ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ରିୟା ଦେ। ବିବାହ ପରଠାରୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ରିୟା ତେବେ ଆପଣ ମାନେ ଅଭିନେତ୍ରୀ ରିୟା ଦେଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ଦିନ ମାନଙ୍କରେ ଅଭିନେତ୍ରୀ ରିୟା ତାଙ୍କ ବୟ ଫ୍ରେଣ୍ଡ ସୁନୀଲଙ୍କୁ ବିବାହ କରିଛନ୍ତି। ଗୋଟିଏ ଇଭେଣ୍ଟ ଶୋରୁ ଦୁହେଁ ପରସ୍ପରକୁ ସାକ୍ଷାତ କରିଥିଲେ। ଏହା ପରେ ଉଭୟ ପ୍ରେମ ସମ୍ପର୍କରେ ଆସିଥିଲେ। ଆଉ ଶେଷରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରିୟା ଓ ସୁନୀଲ।
ଅଭିନେତ୍ରୀ ରିୟା ଙ୍କ ଶାଶୁ ଘର ପୁରୀରେ। ତେବେ ରିୟା ବିବାହ ପରେ ତାଙ୍କ ଶାଶୁ ଘର ପୁରୀକୁ ଚାଲି ଯାଇଥିଲେ। ଆଉ ବର୍ତ୍ତମାନ ସମୟରେ ସେ ଅଷ୍ଟମଙ୍ଗଳା ପାଇଁ ନିଜ ବାପ ଘରକୁ ଆସିଛନ୍ତି ଯାହାର ଫୋଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।ତେବେ ଆମେ ଯଦି ରିୟାଙ୍କ ପରିବାର କଥା ଦେଖିବା ତାଙ୍କ ପରିବାରରେ ରିୟାଙ୍କ ବାପା ମା ଆଉ ଜଣେ ସାନ ଭଉଣୀ ରହିଛନ୍ତି। ତେବେ ରିୟାଙ୍କ ବିବାହ ପରେ ଏବେ ଏକୁଟିଆ ହୋଇ ଯାଇଛନ୍ତି ରିୟାଙ୍କ ପରିବାର। ବର୍ତ୍ତମାନ ତାଙ୍କ ପରିବାର ରେ ମାତ୍ର ତିନି ଜଣ ରହିଛନ୍ତି। ରିୟାଙ୍କ ବିବାହ ପରେ ରିୟାଙ୍କ ପରିବାର ଏକା ହୋଇ ଯାଇଥିଲେ। ଆଉ ଏବେ ରିୟା ଓ ତାଙ୍କ ସ୍ଵାମୀ ସୁନୀଲ ଅଷ୍ଟମଙ୍ଗଳା ପାଇଁ ନିଜ ବାପ ଘରକୁ ଆସିଛନ୍ତି ଯାହାକୁ ନେଇ ରିୟା ବେଶ୍ ଖୁସି ରହିଛନ୍ତି। ଆଉ ଏହି ଖୁସି ମୁହୂର୍ତ୍ତର ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ତେବେ ଅଭିନେତ୍ରୀ ରିୟା ୨୦୧୨ ମସିହା ପାଖରୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ପ୍ରେମ ଅଢ଼େଇ ଅକ୍ଷର ସିନେମାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଅଭିନେତ୍ରୀ ରିୟା। ଯାହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ପ୍ରେମ ଅଢ଼େଇ ଅକ୍ଷରରେ ପ୍ରଥମ ଥର ପାଇଁ ରିୟା ଅଭିନେତା ବାବୁଶାନଙ୍କ ନାୟିକା ସାଜିଥିଲେ। ଆଉ ଏହି ଯୋଡିକୁ ଦର୍ଶକ ମାନଙ୍କ ଖୁବ୍ ଭଲ ପାଇବା ମିଳି ପାରି ଥିଲା।
ଆଉ ଏହା ପର ଠାରୁ ରିୟା ଏକାଧିକ ସିନେମାରେ ନଜର ଆସିଛନ୍ତି। କ୍ରିମିନାଲ, ଇଡିଅଟ୍,ଏମିତି ବି ପ୍ରେମ ହୁଏ,ତୁ ମୋ ଦେହର ଛାଇ,ଲଭ ମାଷ୍ଟର,ତୁ ଯେ ସେଇ,କଲେଜ ଟାଇମ ,ପାଗଳ କରିଚୁ ତୁ ,ଗୋଲାପି ଗୋଲାପି, ଗୋଲାପି ଗୋଲାପି ୨,ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ସଫଳ ଫିଲ୍ମର ନାୟିକା ସାଜିଛନ୍ତି ରିୟା। ଆଉ ବିବାହ ପରେ ମଧ୍ୟ ରିୟା ଅଭିନୟ କରିବେ ବୋଲି ତାଙ୍କ ସ୍ବାମୀ ଆଉ ରିୟା କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।