ମାଳିକା ଭବିଷ୍ୟବାଣୀ ! ବାଲେଶ୍ଵର କୁ ନେଇ ମାଳିକା ରେ ଯାହା ବର୍ଣ୍ଣନା ଥିଲା ସେୟା ହେଲା, ଜାଣନ୍ତୁ କ’ଣ ସବୁ ବର୍ଣ୍ଣନା ରହିଛି ?

0

ମହାପୁରୁଷ ମାନଙ୍କର ୬୦୦ ବର୍ଷ ତଳର ଦିବ୍ୟ କଥା କୁ ବାବା ଦିବାକର ଙ୍କ ବର୍ଣ୍ଣନା ଅନୁସାରେ ଆମେ ପୁଣି ଆଜି ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ।ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ତେବେ ବାବା ଦିବାକର ଙ୍କ ମାଳିକା ତଥ୍ୟ ଅନୁସାରେ ବାଲେଶ୍ଵର ର ବର୍ଣ୍ଣନା କଣ ରହିଛି ତାହା ଆମେ ଆଜି ଏଠାରେ ଆଲୋଚନା କରିବା। ଆପଣ ଜାଣିଛନ୍ତି ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ। ତେବେ ବାଲେଶ୍ଵର ବିଷୟରେ ଆମେ ଜେଉଁ ଆଲୋଚନା କରିବା ଯାହା ବର୍ଣ୍ଣନା ରହିଛି ଓଡ଼ିଶା ସ୍ଥାନ ତତ୍ତ୍ଵ ନିରୂପଣ ରେ। ଏଠାରେ ମହାପୁରୁଷ କହିଛନ୍ତି ପଞ୍ଚ ଲିଙ୍ଗେଶ୍ୱର୍ ଙ୍କୁ ପ୍ରଥମେ ପ୍ରଣାମ କରିବା ପାଇଁ। ଯାହାକୁ ଦର୍ଶନ କଲେ କୋଟି ପାପ କ୍ଷୟ ହେବ।

ଏଠାରେ ଦେବ ଦେବ ମହାଦେବ କୁ ଦର୍ଶନ କଲେ ଅନେକ ପୂଣ୍ୟ ହେବ। ଏହାଛଡା ମାଳିକା ରେ ବର୍ଣ୍ଣନା ରହିଛି ଯେ ବାଲେଶ୍ଵର ରେ ଘୂର୍ଣୀ ଝଡ଼ ଆସିବ, ବାତ୍ୟା ହେବ ଏବଂ ଗାଆଁ ଗଣ୍ଡାରେ ପାଣି ପ୍ରବେଶ କରିବ। ସମୁଦ୍ର ମାଡ଼ି ଆସିବ ଏବଂ ଅତି ଭୟଙ୍କର ରୂପ ନେବ।ଆଉ ଏସବୁରୁ ଉଦ୍ଧାର କରିବେ ଚନ୍ଦନେଶ୍ଵର ମହାଦେବ। ତାଙ୍କୁ ଡାକିଲେ ହିଁ ବିପତ୍ତି ରୁ ଉଦ୍ଧାର ମିଳିବ। ଏହାଛଡା ବାଲେଶ୍ଵର ରେ ଅନେକ ଭକ୍ତ ଆସି ପ୍ରଭୁଙ୍କୁ ସ୍ଥାପିତ କରିବେ। ଯେମିତି କ୍ଷୀରଚୋରା ଗୋପୀନାଥ ମନ୍ଦିର କୁ ଭକ୍ତ ମାନଙ୍କ ଦ୍ଵାରା ସ୍ଥାପନ କରା ଯାଇଛି। ସେମାନେ ଗୁପ୍ତ ଭାବରେ ପ୍ରଭୁଙ୍କୁ ସ୍ଥାପନା କରିବେ।

ଏହାଛଡା ମହାପୁରୁଷ କହିଛନ୍ତି ନୀଳଗିରି ଠାରେ ଯେଉଁ ମହାପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରହିଛି ସେଠାରେ ପଞ୍ଚସଖା ଙ୍କ ଭେଟ ହେବ।ଏକ ଅପୂର୍ବ ମିଳନ ଘଟିବ। ଏହାଛଡା ମଣି ନାଗେଶ୍ଵର ଙ୍କ କଥା ମଧ୍ୟ ବର୍ଣ୍ଣିତ ରହିଛି। ଏଠାରୁ ପାତାଳକୁ ବାଟ ଫିଟିଛି। ଏଠାରେ ଦେବ ଦେବ ମହାଦେବ ରହିଛନ୍ତି। ଏହାଛଡା ଲଙ୍ଗଳେଶ୍ବର ମହାଦେବଙ୍କ କଥା ମଧ୍ୟ ବର୍ଣ୍ଣନା ରହିଛି।ଏଠାରେ ପାର୍ବତୀଙ୍କ ସହ ରାମଚରିତ ଆଲୋଚନା କୁ ଭକ୍ତ ରାତିଅଧ ରେ ଶୁଣି ପାରିବେ ବୋଲି ବର୍ଣ୍ଣନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।