଁନ୍ତି ସେଠାରେ ବ୍ରହ୍ମ ସ୍ଥାପନ କଲେ କେହି ଆଉ ସେପରି ମରିବେ ନାହିଁ। ଜଗନ୍ନାଥଙ୍କୁ ନେବାକୁ ଋଷ ପାରାଦ୍ଵୀପ ଦେଇ ଆସିବ।

ପଣ୍ଡା ମାନଙ୍କୁ ସ୍ଵର୍ଣ୍ଣ ମୁଦ୍ରା ଦେଇ ସେମାନଙ୍କୁ ଭୁଲେଇ ଋଷ ଏହା କରିବାକୁ ସଫଳ ହେବ। କିନ୍ତୁ ମଝି ରାସ୍ତାରେ ଏପରି କିଛି ଘଟିବ ଜଗନ୍ନାଥ ଛତିଆ ବଟ ରେ ସ୍ଥାପିତ ହେବେ। ତେବେ ଦିନକୁ ଦିନ ଯେଉଁଭଳି ଭାବରେ ନକାରାତ୍ମକ ସଙ୍କେତ ସବୁ ମିଳୁଛି ତାହା ଆଗକୁ ଆହୁରି ମିଳିବ ବୋଲି ସେ କହିଛନ୍ତି। ଯଦି ଏଥିପ୍ରତି ଲୋକେ ସଚେତନ ନୁହନ୍ତି କିମ୍ବା ସତର୍କ ନରୁହନ୍ତି, ନିଜକୁ ସତ୍ ପଥରେ ପରିଚାଳିତ ନକରନ୍ତି ତେବେ ପରିସ୍ଥିତି ବହୁତ୍ ଭୟଙ୍କର ହେବ। ଏହାଛଡା ସେ କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ସେବକ ମୃତ୍ୟୁ ବରଣ କରିବେ, ରକ୍ତପାତ ହେବ। ଆଉ ଏହି ସମୟ ଆସିଲେ ଜାଣି ଯିବାକୁ ହେବ ଯେ ଶେଷ ସମୟ ଆସିଗଲା ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment