ବାଂଲାଦେଶୀ କଏଦୀ ରଗଡି ଜେଲ ବାରାକରେ ନଜର ବନ୍ଦୀ, ନିଜ ଦେଶକୁ ଯିବାକୁ ଆକୁଳ, ବେପାର ପାଇଁ ଆସି…ଦେଖନ୍ତୁ ଭିଡ଼ିଓ

0

ଆମ ଭାରତୀୟ ସମ୍ବିଧାନର ରେ ନିୟମ କାନୁନ ସମସ୍ତଙ୍କ ପାଇଁ ସମାନ ହୋଇଥାଏ। ଯେତେ ବଡ଼ ଉଚ୍ଚ ପଦସ୍ତ ଲୋକ ହୋଇଥାଉ ନା କାହିଁକି। ଆଇନ ଆଗରେ କେହି ଛୋଟ କିମ୍ବା ବଡ଼ ନୁହଁନ୍ତି ସମସ୍ତେ ସମାନ। ତେବେ ଏସବୁ ବ୍ୟତୀତ ଆମେ ଯେତେବେଳେ ଆମ ଦେଶ ଛାଡ଼ି ଅନ୍ୟ ଦେଶକୁ ଯାଇ ଥାଉ ସେତେବେଳେ ଆମ ପାଖରେ ପାସପୋର୍ଟ ଭଳି ପରିଚୟ ପତ୍ର ରହିବା ଅତ୍ୟନ୍ତ ଭାବରେ ଆବଶ୍ଯକ ହୋଇଥାଏ। ଏହାପରେ ଯାଇ ଅନ୍ୟ ଦେଶକୁ ଯାଇ ପାରିବୁ କିମ୍ବା ଅନ୍ୟ ଦେଶର କୌଣସି ବ୍ୟକ୍ତି ଆମ ଦେଶକୁ ଆସିବା ପାଇଁ ମଧ୍ୟ ପାସପୋର୍ଟ ରହିଥିବା ଆବଶ୍ୟକ, ଯଦି ଏହା ନ ଦେଖାଇ ପାରିବ ତାହାଲେ ଆଇନ ଅନୁଯାୟୀ ଦଣ୍ଡିତ ହେବ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି ଯାହାକି, ବିନା ପାସପୋର୍ଟ ରେ ଭାରତକୁ ଆସିଛି ଜେଲ ଦଣ୍ଡ ଭୋଗୁଛି, ଘରକୁ ଯିବାପାଇଁ ଆକୁଳ ନିବେଦନ କରୁଛି। ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ। ସୂଚନା ଅନୁସାରେ, ସକିଲ ଅହମ୍ମଦ ନାମକ ଜଣେ ଯୁବକ ବାଂଲାଦେଶର ନିରୁପୁର ଜିଲ୍ଲା ଦାରୁ ସାଲାମ ଥାନା ଅଞ୍ଚଳର ବାସିନ୍ଦା ଅଟନ୍ତି। ସେ ତାଙ୍କ ବାପାଙ୍କର ଗୋଟିଏ ବୋଲି ପୁଅ ଅଟନ୍ତି। ସେ ନିଜ ରୋଜଗାର ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥିଲେ। ଏମିତିକି ସେ ରୋଜଗାର ନିମନ୍ତେ ବାଂଲାଦେଶରୁ ଭାରତ ଆସି ମୁମ୍ବାଇ ଓ ଦିଲ୍ଲୀ ସହର ଭଳି ସବୁ ସ୍ଥାନ ବୁଲା ବୁଲି କରିଥିଲେ।

ଏହା ପରେ ଶେଷରେ ଓଡ଼ିଶାର ଯାଜପୁର ଜିଲ୍ଲା ପାଣି କୋଇଲି ଠାରେ ପହଁଛି ଯାଇ ଥିଲେ। ତାଙ୍କ ନିକଟରେ ପାସପୋର୍ଟ ନଥିବା କାରଣ ଯୋଗୁଁ ପୋଲିସଙ୍କ ହାତରେ ଧରା ପଡି ଜେଲ ଦଣ୍ଡ ଭୋଗି ଥିଲେ। ସେ ଯାଜପୁର ରୋଡ଼ କୋର୍ଟରେ ଧରାପଡି ୩ ବର୍ଷ ଜେଲ ଦଣ୍ଡ ତାଙ୍କୁ ଦିଆ ଯାଇ ଥିଲା। ବର୍ତ୍ତମାନ ୨ ବର୍ଷ ହେବ ରଗଡି ଜେଲ ସୁରକ୍ଷା କର୍ମୀଙ୍କ ନଜର ବନ୍ଦୀ ହୋଇ ରହିଛନ୍ତି। କିନ୍ତୁ ସେ ଦୀର୍ଘ ବର୍ଷ ଧରି ଜେଲ ଦଣ୍ଡ ଭୋଗି ସାରିବା ପରେ ନିଜ ଘରକୁ ଯିବା ପାଇଁ ଆକୁଳ ହେଉଛନ୍ତି।

କିନ୍ତୁ ଘରକୁ ଫେରିବାର ତାଙ୍କ ପାଖରେ କୌଣସି ଉପାୟ ବାହାରି ପାରୁ ନାହିଁ ଓ ସେଥିପାଇଁ ସେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡୁଛନ୍ତି। ଯାହା ଫଳରେ କି ସେ ତାଙ୍କ ଘର ବା ନିଜ ସ୍ଥାନକୁ ଯାଇ ପାରୁ ନାହାଁନ୍ତି। ଘରକୁ ଯିବା ପାଇଁ ବାହାରି ଥିବା ବେଳେ ପାସପୋର୍ଟର ବ୍ୟବସ୍ଥା ସରକାରଙ୍କ ପାଖରୁ ଯଥା ଶୀଘ୍ର ବାହାର କରାଗଲେ ସେ ନିଜ ଦେଶକୁ ଫେରି ପାରିବେ ବୋଲି ଆଶା କରିଛନ୍ତି। ସେଥିପାଇଁ ସେ ସରକାରଙ୍କ ସାହାଯ୍ୟ ପାଇଁ ସେ ଅପେକ୍ଷା କରିଛନ୍ତି। ତେବେ ସେହି ବ୍ୟକ୍ତିଙ୍କୁ ଯଥା ଶୀଘ୍ର ପାସପୋର୍ଟ ମିଳି ଗଲେ ସେ ବହୁତ ଖୁସି ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।