LIVE | Naba Das News- ମନ୍ତ୍ରୀ ନବ ଦାସ୍ ଙ୍କୁ ଗୁଳିମାଡ଼ ର ବନ୍ଧୁକ ଧରି କ୍ରାଇମ ସିନ ଦେଖେଇଲା ଅଭିଯୁକ୍ତ ଗୋପାଳ ଦାସ !ଏମିତି ଥିଲା ଗୁଳି ମାଡ଼ ଦେଖିଲେ ଛାତି ଥରିଉଠିବ…ଦେଖନ୍ତୁ viral ଭିଡ଼ିଓ ଟିକୁ….

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ନିଜ ମୁହଁରେ ସ୍ବୀକାର କରିଛି ଅଭିଯୁକ୍ତ ଗୋପାଳ ଦାସ୍। ତେବେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ କୁ ନେଇ କ୍ରାଇମ୍ ସ୍ପଟ୍ ରେ କ୍ରାଇମ୍ ସିନ୍ ର ରି କ୍ରିଏସନ୍ କରାଯାଇଛି। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଲାଗି ରହିଛି।

ଆଉ ଯେତେବେଳେ ଏହି କ୍ରାଇମ୍ ସିନ୍ ର ରି କ୍ରିଏସନ୍ କରାଯାଇଥିଲା ଗୋପାଳ କିଭଳି ଭାବେ ବନ୍ଧୁକ ଧରି ନିଜେ ଆସିଥିଲା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ତାର ଡେମୋ କରି ଦେଖାଇଥିଲେ। ଏକ ଗୁଳି ନଥିବା ବନ୍ଧୁକ ଦିଆ ଯାଇଥିବା ଅଭିଯୁକ୍ତ ଗୋପାଳ ଦାସ ଙ୍କ ଆଉ ଗୋପାଳ ସେଦିନ କିପରି ଭାବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ତାର ଡେମୋ ଦେଖାଇଛି। ଏବଂ ଗୁଳି କରି ସାରିବା ପରେ କିଭଳି ଲୋକେ ଉତ୍କ୍ଷିପ୍ତ ହୋଇ ଗୋପାଳ ଙ୍କୁ ଘେରି ଯାଇଥିଲେ ଏବଂ କିଭଳି ଭାବେ ପୋଲିସ୍ ଗୋପାଳ କୁ ନିଜ କବଜା କୁ ନେଇଥିଲା ସେ ସବୁ କୁ ଗୋଟି ଗୋଟି କରି କ୍ରାଇମ୍ ବ୍ରାଞ୍ଚ ସାମ୍ନାରେ ବାଖାଣିଛି ଗୋପାଳ।

ନବ ଦାସ ଙ୍କୁ କିପରି ଗୁଳି କରିବ ଗୋପାଳ ଏବଂ ଧିରେ ଧିରେ ସେ କିପରି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପାଖକୁ ଆସିଥିଲା ଆଉ କିପରି ଗୁଳି କରିଥିଲା ସେ ସବୁ ସିନ୍ ର ରି କ୍ରିଏସନ କରା ଯାଇଛି। ଘଟଣା ସ୍ଥଳରେ ଏବେ କ୍ରାଇମ୍ ବ୍ରାଞ୍ଚର ପୁରା ଟିମ୍ ମହଜୁଦ ରହିଛନ୍ତି। ଏବଂ କ୍ରାଇମ୍ ବ୍ରାଞ୍ଚ ର ଟିମ୍ ଘଟଣା ସ୍ଥଳରେ କିଛି ଗୁରୁତ୍ବ ପୂର୍ଣ୍ଣ ଆଲୋଚନା ମଧ୍ୟ କରୁଥିବାର ଦେଖିବା ପାଇଁ ମିଳିଛି। ଆଉ କିଛି ସମୟ ପରେ ଘଟଣା ସ୍ଥଳରୁ ସମସ୍ତେ ଫେରି ଯିବେ।

ତେବେ ଆଜିକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ମାମଲାକୁ ଦଶ ଦିନ ବିତି ଗଲାଣି ଏହାରି ଭିତରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଙ୍କୁ ଦୁଇ ଦୁଇ ଥର ରିମାଣ୍ଡ ରେ ନେଇ ତଦନ୍ତ ଜାରି ରଖିଛି କ୍ରାଇମ୍ ବ୍ରାଞ୍ଚ।ତେବେ ଆଜି ଗୋପାଳ କୁ ରିମାଣ୍ଡ ରେ ନେବାର ଦ୍ୱିତୀୟ ପର୍ଯ୍ୟାୟ ର ତୃତୀୟ ଦିନ। ଆଉ ଆଜି ଦ୍ୱିତୀୟ ପର୍ଯ୍ୟାୟ ର ତୃତୀୟ ଦିନ ରେ କ୍ରାଇମ୍ ସିନ୍ ର ରି କ୍ରିଏସନ୍ କରା ଯାଇଛି।ଗୋପାଳ କିଭଳି ଭାବେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ତାର ଡେମୋ ଦେଖାଇଛି।

ତେବେ ଘଟଣାର ଅଧିକ ତଦନ୍ତ ପରେ ଗୋପାଳ ପାଖରୁ ଆଉ କିଛି ସୁରାକ ମିଳିପାରେ ବୋଲି ଲକ୍ଷ୍ୟ ରଖିଚି ତଦନ୍ତକାରୀ ଟିମ୍ ଯାହା ଉପରେ ରହିଛି ସମସ୍ତଂକ ନଜର।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment