ବର୍ଷା ତାଙ୍କ ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ ଜଣାଇଲେ ଟୁଙ୍ଗୁରୁ ମତେ ଭଲ ପାଇଲା ଓ ଧୋକା ଦେଲା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଟୁଁଙ୍ଗୁରୁ ଆଉ ବର୍ଷା ଙ୍କର ପ୍ରେମ କାହାଣୀ ଦିନକୁ ଦିନ ବ୍ୟାପି ଚାଲିଛି | ଟୁଁଙ୍ଗୁରୁ ଆଉ ବର୍ଷା ମଧ୍ୟ ନିଜର ଏହି ପ୍ରେମ କାହାଣୀ କୁ ନେଇକି ବେଶ ଚର୍ଚ୍ଚା ରେ ଅଛନ୍ତି |ପ୍ରଥମେ ଟୁଁଙ୍ଗୁରୁ ଭୋଳ ମ୍ୟୁଜିକ ଭିଡିଓ ଓ ଆଲବମ ବନାଇଥିବା ବେଳେ ପରେ ବର୍ଷା ମଧ୍ୟ ବାଦ ଯାଇ ନାହାନ୍ତି, ନିଜର ମ୍ୟୁଜିକ ଭିଡିଓ ବନାଇ ଫେମସ ହେବା ସଙ୍ଗେ ସଙ୍ଗେ, ଏବେ ଭଜନ ମଧ୍ୟ ଗାଇଛନ୍ତି | ଆଉ ନିଜର ଦୁଃଖକୁ ଠାକୁରଙ୍କୁ ଜଣାଇବା ସହିତ ଟୁଁଙ୍ଗୁରୁ ଯୋଉ ତାକୁ ଧୋକା ଦେଇଛନ୍ତି ତାହା ମଧ୍ୟ କହିଛନ୍ତି ଗୀତ ମାଧ୍ୟମରେ |

ଏମିତି ଏକା ମ୍ୟୁଜିକ ଭିଡିଓ ବର୍ତ୍ତମାନ ସୁଟିଂ ହେଇଛି ଯାହା ବର୍ଷା ଆଉ ଟୁଁଙ୍ଗୁରୁ ଭୋଳ ଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ କୁ ନେଇକି ରିଲିଜ ହେଇଛି |ଆଉ ଯୋଉ ଭିଡିଓରେ ବର୍ଷା ଟୁଁଙ୍ଗୁରୁ ଙ୍କୁ ପ୍ରେମ କରିବା କଥା କହିଛନ୍ତି| ଆଉ ଜଗନ୍ନାଥ ଙ୍କୁ ନିଜର ଦୁଃଖ କାହାଣୀକୁ ବର୍ଣ୍ଣନା କରିଛନ୍ତି | ଗୀତଟିକୁ ବର୍ଷା ନିଜେ ଗାଇଛନ୍ତି, ଆଉ କହିଛନ୍ତି କି କେତେ ଆଉ ନିନ୍ଦା ଆଉ ଅପମାନ ଏହି ଦୁନିଆର ଲୋକ ମାନଙ୍କ ଠୁ ଶୁଣିବି ଯୁଆଡେ ଯାଉଛି ସେହି କଥା |

ଏପରି ଗୋଟିଏ ଘଟଣା ବର୍ଷା ଆଉ ଟୁଁଙ୍ଗୁରୁ ଙ୍କ ମଧ୍ୟରେ ଘଟିଥିଲା ଯାହା ପାଇଁ ବର୍ଷା ନିଜର ଦୁଇ ଛୁଆ ଆଉ ସ୍ୱାମୀଙ୍କୁ ଛାଡିକି, ଗୋଟିଏ ଅଟୋ ଵାଲା ଙ୍କ ସହିତ ପ୍ରେମ କରିବା ଆରମ୍ଭ କରିଦେଇଥିଲେ | କିନ୍ତୁ ପ୍ରେମ କରିଲେ କମ ହେଲା ବର୍ଷା ଯେହେତୁ ବୟସରେ ଟୁଁଙ୍ଗୁରୁ ଙ୍କ ଠୁ ବଡ଼ ଥିଲେ ସେଥିପାଇଁ ତାଙ୍କୁ ବିବାହ କରିବାକୁ ମନା ମଧ୍ୟ କରିଥିଲେ | ଆଉ ଯାହା ଫଳରେ ବର୍ଷା ଙ୍କ ମନରେ ଦୁଃଖ ହୋଇଥିଲା, କାରଣ ଟୁଁଙ୍ଗୁରୁ ତାଙ୍କୁ ଧକା ଦେଇଥିଲେ | ଯାହା ଫଳରେ ସିଏ ଠାକୁରଙ୍କ ନିକଟରେ ନିଜ ଦୁଃଖକୁ ଜଣାଇ ଗୀତ ଟି ଗାଇଛନ୍ତି |

ସେ ଆହୁରି ମଧ୍ୟ କହିଛନ୍ତି କି ମୋର ଆଉ ଏହି ମିଛ ମାୟାର ସଂସାରରେ ରହିବାକୁ ଇଛା ନାହିଁ | ତେବେ ପ୍ରଥମ ଥର ପାଇଁ ବର୍ଷା ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଆଉ ନିଜର ଦୁଃଖକୁ ଠାକୁରଙ୍କୁ ଜଣାଇବା ପାଇଁ ଭଜନ ଗାଇଛନ୍ତି ଓ ତାଙ୍କୁ ଏହି ଗୀତ ଗାଇବାକୁ ସୁଯୋଗ ଦେଇଥିବାରୁ ସେ ନିଜକୁ ଧନ୍ୟ ବୋଲି ମଣୁଛନ୍ତି |ଆଉ ଏହା ମଧ୍ୟ ସେ କହିଛନ୍ତି କି ଏହି ଭଳି ଗୋଟିଏ ଗୀତ ବର୍ଷା ଗାଇକି ବହୁତ ଖୁସି ଅଛନ୍ତି |

ଆଗରୁ ତ ସେ ମ୍ୟୁଜିକ ଭିଡିଓ ର ସୁଟିଂ କରିଥିଲେ ଆଉ ଏବେ ତାଙ୍କୁ ଗୀତ ଗାଇବାକୁ ମଧ୍ୟ ସୁଯୋଗ ମିଳିଛି, ଆଉ ଯୋଉ ସୁଯୋଗକୁ ସେ ହାତ ଛଡା ନ କରି କାମରେ ଲଗାଇଛନ୍ତି ଆଉ ଗୀତ ମଧ୍ୟ ଗାଇଛନ୍ତି | ହେ ଠାକୁର ଦୁଃଖ ମୋର ଦୂର କର ଏହି ଭଳି ଏକ ଗୀତ ମଧ୍ୟ ଦର୍ଶକ ମାନେ ବର୍ଷା ଙ୍କ ମୁହଁରୁ ଶୁଣିଥିଲେ | ତେବେ ବର୍ଷା ଙ୍କର ଏପରି କାର୍ଯ୍ୟକଳାପ ପାଇଁ ଲୋକ ମାନେ ତାଙ୍କୁ ପସନ୍ଦ କରୁନାହାନ୍ତି, ଯାହା ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment