ବାପା ହେବ ତ ଏମିତି ! ଏହି ଭଳି ଜଣେ ମହାନ୍ ବାପା ଙ୍କୁ କେଉଁଠି ବି ଦେଖି ନଥିବେ, ଯିଏ କି ଏକ ସାଙ୍ଗରେ ଗୋଟେ ବାପା ଏବଂ ଗୋଟେ ଅଫିସର୍ ର କର୍ତ୍ତବ୍ୟ ଲିଭାଉଛନ୍ତି, ଏହି ବାପାଙ୍କ ପାଇଁ ଆପଣଙ୍କ ମତାମତ ଜଣାନ୍ତୁ…

0

ମାଆ ନାହିଁ ଯାହାର ସାହା ନାହିଁ ତାହାର। ମାଆ ହେଉଛି କରୁନାମୟୀ ଏବଂ ସ୍ନେହ, ମମତାର ଗଭୀର ସାଗର। ଯାହା ପାଖରେ ତାର ପିଲା ମାନଙ୍କ ପାଇଁ ରହିଥାଏ ଗଭୀର ସ୍ନେହ ଓ ଭଲପାଇବା। ମାଆ ହେଉଛନ୍ତି ଭଗବାନ ଙ୍କ ର ଏହି ଦୁନିଆର ଶ୍ରେଷ୍ଠ ସୃଷ୍ଟି। ମାଆ ଏମିତି ଜଣେ ଚରିତ୍ର ଯିଏକି ତାର ଶିଶୁ ପାଇଁ କିଛି ବି କରିପାରେ ଏବଂ ଦୁନିଆ ସହିତ ଲଢେଇ କରି ତାର ଶିଶୁ କୁ ରକ୍ଷା କରିବା ପାଇଁ ଅଦମ୍ୟ ସାହସ ନିଜ ଭିତରେ ରୋପଣ କରିଥାଏ। ମା ର ସ୍ଥାନ କେହି ନେଇ ପାରିବା ସମ୍ଭବ ନୁହେଁ। ମାଆ ବିନା ବଞ୍ଚିବା, ମାଆ ବିନା ବଡ଼ ହେବା ବହୁତ କଷ୍ଟସାଧ୍ୟ ଏବଂ ଅସମ୍ଭବ ଭଳି ଲାଗିଥାଏ।

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଶୈଶବ ରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେଉଁ ଜୀବନରେ ମାଆ ର ସ୍ନେହ ବୋଳା ହାତ ଦେହରେ ବାଜି ନାହିଁ ତାହେଲେ ସେ ଜୀବନର ମାନେ ଆଉ କିଛି ନାହିଁ।

ଛୋଟ ପିଲାକୁ ବଡ଼ କରିବା, ତାର ଅଳି ଅଝଟ ସହି ତାକୁ ଲାଳନ ପାଳନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପରିପକ୍ଵ କରାଇବା ଜଣେ ମାଆ ଦ୍ବାରା ହିଁ ସମ୍ଭବପର ହୋଇଥାଏ। ମାଆ ବିନା ଏସବୁ ଭାରି ମୁସ୍କିଲ ହୋଇପଡେ ଏବଂ ଯାହା ର ଜୀବନରେ ମାଆ ନାହିଁ ସେ ଜୀବନ ଅଧୁରା ହୋଇ ରହି ଯାଇଥାଏ।ଏବେ ନିକଟରେ ଏକ ଫଟୋ ଯାହା ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ତାହା ଏସବୁ କୁ ସ୍ପଷ୍ଟ କରୁଚି ଯେ ମାଆ ଓ ତାର ମମତା ର ମୂଲ୍ୟ କେତେ ଅଧିକ ଏବଂ ଏହାର ତାତ୍ପର୍ଯ୍ୟ କେତେ ରହିଛି।

କାରଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଜଣେ ବାପାର ଦାୟିତ୍ୱ ବୋଧତା କୁ ବୁଝାଉଛି। ପିଲାକୁ କିପରି ଲାଳନ ପାଳନ କରାଯାଏ ଏବଂ ତା ସହିତ ଟଙ୍କା କିପରି ରୋଜଗାର କରାଯାଏ ତାହା ଏହି ଫଟୋ ରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି।ତେବେ ଆପଣଙ୍କୁ କହି ରଖୁଛୁ କି ଭାଇରାଲ ହେଉଥିବା ଏହି ଫଟୋଟି ହେଉଛି ଜଣେ ମେକ୍ସିକୋ ର ଶିକ୍ଷକଙ୍କ ର। ଯିଏକି ପିଲାକୁ କୋଳରେ କାଖରେ ଧରି ପାଠ ପଢ଼ାଉଛନ୍ତି ଶ୍ରେଣୀ ଗୃହରେ।ତେବେ ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ମେକ୍ସିକୋ ର ଜଣେ ପ୍ରଫେସର।

ସୂଚନା ଅନୁସାରେ ତାଙ୍କ ପତ୍ନୀ ଙ୍କ ମୃତ୍ୟୁ ପରେ ସେ ତାଙ୍କ ଶିଶୁର ଲାଳନ ପାଳନ କରି ଆସୁଛନ୍ତି। ନିଜର କର୍ମମୟ ଜୀବନକୁ ପଛରେ ନପକାଇ ତାକୁ ଗୁରୁତ୍ଵ ଦେବା ସହିତ ନିଜର ପିଲାର ମଧ୍ୟ ଉଚିତ୍ ଯତ୍ନ ନେଉଛନ୍ତି । ଗୋଟିଏ ମାଆ ର ସମସ୍ତ କାର୍ଯ୍ୟ କରୁଛନ୍ତି ଏହି ପ୍ରଫେସର୍ ଜଣଙ୍କ। ତେବେ ଏହି ଫଟୋ ଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଜାତୀୟ ଗଣ ମାଧ୍ୟମ ର ସୂଚନା ଅନୁସାରେ ଏହି ଫଟୋ ଟି ଏବେର ନୁହଁ ବରଂ ଏହା ହେଉଛି ୨୦୧୬ ମସିହାର ଘଟଣା ଏବଂ ସେହି ସମୟର ଫଟୋ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।