ବାପାର ମୃତ୍ୟୁ ପରେ ପୁଅ ଭଳି ଶବ ସଂସ୍କାର କଲେ ୪ ଦିବ୍ୟାଙ୍ଗ ଝିଅ, ପୂରା ଘଟଣା ଜାଣି ଆଖିରେ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜୀବନ ହେଉଛି ସରୁ ପତ୍ର ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ମଣିଷ ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ବାପାଙ୍କ ମୃତ୍ୟୁ ପରେ ତାଙ୍କ ୪ ଜଣ ଝିଅ ମାନେ ଶବ ସଂସ୍କାର କରିଛନ୍ତି, ତେବେ ଆସନ୍ତୁ ସେମାନେ କାହିଁକି ଶବ ସଂସ୍କାର କରିଛନ୍ତି, ସେହି ବିଷୟରେ ଜାଣିବା;

ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନିଜାମ ପୁର ପଞ୍ଚାୟତ ଅନ୍ତର୍ଗତ ଦୁମୁଦା ଗାଁ ରୁ ଏକ ଦୁଃଖ ଦାୟକ ଘଟଣା ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଦୁମୁଦା ଗାଁ ର ବାଇଧର ଜେନା ନାମକ ଜଣେ ଯୁବକ, ତାଙ୍କର ବୟସ ୭୫ ବର୍ଷ ଅଟେ। ସବୁଠାରୁ ଦୁଃଖର ବିଷୟ ଯେ, ତାଙ୍କର ୪ ଜଣ ଝିଅ ଜନ୍ମରୁ ମୁକ ଓ ବଧିର ଅଟନ୍ତି। ସେଥିପାଇଁ ସେମାନେ ମଧ୍ୟ ବିବାହ ହୋଇ ପାରି ନାହାନ୍ତି। ତେବେ କିନ୍ତୁ ତାଙ୍କ ବାପା ନିଜ ଝିଅ ମାନଙ୍କୁ ପାଖରେ ରଖି ଚାଷ କାର୍ଯ୍ୟରୁ ଯାହା ରୋଜଗାର ହୋଇ ଥାଏ, ସେ ଦୁଃଖ ଓ କଷ୍ଟରେ ତାଙ୍କ ପରିବାରକୁ ଚଳାଇ ଥାଆନ୍ତି।

ହେଲେ ହଠାଥ ତାଙ୍କ ବାପା କିଛି ବର୍ଷ ତଳେ ପକ୍ଷାଘାତ ରୋଗରେ ପଡ଼ି ସବୁବେଳେ ଶୋଇ ରହିଲେ। ପରିବାର କଥା ଭାବି ତାଙ୍କ ସ୍ତ୍ରୀ ହାରାମଣି ଜେନା ଛେଳି ରଖି ପରିବାର ଓ ତାଙ୍କ ଝିଅ ମାନଙ୍କୁ ଚଳାଇଲେ।ହେଲେ କିନ୍ତୁ ୬ ମାସ ପୂର୍ବରୁ ତାଙ୍କ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଗଲା। ସେହି ୪ ଜଣ ଝିଅ ମାନେ ଅସହାୟ ହୋଇ ପଡିଲେ ଓ କେମିତି ପରିବାର ଚଳିବ, ସବୁବେଳେ ସେହି କଥା ଭାବି ଥାଆନ୍ତି। ଏବେ ତାଙ୍କ ଶଯ୍ୟା ପୀଡିତ ବାପାଙ୍କର ମୃତ୍ୟୁ ହୋଇ ଯାଇଛି ଓ ଝିଅ ମାନଙ୍କର ଦୁଃଖ ଆହୁରି ବଢ଼ି ଯାଇଛି।

ସେହି ଦିବ୍ୟଙ୍ଗ ଝିଅ ମାନେ ଗାଁ ଲୋକ ଓ ବନ୍ଧୁ ବାନ୍ଧବଙ୍କ ସହିତ ମିଶି ବାପାଙ୍କ ଶବ ସଂସ୍କାର ପାଇଁ, ସାମାଜିକ ବିଧି ବିଧାନ ଅନୁସାରେ ମୃତ ଶରୀରକୁ ଗାଁ ମଶାଣି ନିଜ କାନ୍ଧରେ ଭୋଇ ଶବ ସଂସ୍କାର କରିଥିଲେ। ଗାଁ ଲୋକ ମାନେ ଦିବ୍ୟଙ୍ଗ ଝିଅ ମାନଙ୍କର ଦୁଃଖ ଓ କଷ୍ଟକୁ ସହି ପାରୁ ନାହାଁନ୍ତି, ସେଥିପାଇଁ ସେମାନେ ସରକାରର ସାହାଯ୍ୟ ଓ ସହଯୋଗ କରିବା ପାଇଁ ଗାଁ ଲୋକ ମାନେ ଦାବି କରୁଛନ୍ତି। ଏହି ଘଟଣା ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।