ବର ପାଇଁ ପଡ଼ିଲା Toss , ଯିଏ ଜିତିଲା ସିଏ ବାହାହେଲା , ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ବେଳେବେଳେ ସାମ୍ନାକୁ କିଛି ଏମିତି ଘଟଣା ଆସିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।

ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ଆଜିର କିଛି ଯୁବପିଢି ନିଜର ହିତାହିତ ଜ୍ଞାନ ଭୁଲି କିପରି ଭାବରେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ତ ଆପଣ ଜାଣି ପାରୁଥିବେ। ଶିକ୍ଷିତ ହୋଇ ମଧ୍ୟ ସେମାନେ ଅଶିକ୍ଷିତ ଭଳି କାମ କରୁଛନ୍ତି। ଆଉ ବେଳେବେଳେ ସେମାନେ ଏମିତି ଭାବରେ ଏଥିପାଇଁ ଦଣ୍ଡ ପାଉଛନ୍ତି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ।

ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି। ଯେଉଁ ଘଟଣା ରେ ଦେଖିବାକୁ ମିଳିଛି ଯେ ଗୋଟିଏ ପ୍ରେମିକ ପାଇଁ ଦୁଇଜଣ ପ୍ରେମିକା ଝଗଡ଼ା କରୁଛନ୍ତି। ଗୋଟିଏ ପୁଅକୁ ଦୁଇଟି ଝିଅ ବାହା ହେବା ପାଇଁ ପାଟିତୁଣ୍ଡ ଲାଗିଛନ୍ତି। ଶେଷରେ ଏଭଳି ପରିସ୍ଥିତି ରେ ଘଟଣାର ସମାଧାନ କରିବା ପାଇଁ ଗାଆଁ ଲୋକେ ଏକ ନିଷ୍ପତ୍ତି ନେଇଛନ୍ତି ଯେ ଏହି ଦୁଇଜଣ ଯୁବତୀଙ୍କ ପାଇଁ ଟସ୍ ପକାଯିବ। ଟସ୍ ପକାଇବା ପରେ ଯାହା ଭାଗରେ ଟସ୍ ପଡ଼ିବ ଅର୍ଥାତ୍ ଯିଏ ଟସ୍ ଜିତିବ ସେ ହିଁ ଉକ୍ତ ଯୁବକ ଙ୍କୁ ବାହା ହେବ। ଶେଷରେ ସେଇଆ ହିଁ ହେଲା। ପ୍ରେମିକ କୁ ପାଇବା ପାଇଁ ଦୁଇ ଜଣ ପ୍ରେମିକା ଙ୍କ ଭିତରେ ଟସ୍ ପଡିଲା।

ଆଉ ଏହି ଟସ୍ ରେ ଯେଉଁ ଯୁବତୀ ଜଣଙ୍କ ଜିତିଲେ ସେ ଉକ୍ତ ଯୁବକଙ୍କୁ ବାହା ହେବେ ବୋଲି ନିଷ୍ପତ୍ତି ନିଆଗଲା। ତାପରେ ଉକ୍ତ ଯୁବତୀ ଓ ଯୁବକ ବର କନ୍ୟା ସାଜିଲେ ଏବଂ ସେମାନେ ପରସ୍ପରକୁ ବରଣ ମାଳ ପିନ୍ଧାଇଲେ। ସମସ୍ତଙ୍କ ସମ୍ମୁଖରେ ତାଙ୍କର ଏହି ବିବାହ ସମ୍ପନ୍ନ ହେଲା। ସେଠାରେ ଉପସ୍ଥିତ ରହିଥିଲେ ଗ୍ରାମର ଲୋକେ ଏବଂ ଆଉ ଜଣେ ପ୍ରେମିକା। ଉଭୟ ବର କନ୍ୟା ସାଜିବା ପରେ ସେଠାରେ ରାସ୍ତାରେ ବ୍ରାହ୍ମଣ ଙ୍କ ମନ୍ତ୍ର ପାଠ ର ସହିତ ସେମାନଙ୍କର ବିବାହ ହୋଇଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।