ଦେଖନ୍ତୁ ଭିଡ଼ିଓ : ବାସି ଭାତରୁ ଲକ୍ଷ ଲକ୍ଷ ଟଙ୍କା, ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0

ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜଣେ ମଣିଷ ନିଜ ଜୀବନର କର୍ମକୁ ଗୁରୁତ୍ବ ଦେଇ ଅନେକ କିଛି ସଫଳତା ହାସଲ କରିଥାଏ। ସେହିଭଳି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ କହିବାକୁ ଯାଉଥିବା ଘଟଣା ଟି ହେଉଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବାବୁପାଲି ଗାଁର। ଏଠାରେ ଜଣେ ଆଦିବାସୀ ଯୁବକଙ୍କ ଏହି ୟୁଟ୍ୟୁୟବ୍ ଚ୍ୟାନେଲ୍ ଏତେ ଲୋକପ୍ରିୟ ହୋଇ ଯାଇଛି ଯେ ସେ ଏବେ ଏହାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ସବୁ ଆଡ଼େ ଏବେ ତାଙ୍କର ଚର୍ଚ୍ଚା ହେବାରେ ଲାଗିଛି । ଏହି ଯୁବକଙ୍କ ନାମ ହେଉଛି ଇସାକ୍ ମୁଣ୍ଡା।

ତେବେ ଉକ୍ତ ଯୁବକଙ୍କ ପାଇଁ ଏବେ ସମସ୍ତେ ଏକ ପ୍ରେରଣା ପାଇବାରେ ଲାଗିଛନ୍ତି।ଏହି ଯୁବକଙ୍କ ର ସବୁଠାରୁ ରୋଚକ କଥା ହେଉଛି ଯେ ସେ ସେଭଳି କିଛି ଅଭିନବ ବା ଅସାଧାରଣ କାମର ଭିଡିଓ କରୁ ନାହାନ୍ତି ଯାହା ଆପଣ ପୁର୍ବରୁ ଜାଣି ନଥିବେ କି ଶୁଣି ନଥିବେ। ତଥାପି ତାଙ୍କର ପ୍ରତିଟି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ସମୟ ଥିଲା ଦିନେ ପରଘରେ ମୂଲ ଲାଗୁଥିଲେ ଏହି ଯୁବକ। କିନ୍ତୁ ଆଜି ଇଣ୍ଟରନେଟରେ ଭିଡିଓ ଛାଡ଼ି ପ୍ରଶଂସା ସାଉଁଟିବା ସହ ଲକ୍ଷଲକ୍ଷ ଟଙ୍କା ବି କମାଉଛନ୍ତି ସେ।ତେବେ ଗତବର୍ଷ ଏହି ଯୁବକ ଇସାକ୍ ମୁଣ୍ଡାଙ୍କ ଏହି ଭିଡିଓ ଯାତ୍ରା ଆରମ୍ଭ ହୋଇଥିଲା କେବଳ କଂସାଏ ବାସି ପଖାଳ, ଗୋଟିଏ ପିଆଜ, ଆଉ କଞ୍ଚାଲଙ୍କା ରୁ।

ସୂଚନା ଅନୁସାରେ ଗତବର୍ଷ ମାର୍ଚ୍ଚରେ ଏଇ ପଖାଳ ଖିଆ ଭିଡିଓ ସେ ଆରମ୍ଭ କରିଥିଲେ।ଆଉ ଏବେ ସମ୍ବଲପୁର ଯୁଜୁମୁରା ବାବୁପାଲିର ଇସାକ୍ ମୁଣ୍ଡାଙ୍କ ଭିଡିଓ ଯାତ୍ରା ର ଅନେକ ସଫଳତା ଦେଖିବାକୁ ମିଳିଛି। ପ୍ରଥମେ ପଖାଳ ଯାତ୍ରା ଆଉ ପରେ ପରେ ସେ ମାଛ ମାଂସ ଅଣ୍ଡାଅଠୁ ଆରମ୍ଭ କରି ଜଙ୍ଗଲି ଛତୁ, ନାଲି ଜନ୍ଦା ଓ ଗେଣ୍ଡା ଯାଏଁ ସବୁ କିଛି ଖାଦ୍ୟର ଭିଡିଓ ପ୍ରସ୍ତୁତ କରିବାକୁ ଲାଗିଲେ। ଏସବୁ ସେ ହିନ୍ଦୀ-ସମ୍ବଲପୁରୀ ମିଶା ଭାଷାରେ କରିଥିଲେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଭଳି କି ଭଳି ଦେଶୀ ଗାଉଁଲି ଖାଦ୍ୟର ପ୍ରାୟ ୩ଶହ ଭିଡିଓ କରି ସେ ୟୁ ଟ୍ୟୁବ୍ ରେ ଅପଲୋଡ଼ କରି ସାରିଛନ୍ତି।

ଆଉ ଏଥିପାଇଁ ସେ ଯଥେଷ୍ଟ ଟଙ୍କା ବି ରୋଜଗାର କରି ପାରିଛନ୍ତି। ଫଳରେ ସେ ଜଣେ ସଫଳ ୟୁଟ୍ୟୁୟବର୍ ସାଙ୍ଗକୁ ଆର୍ଥିକ କ୍ଷେତ୍ରର ସ୍ୱଚ୍ଛଳ ବି ପାଲଟିଛନ୍ତି ।ଏହି ଗରିବ ଦିନ ମଜୁରିଆ ଗତବର୍ଷ ଲକଡାଉନ ବେଳେ ପେଟର ଭୋକ ଭୁଲିବାକୁ ବେଳେ ବେଳେ ମୋବାଇଲ୍ ଭିଡିଓ ଦେଖୁଥିଲେ କିନ୍ତୁ ସେ କେବେ ସ୍ୱପ୍ନରେ ବି ଭାବି ନଥିଲେ, ଯେ ସେ ଦିନେ ଜଣେ ସଫଳ ୟୁ ଟ୍ୟୁବର ହୋଇ ପାରିବେ ଏବଂ ଆର୍ଥିକ ସ୍ତିତିକୁ ଏହାଦ୍ୱାରା ସୁଧାରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।