ବାଲାଙ୍ଗିର ରେ ହେଲା ଭିଡିଓ ଭାଇରାଲ , ଜଙ୍ଗଲରେ କିଛି କଲେଜ ଛାତ୍ରଙ୍କ ଦାଦାଗିରି ,ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

0

ଆଜିର ସମାଜରେ ପ୍ରତ୍ୟେକ ମଣିଷ ଭିତରେ ଥିବା ମଣିଷ ପଣିଆ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି ଏବଂ ସେମାନେ ଜଣେ ମଣିଷ ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି । କୌଣସି ବି କାରଣ ହେଉନା କାହିଁକି ଲୋକମାନେ ତାହାକୁ ବୁଝିବା ପୂର୍ବରୁ ସେମାନେ ଅନ୍ୟ ବ୍ୟକ୍ତି ଜଣକ ଉପରେ ସେହି ଦୋଷକୁ ଲଦି ଦେଇଥାନ୍ତି ଏବଂ ତାଙ୍କୁ ନିର୍ମମ ମାଡ ଦେଇଥାନ୍ତି । କିନ୍ତୁ ଜାଣିରଖିବା ଉଚିତ କି ଯାହାକିଛି ହେଉନା କାହିଁକି ଆଇନକୁ ହାତକୁ ନେବା ଉଚିତ ହୋଇ ନଥାଏ । ସେମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲାଙ୍ଗିରରେ , ଯାହାକୁ କିଛି କଳେଜ ଛାତ୍ର ମିଶି ଜଣେ ଯୁବକଙ୍କୁ ନିର୍ମମ ଭାବରେ ମାଡ ମାରୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।

ସମ୍ପୂର୍ଣ୍ଣ ଘଟଣାଟି ହେଉଛି ବାଲାଙ୍ଗିରର ଆଖପାଖ ଏକ ଜଙ୍ଗଲରେ କିଛି କଲେଜ ପିିଲା ନିଜ ଦାଦାଗିରି ଦେଖାଉଛନ୍ତି , ସେହିଦୃଶ୍ୟ ଆପଣ ମାନେ ଦେଖିଲେ ଆପଣଙ୍କ ପିଲାଙ୍କୁ କଲେଜ ପଠାଇବା ପାଇଁ ମଧ୍ୟ ଭୟଭୀତ କରିବେ । ଦେଖନ୍ତୁ କିଛି କଲେଜ ପିଲା ଏବଂ ଗଣ ଛାତ୍ର ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ମାଡ ମାରି ଚାଲିଛାନ୍ତି । ଏମିତି ମାରୁଛନ୍ତି ଯେ ଆପଣ ମଧ୍ୟ ଦେଖିଲେ ଆପଣଙ୍କ ଦେହ ସହିବନି । ସେହି ଯୁବକ ଜଣଙ୍କୁ ଖାଲି ପିଟୁ ନାହାନ୍ତି ତ ମଝିରେ ମଝିରେ ସିଗାରେଟର ଚେଙ୍କ ମଧ୍ୟ ଦେଉଛନ୍ତି । ସେହି ପିଲା ମାନଙ୍କର କଲେଜ ୟୁନିଫର୍ମ ଏବଂ କାନ୍ଧରେ ବ୍ୟାଗ ରହିଛି , ଏମାନଙ୍କୁ ଦେଖି ଲାଗୁଛି କି କଲେଜ ଆସି ପାଠ ପଢିବା ନାଆରେ ଦାଦାଗିରି ଓ ଆତଙ୍କରାଜ ଚଲାଇଛନ୍ତି ।

କୌଣସି ଘଟଣାକୁ ନେଇ ଛାତ୍ର ଏବଂ ଗଣଛାତ୍ର ମିଶି ଭୟଙ୍କର ମାଡ ମାରୁଛନ୍ତି ସେହି ପିଲାଟିକୁ , ଘେରା ବନ୍ଧି କରି ପିଲାଟିକୁ ବାଡିରେ ନିଦ୍ଧୁମ ପାଟି ଚାଲିଛନ୍ତି । ତା ସହିତ ଅଶିଳ ଭାଷାରେ ଗାଳି ଗୁଲଜ କରି ମାରି ଦେବାର ଧମକ ମଧ୍ୟ ଦେଉଛନ୍ତି । ସେମାନଙ୍କ କଥାବାର୍ତ୍ତା ଶୁଣି ଲାଗୁଛି ବୋଧେ ଏ ପୂର୍ବ ଶତ୍ରୁତାର ଏ ହେଉଛି ପ୍ରତିଶୋଧ ଏବଂ ଭାଇରାଲ ଭିଡିଓ ରେ ଦୁଇ ଜଣଙ୍କ ନାଁ ସ୍ପଷ୍ଟ ଭାବରେ ଜଣା ପଡୁଛି ସୁମନ ଏବଂ ଅନିମେସ । ମାଡ ମାରିବା ପରେ ଗୁରୁତର ଯୁବକଙ୍କୁ ଅନ୍ୟ ମାନଙ୍କର ଗୋଡ ଧରିବାକୁ ବାଧ୍ୟ କରାଯାଉଛି ।

ସହର ଆଖପାଖ ଜଙ୍ଗଲ ଭିତରେ ଏସବୁ ଘଟଣା ଘଡୁଥିବାର ଲାଗୁଛି , କଲେଜ ପିଲାଙ୍କର ଦଙ୍ଗା ରୂପକ ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି ବାଲାଙ୍ଗିର ଏସପି । ଭାଇରାଲ ଭିଡିଓରେ ଥିବା ଆକ୍ରମଣ କାରୀ ମାନେ ରାଜେନ୍ଦ୍ର ମାହାବିଦ୍ୟାଳୟର +3 ଛାତ୍ର ବୋଲି ୟୁନିଫର୍ମରୁ ସନ୍ଦେହ କରାଯାଉଛି । ଏସପି ଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ସ୍ୱତନ୍ତ୍ର ପୋଲିସ ଟିମ ବିଭିନ୍ନ ଯାଗାରେ ଚଢାଉ କରି 4 ରୁ 5 ଜଣଙ୍କୁ ଥାନାରେ ଅଟକ ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।