ବଳ ଦେଖାଇଲା ରାହୁଲ… ଡାକ୍ତରଙ୍କ ସହ କିଭଳି ଖେଳୁଛି ରାହୁଲ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ସମସ୍ତେ ତ ରାହୁଲଙ୍କ କଥା ଶୁଣିଥିବେ, ବେଶ କିଛି ଦିନ ହେଲା ସେସିଆଲ ମିଡିଆରେ କେବଳ ଗୋଟିଏ ଖବର ଘୁରି ବୁଲୁଥିଲା , ତାହା ହେଉଛି ରାହୁଲଙ୍କ ବୋରୱେଲ ଭିତରେ ପଢିଯିବ ଓ ସୁରକ୍ଷାକାରୀ ଦଳମାନେ ରାହୁଲଙ୍କୁ ଉଦ୍ଧାର କରି ମେଡିକାଲ କୁ ନେଇଯିଵା କଥା | ସମସ୍ତ କଥା ସେସିଆଲ ମିଡିଆରେ ବେଶ ଭାଇରାଲ ହେଇଥିଲା , କିନ୍ତୁ ଏବେ ସମସ୍ତଙ୍କର ନଜର ସେହି ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଥିଲା କି ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଥିବ, ତେବେ ଆସନ୍ତୁ ଜାଣିବା ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ କେମିତି ଅଛି ସେ ବିଷୟରେ |

ତେବେ ଆପଣମାନେ ସମସ୍ତେ ଜାଣିଥିବେ ଜନ୍ମରୁ ରାହୁଲ ଥିଲେ ଦିବ୍ୟାଙ୍ଗ ସେଥିପାଇଁ ସେ ଠିକ ସେ କଥା କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତିନି, ସାଧାରଣ ପିଲାଙ୍କର ଯେପରି ମାନସିକ ସ୍ଥିତି ରହିଛି ସେପରି ରାହୁଲ ର ନ ଥିଲା , ସେଥିପାଇଁ ରାହୁଲ ଜନ୍ମ ହେବା ପାଖରୁ ତାଙ୍କର ମା ବାପା ବହୁତ ଚିନ୍ତାରେ ଥିଲେ, କିନ୍ତୁ ତାଙ୍କର ସେହି ମାନସିକ ବିକଳାଙ୍ଗତା ଆଜି ବଞ୍ଚାଇବାରେ ସାହାଯ୍ୟ କରିଲା ରାହୁଲଙ୍କୁ | ଦୀର୍ଘ ସମୟ ପାଖା ପାଖି 100 ଘଣ୍ଟା ଧରି ସେହି 80 ଫୁଟର ଗାତ ଭିତରେ ପଶି ରହିଥିଲେ ରାହୁଲ, ଆଉ ରାହୁଲ ମଧ୍ୟ ପାଇଥିଲେ ଗାତ ଭିତରେ ବହୁତ କଷ୍ଟ କିନ୍ତୁ ଶେଷରେ ସେମାନଙ୍କର ଚେଷ୍ଟାରେ ଅନ୍ତ ଘଟିଲା ଓ ଟିମ ମଧ୍ୟ ରାହୁଲଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହେଲେ |

ତେବେ ଡକ୍ଟର ଯାହା କହିଛନ୍ତି କି ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି , ଆଉ ମଧ୍ୟ କହିଛନ୍ତି କି ଦୀର୍ଘ 5 ଦିନ ଧରି ଇଞ୍ଜେକ୍ସନ ଦେବା ଫଳରେ ତାଙ୍କ ଦେହରୁ ବେକ୍ଟରିଅର ମାତ୍ରା ଦିନକୁ ଦିନ କମିବାରେ ଲାଗିଛି ,ଆଉ ବାକି ସବୁ ଯୋଉ ବେକ୍ଟରିଆ ଜଣିତ ଟେଷ୍ଟ ଥିଲା ତାର ରିପୋଟ ଆଜି ପଠା ଯାଇଥିଲା ଓ ତାହା ନର୍ମାଲ ମଧ୍ୟ ଆସିଛି |ଏହା ଛଡା ରାହୁଲଙ୍କର କିଡ଼ନୀ ରେ ଓ ଲିଭର ରେ ଯୋଉ ଛୋଟ ଛୋଟ ଇଫେକ୍ଟ ଦେଖା ଯାଉଥିଲା ତାହା ମଧ୍ୟ ଏବେ ଧୀରେ ଧୀରେ ନର୍ମାଲ ହେବାକୁ ଲାଗିଛି |ତେବେ କାଲି ଆଉ ଗୋଟିଏ ଦିନ ଇଞ୍ଜେକ୍ସନ ର ଡୋଜ ଦିଆଯିବ, ତାପରେ ମେଡ଼ିସିନ ଖାଇବାକୁ ଦିଆଯିବ | ଫିଜିଓଥରାପି ଓ ରାହୁଲଙ୍କର ଚାଲିବା ସବୁରେ ପ୍ରୋଗ୍ରେସ ଦେଖିଲା ପରେ ରାହୁଲଙ୍କୁ ମେଡିକାଲ ରୁ ଡିସ୍ଚାର୍ଜ କରାଯିବ |

ତେବେ ସମସ୍ତଙ୍କ ପ୍ରାଥନା ଶେଷରେ ଭଗବାନ ଶୁଣିଲେ ଓ ରାହୁଲ ମଧ୍ୟ ଖୁବ ଶୀଘ୍ର ଭଲ ହୋଇ ଘରକୁ ଫେରିବେ ବୋଲି ସମସ୍ତଙ୍କ ଆଶା, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment