ଦେଖନ୍ତୁ ଭିଡ଼ିଓ – ବର୍ଷିକିଆ ମୋବାଇଲ ରିଚାର୍ଜର ଲୋଭ ଦେଖାଇ ଠକି ନେଲା କମ୍ପାନୀ, ଆଉ ତା ପରେ….

0

ଟେକ୍ନୋଲୋଜିର ପ୍ରଭାବ ଫଳରେ ଦିନକୁ ଦିନ ଆମ ସମାଜ ଅଗ୍ରଗତି କରୁଛି। ସମାଜ ଯେତେ ଅଗ୍ରଗତି କରୁଛି ସେତିକି ମାତ୍ରାରେ ଅପରାଧ ଠକେଇ ବଢିବାରେ ଲାଗିଛି। ଅନେକ ସମୟରେ କମ୍ପାନୀ ଲୋକଙ୍କୁ ଲୋଭ ଦେଖାଇ ପଇସା ଲୁଟ କରିଥାଏ ସେ ବିଷୟରେ ନିଶ୍ଚିତ ଭାବରେ ଆପଣ ମାନେ ଅବଗତ ହୋଇଥିବେ। ଆପଣ ମାନେ ସମସ୍ତେ ଚିଟଫଣ୍ ଠକେଇ ବିଷୟରେ ଜାଣି ଥିବେ। ଲୋକଙ୍କୁ ଅନେକ ଲୋଭ ଦେଖାଇ କିପରି ସାଧାରଣ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇ କମ୍ପାନୀ ପଳେଇଯାଇଥିଲା।

ବର୍ତମାନ ଡିଜିଟାଲ ଦୁନିଆରେ ଅନଲାଇନ ଉପରେ ସମସ୍ତେ ନିର୍ଭର କରୁଛୁ। ଅନଲାଇନ ରେ ମଧ୍ୟ ଲୋକମାନେ ଠକେଇର ଶିକାର ହେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କମ୍ପାନୀ ବିଷୟରେ କହିବାକୁ ଯାଉଛୁ, ଅନେକ ଲୋକ ଠକେଇର ଶିକାର ହୋଇଛନ୍ତି। ଆସନ୍ତୁ ଜାଣିବା କିପରି ଲୋକମାନେ ଠକେଇର ଶିକାର ହୋଇଛନ୍ତି।

ନିଶ୍ଚିତ ଭାବରେ ଆପଣ ମାନେ ଜାଣିଥିବେ ଚିଟଫଣ୍ ସଂସ୍ଥା କିପରି ଭାବରେ ଲୋକଙ୍କୁ ପ୍ରଲଭନ ଦେଖାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। କିନ୍ତୁ ଵର୍ତମାନ ଆମେ ଯେଉଁ କମ୍ପାନୀ ବିଷୟରେ କହିବାକୁ ଯାଉଛୁ, ସେହି କମ୍ପାନୀ ଏକ ଅଭିନବ ପ୍ରୟାସର ଲୋକଙ୍କୁ ଠକି ଦେଇଛନ୍ତି।

ଠକେଇ ଏହିପରି ଯେ, ଯଦି ଆପଣ ୯୯୯ ଟଙ୍କା ମୋବାଇଲ ରିଚାର୍ଜ କରୁଛନ୍ତି ତାହାଲେ ଆପଣଂକୁ ୧ ବର୍ଷ ପର୍ଯ୍ୟନ୍ତ ମୋବାଇଲ ଦିନକୁ ୨ ଜିବି ଡାଟା ଏବଂ ଭଏସ କୋଲ ମଧ୍ୟ କରିପାରିବେ।ଏହା ବ୍ୟତୀତ ଯଦି ଆପଣ ୧୪୯୯ ଟଙ୍କା ଟିଭି ଟିଭି ରିଚାର୍ଜ କରୁଛନ୍ତି ତାହାଲେ ଆପଣ ୧ ବର୍ଷ ପର୍ଯ୍ୟନ୍ତ ଟିଭି ମାଗଣାରେ ଦେଖି ପାରିବେ। ଏମିତି ଭାବରେ ଲୋକମାନଙ୍କୁ କମ୍ପାନୀ ପ୍ରଲଭନ ଦେଖାଇଥିଲା।

ଲୋକମାନେ ମଧ୍ୟ ଏହି କମ୍ପାନୀ ଉପରେ ଭରସା କରି ପୁଞ୍ଜି ନିବେଶ କଲେ। କିନ୍ତୁ ୨ ମାସ / ୩ ମାସ ଚାଲିବା ପରେ ରିଚାର୍ଜ ସରିଗଲା ଆଉ ଲୋକ ମାନେ ସୁବିଧା ପାଇଲେନି। ଏହା ପରେ ସମସ୍ତେ କମ୍ପାନୀ ସହିତ ଯୋଗାଯୋଗ କଲେ। କମ୍ପାନୀ କହିଲା କି ସର୍ଭର ଡାଉନ ଅଛି। ଆପଣ ମାନେ ୧ ମାସ ଅପେକ୍ଷା କରନ୍ତୁ କିମ୍ବା ଆପଣମାନେ ବନ୍ଦବସ୍ କରି ସର୍ଭିସ ଯୋଗାଇ ଦିଅନ୍ତୁ। ଏହା ପରେ କମ୍ପାନୀ ଲୋକମାଙ୍କୁ ଠକି ପଳେଇଯାଇଛି।

ଯେଉଁ ମାନେ ଏହି କମ୍ପାନୀ ରେ ପୁଞ୍ଜି ନିବେଶ କରିଥିଲେ ସେମାନେ ପୋଲିସ ଥାନା ରେ ଅଭିଯୋଗ କରିଥିଲେ। କିନ୍ତୁ ଥାନା ଏହା ଉପରେ ସେମାନେ କିଛି କରିପାରିବେନି ବୋଲି କହଥିଲେ। ସେମାନଙ୍କୁ ସାଇବର କ୍ରାଇମ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ କରିଥିଲେ।

ତେଣୁ ସେହି କମ୍ପାନୀ ରେ ନିବେଶ କରିଥିବା ଲୋକ ମାନେ ଅନେଏକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆପଣ ମାନେ ଯଦି କୌଣସି କମ୍ପାନୀ ଆପଣଂକୁ ଲୋଭ ଦେଖାଇ ଆପଣଂକୁ ନିବେଶ କରିବା ପାଇଁ କହୁଛନ୍ତି। ଆପଣ ମାନେ ବୁଝି ବିଚାରି କାମ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।