ବାପା ମାଆ ଙ୍କୁ ଭଲ ପାଉଥିଲେ ଏହି ଦୁଃଖ ଭରା କାହାଣୀଟିକୁ ପ୍ରତ୍ୟେକ ପୁଅ ଓ ଝିଅ ଥରେ ପଢିବା ଉଚିତ୍

0

ଶାସ୍ତ୍ର ରେ ପିତାମାତା ଙ୍କୁ ପ୍ରଥମ ଭଗବାନ ବୋଲି କୁହା ଯାଇଛି କାରଣ ପିତାମାତା ହିଁ ଆମକୁ ଏହି ଦୁନିଆ କୁ ଆଣିଛନ୍ତି।ପିଲାଟିଏ ପାଇଁ ବାପା ମାଆ ଅନେକ ଦେବା ଦେବୀ ଙ୍କୁ ପୁଜା କରନ୍ତି।ଭଗବାନ ଙ୍କୁ ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି।ସାଧାରଣତଃ ପୁଅ କି ଝିଅ ଟିଏ ପାଇବା ପାଇଁ ବାପା ମାଆ ଅନେକ ପୂଜାର୍ଚ୍ଚନା ସହ ଅନେକ ମାନସିକ ମଧ୍ୟ କରନ୍ତି।ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରନ୍ତି।ପିଲାର ଖୁସି ପାଇଁ ନିଜର ଖୁସି କୁ ଭୁଲି ଯାଆନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଛିଣ୍ଡା ଫଟା ବସ୍ତ୍ର ପିନ୍ଧନ୍ତି ସତ କିନ୍ତୁ ନିଜ ପିଲା କୁ ଭଲ ବସ୍ତ୍ର ଆଣି ଦିଅନ୍ତି।

ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି। ବାପା ମା ମାନେ ଛୁଆ ମାନଙ୍କୁ ମଣିଷ କରିବା ପାଇଁ ଅନେକ ତ୍ୟାଗ ଓ କଠିନ ପରିଶ୍ରମ କରି ଥାଆନ୍ତି। ରାତି ରାତି ଅନିଦ୍ରା ହୋଇ କଠିନ ପରିଶ୍ରମ କରି ଥାନ୍ତି ସେମାନଙ୍କ ପିଲା ମାନେ ଯେପରି ମଣିଷ ହୋଇ ପାରିବେ।

କିନ୍ତୁ ଅନେକ ସମୟ ରେ ଆମେ ଦେଖିଛେ ଯେତେବେଳେ ପୁଅ ବଡ଼ ହୋଇ ଯାଏ ଏବଂ ବିବାହ କରେ ସେତେବେଳେ ତା ପାଇଁ ବାପା ମାଆ ବୋଝ ହୋଇ ଯାଆନ୍ତି,ଅନାବଶ୍ୟକ ହୋଇ ଯାଆନ୍ତି ଏମିତି କୁ ସେମାନେ ତାଙ୍କ ପାଇଁ ବୋଝ ହୋଇ ଯାଆନ୍ତି। ବାପା ମା କରିଥିବା ତ୍ୟାଗ କୁ ସେମାନେ ଭୁଲି ଯାଇ ଥାନ୍ତି। ତେବେ ଆଜି ଆମେ ସେମିତି ଏକ କାହାଣୀ ବିଷୟ ରେ ଜାଣିବା ଯେଉଁ କାହାଣୀ ରେ ଏକ ଗରିବ ବାପା ର ପରିଶ୍ରମ ଓ ତ୍ୟାଗ ଲୁଚି ରହିଛି । ଆସନ୍ତୁ ଜାଣିବା :

ଗୋଟିଏ କମ୍ପାନୀ ର ଇନ୍ତର୍ଭ୍ୟୁ ରେ ଜଣେ ଯୁବକ ଇନ୍ତର୍ଭ୍ୟୁ ଦେବା ପାଇଁ ଆସିଥିଲେ । ଯୁବକ ଜଣଙ୍କ ଖୁବ୍ ପରିଶ୍ରମୀ ଓ ଉଦାର ସ୍ଵଭାବ ବ୍ୟକ୍ତି ଥିଲେ ଓ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ଖୁବ୍ ଆକର୍ଷଣୀୟ ଥିଲା । ତେବେ ସାକ୍ଷାତକାର ନେଉଥିବା କମ୍ପାନୀ ରେ ମ୍ୟାନଯର ଜଣଙ୍କ ତାଙ୍କ କଥା ବାର୍ତ୍ତା ରେ ଖୁବ୍ ଖୁସି ହୋଇଗଲେ ଓ ତାଙ୍କୁ ତାଙ୍କ ପରିବାର ବିଷୟ ରେ ପଚାରିଲେ।

ତାଙ୍କ ବାପା ଙ୍କ ବୃତ୍ତି ବିଷୟ ରେ ମଧ୍ୟ ପଚାରିଲେ । ଯୁବକ ଜଣଙ୍କ କହିଲେ ଯେ ତାଙ୍କ ବାପା ଲୋକ ମାନଙ୍କ କପଡା ଧୋଇବା କାମ କରନ୍ତି । ମ୍ୟାନେଜର ଜଣଙ୍କ ଆଶ୍ଚର୍ଯ୍ୟ ହେବା ସହିତ ଖୁବ୍ ଖୁସି ମଧ୍ୟ ହୋଇଗଲେ ଓ ତାଙ୍କୁ କହିଲେ ତୁମେ ଆଜି ଘରକୁ ଯାଓ ଓ ତୁମ ବାପା ଙ୍କ ଗୋଡ଼ ଧୋଇ ଆସ ଓ କାଲି ତୁମେ ଚାକିରି ପାଇବ ।

ଯୁବକ ଜଣଙ୍କ ପ୍ରଥମେ କିଛି ବୁଝି ପାରିଲା ନାହିଁ ଓ ଘରକୁ ଯାଇ ମ୍ୟାନଯର ଜଣଙ୍କ ଯେମିତି କହିଥିଲେ ସେମିତି କଲେ । ବାପା ଙ୍କ ଗୋଡ଼ ଧୋଇବା ସମୟ ରେ ଯୁବକ ଜଣକ ତାଙ୍କ ପ୍ରତି ଥିବା ତାଙ୍କ ବାପା ଙ୍କ ତ୍ୟାଗ ଜାଣି ପାରିଲେ ଓ ଏହା ଦେଖି ତାଙ୍କ ଆଖିରୁ ଲୁହ ଝରି ଆସିଲା।ସେହି ଦିନ ରାତିରେ ସେ ତାଙ୍କ ବାପା ଙ୍କ ସବୁ କପଡା ଧୋଇଲେ ଓ ପରଦିନ ସକାଳେ ଯାଇ ଚାକିରି ରେ ଯୋଗ ଦେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।