ବର୍ଷା – ଅନୁଭବ ଙ୍କ ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଏଲିନା, ଡ଼ାଇରେକ୍ଟର ଙ୍କ ସହ ମିଶି କଲେ ” ପାପ ” । ଦେଖିଲା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

0

ନିଜର ଘରୋଇ କଳହ କୁ ନେଇ ଆଲୀଉଡ ର ଷ୍ଟାର୍ ଦମ୍ପଦି କିଛି ଦିନ ଧରି ବେଶ୍ ଚର୍ଚ୍ଚା ରେ ରହିଛନ୍ତି ।ତେବେ ଏବେ ପୁଣି ଆଉ ଜଣେ ଅଭିନେତ୍ରୀ ନିଜର ଆଗାମୀ ଫିଲ୍ମ୍ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଅଛନ୍ତି। ତେବେ ସେହି ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଆପଣ ମାନଂକ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ। ତେବେ କଣ ପାଇଁ ସେ ଚର୍ଚ୍ଚା କୁ ଆସିଛନ୍ତି ଆସନ୍ତୁ ଜାଣିବା ;

ଅନେକ ପିଲା ମାନଙ୍କ ର ଛୋଟ ବେଳୁ ଅଭିନୟ କରିବା ପାଇଁ ଖୁବ୍ ଇଛା ଥାଏ । ଇଛା ଥିଲେ ମଧ୍ୟ ତାଙ୍କୁ ବେଳେ ବେଳେ ସ୍କୋପ ମିଳି ପାରେ ନାହିଁ। କିନ୍ତୁ ଏମିତି କିଛି ଜଣ ଅଛନ୍ତି ଯେଉଁ ମାନେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାକୁ ଏଡାଇ ନିଜ ସ୍ବପ୍ନ କୁ ସାକାର କରିଛନ୍ତି। ସେମିତି ଜଣେ ହିରୋଇନ୍ ଅଟନ୍ତି ଏଲିନା ସାମନ୍ତରାୟ ।

ତେବେ ସେ ତରଙ୍ଗ ଟିଭି ର ଗୋଟିଏ ଅଡିଶନ,’କିଏ ହେବ ମୋ ହିରୋଇନ୍ ‘ ଯେଉଁ ସୋ ରେ ସୁପରଷ୍ଟାର ଅରିନ୍ଦମ ଙ୍କ ପାଇଁ ହିରୋଇନ୍ ଖୋଜା ଯାଉଥିଲେ ସେହି ସୋ ମାଧ୍ୟମ ରେ ଏଲିନା ସାମନ୍ତରାୟ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ପାଦ ଦେଇଥିଲେ ଆଉ ସେବେଠାରୁ ସେ କେବେ ଅଟକି ନାହାନ୍ତି। ନିଜ ଅଭିନୟ ଜରିଆ ରେ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ବର୍ତ୍ତମାନ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।

ତେବେ ଏହି ସୋ ର ବିଜେତା ହୋଇ ସେ ସୁପର୍ ଷ୍ଟାର୍ ଅରିନ୍ଦମ ରାୟ ଙ୍କ ସହିତ ପ୍ରଥମ ଫିଲ୍ମ୍ କରିଥିଲେ। ସେହି ଫିଲ୍ମ୍ ରେ ସେ ଖୁବ୍ ଭଲ ଅଭିନୟ କରିଥିଲେ ଓ ସେହି ଫିଲ୍ମ୍ ଟି ତାଙ୍କର ସୁପର୍ ହିଟ୍ ମଧ୍ୟ ହୋଇଥିଲା ଏହା ପରେ ସେ ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛନ୍ତି।

ଆଉ ବର୍ତ୍ତମାନ ଏଲିନା ଓଲିଉଡ୍ ଫିଲ୍ମ ଜଗତରେ ଏକ ଏପରି ସ୍ଥାନ ରେ ପହଁଞ୍ଚିଯାଇଛନ୍ତି କି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ର ଏକ ନମ୍ବର ହିରୋଇନ୍ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଆପଣଙ୍କୁ ଜଣାଇ ଦେଉଚୁ ସେ କେବଳ ଓଡିଆ ନୁହେଁ ବେଙ୍ଗଲି ଫିଲ୍ମ ରେ ମଧ୍ୟ ନିଜର ଜବରଦସ୍ତ ଅଭିନୟ ର ଜଲୱା ଦେଖାଇ ସାରିଛନ୍ତି ।

ତେବେ ବର୍ତ୍ତମାନ ଏଲିନା ନିଜର ଆଗାମୀ ଫିଲ୍ମ୍ ପାଇଁ ଖୁବ୍ ଚର୍ଚ୍ଚା ରେ ଅଛନ୍ତି କାରଣ ସେ ପ୍ରଡ୍ୟୁସର୍ ଅଶୋକ ପତିଙ୍କ ସହିତ ” ପାପ ” କରିବାକୁ ଯାଉଛନ୍ତି। ତେବେ ଆପଣ ମାନେ ଯେଉଁ ପାପ ଭାବୁଛନ୍ତି ସେ ପାପ ନୁହେଁ , ସେ ଆଗକୁ ଏକ ଫିଲ୍ମ୍ କରିବାକୁ ଯାଉଛନ୍ତି ଯେଉଁ ଫିଲ୍ମ୍ ର ନାମ ପାପ ଅଟେ ।

ତେବେ ସେ ଏହି ବିଷୟ ରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ଅପଡେଟ ଦେଇଛନ୍ତି । ଆଶା କରା ଯାଉଛି ଯେ ସବୁ ଫିଲ୍ମ୍ ପରି ଏହି ଫିଲ୍ମ୍ ମଧ୍ୟ ସୁପର୍ ହିଟ୍ ହେବ । ତେବେ ଆପଣ ଙ୍କୁ ଏଲିନା ସାମନ୍ତରାୟ ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।