ଦେଖନ୍ତୁ ଭିଡ଼ିଓ – ସାପୁଆ କେଳା ସାପକୁ ଧରି ଏମିତି କଲା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

0

ବର୍ତ୍ତମାନ ସମୟରେ ସଂସାରରେ ରହିବାକୁ ଖାଦ୍ୟ ପାନୀୟ ,ବାସଗୃହ ପରି ଅର୍ଥ କିମ୍ବା ଟଙ୍କାର ଆବଶ୍ୟକତା ପଡିଥାଏ। ଯଦି ଦୁନିଆରେ ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଏମିତି ଭିକାରୀ ବି ତୁମକୁ ଚାହିଁବନି। ପଇସା ତୁମ ପାଖରେ ଅଛି ତାହାହେଲେ ସବୁ କିଛି ତୁମର। ଆଉ କଥା କହିପାରିବା,”ଟଙ୍କା ଥିଲେ ଘରେ ବାଘ କୁ ଆଣି ପୋଷୀ ପାରିବ।

ଗତ ବର୍ଷ କାରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା କୁ ତଳ କୁ ନେଇ ଯାଇଛି।ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ଲାକଡାଉନ ଏବଂ ଶଟଦଉନ ଲାଗି ରହିଲା,ଯାହାଦ୍ୱାରା ଅଧିକାଂଶ ଗରିବ ଶ୍ରେଣୀର ଲୋକମାନେ ବାଧାପ୍ରାପ୍ତ ହୋଇଥିଲେ।ଏହି ପଇସା ପାଇଁ ମଣିଷ କିଛି ବି କରିବାକୁ ପଛାଉ ନାହିଁ। ତେବେ ଆସନ୍ତୁ ଜାଣିବା ଜଣେ ଲୋକ ପଇସା ପାଇଁ କଣ କରୁଛନ୍ତି।

ସମସ୍ତେ ଜାଣିଛ ଘରୁ ପାଦ ବାହାର କଲେ ପାଖରେ ପଇସାର ଆବଶ୍ୟକତା ପଡିଥାଏ ଏବଂ ଖାଦ୍ୟ ଟିକିଏ ଖାଇବାକୁ ହେଲେ ମଧ୍ୟ ଦରକାର ହୋଇଥାଏ। ଏହିପରି ଏକ ଘଟଣା ଏବେ ଆମ ଓଡ଼ିଶାର ଯାଜପୁର ଜିଲାର ବିଂଝାଲପୁର ପରମୁଲୁଲି ଗାଁରେ ଦେଖା ଦେଇଛି। ଏଠାରେ ଗୋଟିଏ ପରିବାର ପେଟ ପାଇଁ ନିଜର ସବୁକିଛି ଜଳାଞ୍ଜଳି ଦେଇକି ଅର୍ଥ ଉପାର୍ଜନ କରୁଛନ୍ତି।

ସେମାନେ ଗୋଟିଏ ଅଜଗର ସାପ କୁ ବେକରେ ପକେଇ ସମସ୍ତଙ୍କୁ ଦେଖେଇ ଭିକ୍ଷା ମାଗୁଛନ୍ତି। ଯାହା ଦ୍ୱାରା ନିଜର ଛୋଟ ପରିବାରର ଭରଣପୋଷଣ କରୁଛନ୍ତି।

ଏମିତି ସବୁଦିନ କରିବା ପରେ କେହି ଜଣେ ବନ ବିଭାଗ କୁ ଖବର ଦେଇଥିଲେ।ପରେ ବନ ବିଭାଗ ଅଧିକାରୀ କହିଲେ,“ତୋର ଆଧାର କାର୍ଡ ଦେଖାଅ ନହେଲେ ତୋରେ ସାପ ନେଇ ଯିବୁ ”ତାଙ୍କୁ ପଚାରିବାରୁ କହୁଛନ୍ତି ସାପ କୁ କିଣି କରି ଆଣିଛୁ,ଅଜଗର ସାପ କାହାର କ୍ଷେତି କରିବେ ନାହିଁ ଏବଂ ଏହାକି କାନ୍ଧରେ ପକେଇ ଭିକ୍ଷା କରି ପରିବାର ଚଳୁଛୁ।

ବନ ବିଭାଗ କହିବା ଅନୁସାରେ,ସେମାନେ କିଛି କାଗଜ ପତ୍ର ରଖି ନାହାନ୍ତି କେବେଳ ଆଧାର କାର୍ଡ ଧରିକି ବୁଲୁଛନ୍ତି।ତା ପରେ ସେ ପରିବାର ହେଲେ “ ସାପୁଅ କେଳା”। ବନ ବିଭାଗ ସାପ କୁ ନେବା କଥା କହିବାରୁ ସାପୁଅ କେଳ ଏବଂ ସ୍ତ୍ରୀ ଅଧିକାରୀର ଗୋଡ଼ ଧରିଲେ।

କାକତି ମିନତୀ ହୋଇ କହିଲେ ସାପ ନିଅନି ଏବଂ ତାଙ୍କ ଛୁଆ ଟି ମଧ୍ୟ କହିଲା,“ ଆମ ସାପ ମରିଯିବ ”। ତାପରେ ସାପୁଅ କେଳା ର ସ୍ତ୍ରୀ ଆଉ ମଧ୍ୟ କହିଲା “ ନେହୁରା ହୋଇ ମୋର ସାପ କୁ ନିଅନି,ମୁ ଭିକ୍ଷା କରୁଛି। ଏହି ପରି ବହୁତ ଅନୁରୋଧ କରିଥିଲେ।

ବନ ବିଭାଗ ସହ ବହୁତ ଯୁକ୍ତି ତର୍କ ପରେ ତଥାପି ସେ ଅଧିକାରୀ ଶୁଣି ନଥିଲେ ସଂଗେ ସଂଗେ ତାଙ୍କ ଅଫିସ ସହ ଯୋଗାଯୋଗ କରି ନେବାକୁ କହିଲେ। ତାପରେ କୌଣସି କୌଶଳ କରି ସେ ସାପୁଅ କେଳା ,ତା ପରିବାର ସହ ଅଜଗର ସାପ କୁ ନେଇ କୁଆଡେ ଫେରାର ହୋଇଗଲେ । ତାଙ୍କୁ ବହୁତ ଖୋଜା ଖୋଜି ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।