ବରଣମାଳା ସମୟରେ ହଠାତ ପ୍ରେମିକ ଆସି ବୋଳିଲା କନ୍ୟା ମଥାରେ ସିନ୍ଦୂର, ଆଉ ତା ପରେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ବିବାହ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆପଣ ଦେଖିବାକୁ ପାଉଥିବେ। କିନ୍ତୁ ଏବେ ଏଭଳି ଏକ ବିବାହ ଉତ୍ସବର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ବି ସେହି ବର, ଯିଏକି ଏହି ବିବାହରେ ସାମିଲ୍ ଥିଲେ, ଠିକ୍ ତାଙ୍କ ଭଳି ପଛକୁ ଘୁଞ୍ଚି ଯିବେ। ତେବେ ଏହି ଘଟଣା ଟି ଘଟିଛି ଉତ୍ତରପ୍ରଦେଶ ର ଗୋରଖପୁର ରେ। ଏଠାରେ ଯାହା ଘଟିଛି ତାକୁ ଦେଖି ଦେଖଣାହାରୀ ବି ଚକିତ ହୋଇ ରହିଗଲେ। ବରଣ ମାଳା ଦେବା ସମୟରେ ଏଠାରେ ଘଟିଲା ଏମିତି ଘଟଣା ଯାହା ପାଲଟିଲା ଆଲୋଚନା ଏବଂ ଚର୍ଚ୍ଚା ର ବିଷୟ।

ଏଠାରେ ବରଣ ମାଳା ଦେବା ସମୟରେ ହଠାତ୍ ଜଣେ ଯୁବକ ଆସି କନ୍ୟାକୁ ଧରି କନ୍ୟା ସିନ୍ଥି ରେ ବୋଳିଲା ମେଞ୍ଚାଏ ସିନ୍ଦୂର। ଆଉ ସେଠାରେ ବରଣ ମାଳା ପକାଇବା ପାଇଁ ପ୍ରସ୍ତୁତ ହୋଇ ଛିଡ଼ା ହୋଇଥିବା ବର ଆଉ ବରଣ ମାଳା କଣ ପକାଇବ ସେ ଏସବୁ ଦେଖି ହଠାତ କିଛି ବୁଝି ପାରି ନଥିଲେ। ତେବେ ଏହି ଘଟଣା ଘଟିବା ସମୟରେ ବର ନିଜେ ପଛକୁ ଘୁଞ୍ଚି ଯାଇଥିଲା ଏବଂ ଏହା ଘଟିବା ପରେ ପ୍ରେମିକ କୁ ବର ଘର ଲୋକେ ବେଶ୍ ଛେଚି ଥିଲେ। କେହି କିଛି ବୁଝିବା ପୂର୍ବରୁ ପ୍ରେମିକ ଆସି ତୁରନ୍ତ କନ୍ୟା ମୁଣ୍ଡରେ ସିନ୍ଦୂର ଭରି ଦେଉଛି ଏବଂ କନ୍ୟା ସିନ୍ଦୂର ପୋଛି ଚାଲିଛି। ତେବେ ପରେ ଯାହା ଜଣା ପଡିଲା ଏହି ଯୁବକ ଜଣଙ୍କ ହେଉଛି ଝିଅର ଗ୍ରାମର ଅଟେ।

ଝିଅକୁ ତାର ଘର ଲୋକେ ବିବାହ କରି ଦେଉ ଥିବାର ଖବର ସଂପର୍କରେ ପ୍ରେମିକ ଜାଣିବା ପରେ ଝିଅର ବାହାଘର ଦିନ ହଠାତ୍ ଆସି ସେଠାରେ ଏଣ୍ଟ୍ରି କଟିଥିଲା ଏହି ପ୍ରେମିକ ପ୍ରବର ଏବଂ ଘଟାଇ ଦେଇଥିଲା ଏଭଳି ଉନ୍ମୁକ୍ତ କାଣ୍ଡ। ତେବେ ଏହି ଘଟଣା ପରେ ସେଠାରେ ମାହଲ ସଂପୂର୍ଣ୍ଣ ଗରମ ହୋଇ ଯାଇଥିଲା ଏବଂ ପରିବାର ଲୋକେ ଏହାକୁ ନେଇ ପୋଲିସ ରେ ଖବର ଦେଇଥିଲେ ଏବଂ ପୋଲିସ୍ ଆସି ଉକ୍ତ ଯୁବକଙ୍କୁ ସାଙ୍ଗରେ ନେଇ ଯାଇଥିଲା। ତେବେ ଏଥିପାଇଁ ବିଳମ୍ବିତ ରାତି ୩ ଟା ପର୍ଯ୍ୟନ୍ତ ବର ଘର ପକ୍ଷକୁ ବୁଝା ସୁଝା କରିବାକୁ ପଡ଼ିଥିଲା ଏବଂ ତାପରେ ଯାଇ ସେମାନେ ମାନିଥିଲେ ଏହି ବିବାହ କାର୍ଯ୍ୟକୁ ପୁଣି ସମ୍ପନ୍ନ କରିବା ପାଇଁ।

ପୋଲିସ ଆସିବା ପରେ ପ୍ରେମିକ ମୁଣ୍ଡରୁ ବି ପ୍ରେମର ନିଶା ଖସି ଯାଇଥିଲା। କିନ୍ତୁ ଏପରି କାଣ୍ଡ ପରେ ବର ଘର ବିବାହ ପାଇଁ ଅମଙ୍ଗ ହେବାରୁ କନ୍ୟା ଘର ପକ୍ଷ ଉପରେ ଚଡ଼କ ପଡ଼ିଥିଲା।ପରେ କିନ୍ତୁ ଗ୍ରାମର ଲୋକେ ଏବଂ ବରଘରର ଲୋକଙ୍କ ଭିତରେ ଅନେକ ସମୟ ଧରି ବୁଝାମଣା ହେବା ପରେ ବର ଘର ରାଜି ହୋଇଥିଲେ ଏହି ବିବାହ ପାଇଁ ଏବଂ ପରେ ଏ ବିବାହ ସମ୍ପୂର୍ଣ୍ଣ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।