ବାର୍ଦ୍ଧକ୍ୟରେ ପଚାରିଲେନି ପୁଅ ! ଜିଲ୍ଲାପାଳଙ୍କ ନାଁରେ ବୃଦ୍ଧ ଲେଖିଦେଲେ ୩ କୋଟିର ସମ୍ପତ୍ତି, ଆଉ ତା ପରେ…

0

ବାପା ଓ ମାଆ ମାନେ ପିଲା ମାନଙ୍କୁ ବହୁ ଦୁଃଖ ଓ କଷ୍ଟରେ ଛୋଟରୁ ବଡ଼ କରି ଥାଆନ୍ତି। ନିଜେ ଭୋକ ଉପାସରେ ରହି ପିଲା ମାନଙ୍କୁ ଖାଇବାକୁ ଦେଇ ଥାଆନ୍ତି। ନିଜ ପିଲା ମାନଙ୍କ ପାଇଁ ସବୁ କିଛି କରିବା ପାଇଁ ସେମାନେ ପ୍ରସ୍ତୁତ ରହି ଥାଆନ୍ତି। କିନ୍ତୁ ସେହି ପିଲା ମାନେ ଯେତେବେଳେ ବଡ଼ ହୋଇ ଯାଆନ୍ତି ଓ ନିଜ ମୁଣ୍ଡକୁ ହାତ ପାଇ ଯାଇଥାଏ, ସେତେବେଳେ ଆଉ ବୃଦ୍ଧ ବାପା ଓ ମାଆଙ୍କୁ ପଚାରନ୍ତି ନାହିଁ ବହୁତ ହତାଦାର କରି ଥାଆନ୍ତି। ଏଭଳି ଏକ ଘଟଣା ବର୍ତ୍ତମାନ ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଜଣେ ବୃଦ୍ଧ ବ୍ୟକ୍ତି ଜିଲ୍ଲାପାଳଙ୍କ ନାଁ ରେ ୩ କୋଟିର ସମ୍ପତ୍ତି କରିଦେଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଆଗ୍ରାର ନିରଲାବାଦ ପିପଲମଣ୍ଡିରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଗଣେଶ ଶଙ୍କର ନାମକ ଜଣେ ବୃଦ୍ଧ, ଯାହାର ବୟସ ୮୮ ବର୍ଷ ହୋଇଥାଏ। ସେ ୧୯୮୩ ମସିହାରେ ତିନି ଜଣ ଭାଇଙ୍କ ସହିତ ମିଶି କିଛି ଜମି କିଣିଥିଲେ। ସେହି ଜମି ସବୁ ତିନି ଭାଇଙ୍କ ମଧ୍ୟରେ ଭାଗ ମାପ ହୋଇ ଯାଇ ଥିଲା। ବୃଦ୍ଧ ଜଣଙ୍କ ଭାଗରେ ଯାହା ଭାଗ ପଡ଼ି ଥିଲା, ସେଥିରେ ସେ ସୁନ୍ଦର ଘରଟିଏ ତିଆରି କରିଥିଲେ।

ତେବେ ଜମିକୁ ମିଶାଇ ଟୋଟାଲ ଉପରେ ୩ କୋଟିରୁ ଅଧିକ ହେବ। ତାଙ୍କ ସ୍ତ୍ରୀ ବହୁ ବର୍ଷ ଧରି ମୃତ୍ୟୁ ବରଣ କରି ସାରିଛନ୍ତି। ସେ ତାଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଓ ନାତି ନାତୁଣୀ ମାନଙ୍କ ସହିତ ମିଶି ରହିବେ ବୋଲି ସ୍ଥିର କରିଥିଲେ। କିନ୍ତୁ ପୁଅ ମାନଙ୍କର ଚିନ୍ତା ଧାରା ଧୀରେ ଧୀରେ ପରିବର୍ତ୍ତନ ହୋଇଗଲା। ତାଙ୍କ ଦୁଇ ପୁଅ ମାନେ ବୃଦ୍ଧ ବାପାକୁ ଆଉ ଭଲ ପାଇଲେ ନାହିଁ ଓ ନିଜ ଠାରୁ ଦୂରେଇ ରଖିଲେ। ଏମିତିକି ତାଙ୍କ ପୁଅ ମାନେ ଖାଇବାକୁ ମଧ୍ୟ ଦିଅନ୍ତି ନାହିଁ ଓ ତାଙ୍କ ମୁହଁକୁ ମଧ୍ୟ ଚାହିଁଲେ ନାହିଁ।

ତେବେ ବୃଦ୍ଧ ଜଣଙ୍କ ବାଧ୍ୟ ହୋଇ ନିଜ ଭାଇ ମାନଙ୍କ ଠାରୁ ଖାଇବା ପାଇଁ ନିର୍ଭର କରି ଥାଆନ୍ତି। ସେ ତାଙ୍କ ଦୁଇ ପୁଅ ମାନଙ୍କୁ ବହୁତ ବୁଝା ସୁଝା କରିଲେ କିନ୍ତୁ କୌଣସି ଫରକ ପଡିଲା ନାହିଁ। ବୃଦ୍ଧ ଜଣଙ୍କ ଏହି ସବୁକୁ ସହି ନପାରି ପୁଅ ମାନଙ୍କ ଠାରୁ ସବୁ ସମ୍ପର୍କକୁ କାଟି ଦେଲେ। ବୃଦ୍ଧ ଜଣଙ୍କ ନିଜ ନାଁ ରେ ଥିବା ୩ କୋଟି ସମ୍ପତ୍ତିକୁ ଜିଲ୍ଲାପାଳଙ୍କ କରିଦେଲେ। ବୃଦ୍ଧ ଜଣଙ୍କ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ତାଙ୍କ ସମ୍ପତ୍ତିକୁ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ଓ ପରେ ଜିଲ୍ଲା ମାଜିଷ୍ଟ୍ରେଟ ଗ୍ରହଣ କରିଛନ୍ତି। ଏହି ଖବରକୁ ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।