ବାରମ୍ବାର ଦୁଷ୍କର୍ମ, ଅତ୍ୟାଚାର କୁ ସହି ନପାରି ଶେଷରେ ଆତ୍ମହତ୍ୟା କଲେ ନାବାଳିକା, ଶେଷରେ ଲେଖିଥିବା ଚିଠି ଦେଖିଲେ କାନ୍ଦି ପକାଇବେ…ଦେଖନ୍ତୁ ଭିଡ଼ିଓ

0

ପୁଣି ଏବେ ସାମ୍ନାକୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା ଯାହା ସାଧାରଣରେ ବୟାନ କରୁଛି ଆଜିର ସମାଜ ରେ ନାରୀ ମାନଙ୍କ ପ୍ରତି କିଛି କାମାନ୍ଧ ପୁରୁଷ ମାନଙ୍କର କିପରି ରହିଛି ନୀଚ ମାନସିକତା ଏବଂ ଚିନ୍ତାଧାରା। ଯେଉଁ ପାଇଁ ନାରୀ ମାନଙ୍କୁ ସହିବାକୁ ପଡ଼ୁଛି ଅନେକ ଯନ୍ତ୍ରଣା। ଆଉ s ଶେଷରେ ଚାଲି ଯାଉଛି ସେମାନଙ୍କ ମଧ୍ୟରୁ ଅନେକ ମହିଳାଙ୍କ ଜୀବନ।ଦିନକୁ ଦିନ ଏହିପରି ଭାବରେ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ବଢ଼ିବାରେ ଲାଗିଛି। ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି।

ଆଉ ମିଛ ସତର ସାବୁନ୍ ରେ ଗାଧୋଇ ପଡୁଛି ନରରୂପୀ ସୈତାନ। ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି । କେଉଁଠି ପରିବାର ର ପ୍ରତିଜ୍ଞା ଆଗରେ ମୁଣ୍ଡ ନୁଆଁଉଛି ନ୍ୟାୟ ତ ଆଉ କେଉଁଠି କାଗଜ ପତ୍ର ର ବିଡା ଭିତରେ ନ୍ୟାୟ ବେକରେ ବନ୍ଧା ହେଉଛି ଏକ ଶକ୍ତ ଫିତା।ଆଇନ୍ ର ଗଳା ବାଟ କୁ ଆପଣେଇ ସୈତାନ୍ ଏବଂ ଦୁଷ୍କର୍ମ କାରୀ ମାନେ ଖସି ଯିବାକୁ ପ୍ରୟାସ କରୁଥିବା ବେଳେ କିନ୍ତୁ ସବୁ ସମୟରେ ସଫଳ ହୋଇ ନପାରୁ ଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନେ ବେଶ୍ ଏହାର ଫାଇଦା ଉଠାଇ ପାରୁଛନ୍ତି। ଯାହା ପୀଡ଼ିତା କୁ ଦେଉଛି ଆହୁରି ଅଧିକ କଷ୍ଟ।

ଅକ୍ଷମଣୀୟ ଅପରାଧ ସଦୃଶ ଏହିଭଳି କଳା କାରନାମା ପାଇଁ ସେହିଭଳି ଶକ୍ତ ଆଇନ୍ କାନୁନ୍ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ନିୟାମକ ନଥିବାରୁ ଅପରାଧୀ ଆଜି ଲଗାମ ଛଡ଼ା ହୋଇ ବୁଲୁଛି। ତେବେ ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣାଟି ଘଟିଛି ଚେନ୍ନାଇ ଉପକଣ୍ଠ ରେ ନିଜ ବାପାମାଆ ଙ୍କ ସହ ରହୁଥିବା ଜଣେ ନାବାଳିକାଙ୍କ ସହିତ। ଯିଏକି ଏକାଦଶ ଶ୍ରେଣୀରେ ପାଠ ପଢୁଥିଲେ।ସେ କିନ୍ତୁ ତାଙ୍କର ଜୀବନ ହାରି ଦେଇଛନ୍ତି ଫାଶୀ ଦେଇ। ଆଉ ତାଙ୍କର ମୃତ ଦେହ ପାଖରୁ ସୁଇସାଇଡ୍ ନୋଟ୍ ପୋଲିସ୍ ଜବତ କରିଥିଲା।

ସେଥିରେ ଯାହା ଲେଖା ହେଇଚି ତାହା ଆପଣ ଏହି ଭିଡ଼ିଓରେ ଦେଖିଲେ ଆଖିରେ ଲୁହ ଆସିଯିବ।ଏହି ସୁଇସାଇଡ୍ ନୋଟ୍ ରୁ ତାଙ୍କର ମୃତ୍ୟୁ ର କାରଣ ଜଣା ପଡିଥିଲା। ସେ ଦୁଷ୍କର୍ମ ର ଶିକାର ହୋଇଥିବା ଏଥିରେ ଉଲ୍ଲେଖ କରିଥିଲେ।ଶିକ୍ଷକ ରୁପି ସୈତାନ୍ ତାଙ୍କୁ ଅନେକ ଦିନ ଧରି ଦୁଷ୍କର୍ମ କରି ଆସୁଥିଲା।ଆଉ ଏହି ଅତ୍ୟାଚାରକୁ କାହାକୁ କହି ନପାରି, ନିଜେ ସହି ନପାରି ଶେଷରେ ଆତ୍ମହତ୍ୟା କୁ ହିଁ ବାଛିଥିଲେ ନାବାଳିକା ଜଣଙ୍କ।ଏହି ଘଟଣା ଏବେ ସାରା ରାଜ୍ୟରେ ଏକ ଚାନ୍ଚଲ୍ୟ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।