ବାର୍‌ହା ପାଇଁ ଜାଲ ବସାଇଥିଲେ, ନିଜେ ହୋଇଗଲେ ଶବ, ଦେଖନ୍ତୁ ଭିଡ଼ିଓ

0

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜୀବନ ହେଉଛି ସାରୁ ପତ୍ର ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରି ବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ ଏପରି କି ମୃତ୍ୟୁ ବେଳେ ବେଳେ ଅଚାନକ ମଧ୍ୟ ଆସି ଯାଇଥାଏ। କିନ୍ତୁ ବେଳେ ବେଳେ ମୃତ୍ୟୁ ନିଜ ଯୋଗୁଁ ହିଁ ହୋଇଥାଏ। ଯାହାକୁ ଶୁଣିବା ମାତ୍ରେ ବହୁତ ଦୁଃଖ କଷ୍ଟ ଲାଗିଥାଏ। ଏଭଳି କିଛି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଦୁଇ ଜଣ ବ୍ୟକ୍ତି ବାରହା ପାଇଁ ଜାଲ ବସାଇ ଥିଲେ କିନ୍ତୁ ତାଙ୍କର ମୃତ୍ୟୁ ହୋଇଗଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ଏଭଳି ଏକ ଦୁଃଖ ଦାୟକ ଘଟଣାବୌଦ୍ଧ ଜିଲ୍ଲା ବଘିଆ ପାଳ ଅନ୍ତର୍ଗତ ପିପିଲ ମୁଣ୍ଡା ଜଙ୍ଗଲରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଟିକର ପଡ଼ା ପଞ୍ଚାୟତ କୁରୁପୂଜା ଗାଁ ର ବସ୍ତିଆ ନନ୍ଦ ଦେହରି ନାମକ ଜଣେ ଯୁବକ ଓ ତାଙ୍କର ଜଣେ ସାଙ୍ଗ ରାମ୍ଭି କଟା ଗାଁ ର କଇରା ବାଘଙ୍କୁ ସାଙ୍ଗରେ ଧରି ରାତିରେ ନିକଟରେ ଥିବା ଜଙ୍ଗଲକୁ ଯାଇ ଥିଲେ। ଦୁଇ ଜଣ ବାରହା ଶିକାର କରିବା ଲକ୍ଷ୍ୟରେ ଜଙ୍ଗଲକୁ ଯାଇଥିଲେ।

ଦୁଇ ଜଣ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ଓ ଅନ୍ୟ ସରଞ୍ଜାମ ବ୍ୟବହାର କରି ଜାଲ ବସାଇ ଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା, ଦୁଇ ଜଣ ବାରହା ପାଇଁ ଜାଲ ବସାଇ ଥିବାରେ ସେମାନେ ନିଜେ ସେହି ଜାଲରେ ପଡି ଯାଇ ଥିଲେ। ଯାହା ଫଳରେ କି ଦୁଇ ଜଣଙ୍କର ମୃତ୍ୟୁ ହୋଇ ଯାଇ ଥିଲା। ଏହି ଘଟଣାକୁ ଦେଖି ଗାଁ ଲୋକ ମାନେ ଘଟଣା ସ୍ଥଳରେ ଆସି ଭିଡ଼ ଜମାଟ କରି ଦେଇଥିଲେ ଓ ଏହା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇଥିଲେ।

ତେବେ ଗାଁ ଲୋକ ମାନେ ଦୁଇ ଜଣଙ୍କର ଏକା ସାଙ୍ଗରେ ମୃତ୍ୟୁ ଦେଖି ବହୁତ ଦୁଃଖ ପ୍ରକାଶ କରିଥିଲେ। ଏହି ମୃତ୍ୟୁ ଖବର ପୋଲିସ ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ଏହା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ମନରେ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।