ବାସି ମୁହଁରେ ସକାଳୁ ସକାଳୁ ଉସମ ପାଣି ପିଉଛନ୍ତି କି ଆପଣ , ଶରୀରରେ କଣ ହୋଇଥାଏ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

0

ଆମ ଶରୀର ପାଞ୍ଚଟି ତତ୍ତ୍ୱକୁ ନେଇ ଗଠିତ ହୋଇଥାଏ , ସେଗୁଡିକ ହେଉଛି ଆକାଶ , ଜଳ , ବାୟୁ , ମାଟି ଏବଂ ଅଗ୍ନି । ମନୁଷ୍ୟ ଶରୀରରେ 72 ପ୍ରତିଶତ ଜଳ ରହିଥାଏ , ବାୟୁ କୁ ଆମେ ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ନେଇଥାଉ ଏବଂ ମାଟିକୁ ଆମର ତ୍ୱାଚା ସହିତ ତୁଳନା କରାଯାଇଛି । ଅଗ୍ନି ଯାହାକି ଆମ ଶରୀରର ଟେମ୍ପ୍ରେଚର ମାଧ୍ୟମରେ ରହିଥାଏ ଏବଂ ଶରୀରର ଖାଲି ସ୍ଥାନକୁ ଆକାଶ ସହିତ ତୁଳନା କରାଯାଏ । ଶରୀର ସୁସ୍ଥ ରହିବା ପାଇଁ ହେଲେ ପ୍ରଥମେ ଆବଶ୍ୟକ ପରିମାଣରେ ଜଳର ଆବଶ୍ୟକତା ରହିଛି ଏବଂ ଶରୀରରେ ଜଳର ଅଭାବ ଦେଖାଗଲେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ ।

7 Secrets to Keeping Your Kidneys Healthy – Health Essentials from Cleveland Clinicସଠିକ ପାଣି ପିଇବାର ପ୍ରଥମ ପ୍ରକ୍ରିୟାଟି ହେଉଛି ଆପଣ କୌଣସି ତମ୍ୱା ପାତ୍ର ବା ତମ୍ୱା ବୋତଲ ରେ ପାଣି ଭର୍ତ୍ତି କରି ରଖନ୍ତି । ସେହି ପାଣିକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ ଏବଂ ବାସି ମୁହଁରେ ସେବନ କଲେ ଏହା ବହୁତ ଲାଭ ଦାୟକ ହୋଇଥାଏ । ବାସି ମୁହଁରେ ପାଣି ପିଇଲେ ଶରୀରରେ ଅନେକ ରୋଗ ମୁକ୍ତ ହୋଇ ପାରିବ ଏବଂ ଗ୍ୟାସ ଜନିତ ସମସ୍ୟା ରହିଥିଲେ ତାହା ମଧ୍ୟ ଦୂର ହେବ । ଯେଉଁ ବ୍ୟକ୍ତି ମାନଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ହୋଇ ଯାଇଛି କିମ୍ୱା ସେମାନଙ୍କୁ ଭଲ ଭାବରେ ଦେଖାଯାଉ ନାହିଁ , ସେମାନେ ଏହି ତମ୍ୱା ପାତ୍ରରେ ପାଣି ରଖି ବାସି ମୁହଁରେ ସେବନ କରିବା ଉଚିତ ।

ଯେଉଁ ବ୍ୟକ୍ତି ମାନଙ୍କର ଅଳ୍ପ ବୟସରେ କେଶ ଧଳା ହୋଇଯାଉଛି ବା କେଶ ଝଡୁଛି ବା ରୁପିର ସମସ୍ୟା ରହୁଛି ସେମାନେ ମଧ୍ୟ ଏହି ଉପାୟ କରି ପାରିବେ । ଏହା ବ୍ୟତୀତ ତମ୍ୱା ପାତ୍ରରେ ପାଣି ସେବନ କଲେ ଏସିଡ ସମସ୍ୟା ଦେଖାଯାଏ ନାହିଁ । ଗ୍ୟାସ ଜନିତ ସମସ୍ୟା ଓ ପେଟ ସଫା ରଖିଥାଏ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବରେ ହୋଇଥାଏ , ଶରୀରରେ ଶୁଦ୍ଧ ରକ୍ତ ପ୍ରବାହିତ ହୋଇଥାଏ । ଯାହା ଫଳରେ ଆମ ଶରୀର ସୁସ୍ଥ ରହିଥାଏ ଏବଂ ଏହି ସବୁ ରୋଗରୁ ଆମକୁ ମୁକ୍ତି ଦେଇଥାଏ । ମୁହଁରେ ବ୍ରଣ ମଧ୍ୟ ଦୂର କରିଥାଏ ଏବଂ ଚେହେରା ସର୍ବଦା ସତେଜ ଏବଂ ସୁସ୍ଥ ରଖାଏ ।

ଜଳ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ , ଜଳ ବିନା ବଞ୍ଚିବା ବହୁତ କଷ୍ଟ କର ହୋଇଥାଏ । ଜଳ ଦ୍ୱାରା ଆମେ ଆମ ଖାଦ୍ୟକୁ ସଠିକ ଭାବରେ ହଜମ କରି ପାରିଥାଉ ଏବଂ ପାଚନ କ୍ରିୟା ଠିକ ରହିଲେ ରକ୍ତ ସଞ୍ଚାଳନ ମଧ୍ୟ ଠିକ ରହିବ । ତେଣୁ ଜୀବନରେ ଜଳ ସବୁଠାରୁ

ମହତ୍ତ୍ୱ ପୂର୍ଣ୍ଣ ଅଂଶ ଅଟେ , ତା ବନା ଯେତେ ପୋଷ୍ଟିକ ଖାଦ୍ୟ ବା ବ୍ୟାୟାମ କଲେ ମଧ୍ୟ କିଛି ଲାଭ ହୋଇ ନଥାଏ । ତେଣୁ ତମ୍ୱା ପାତ୍ରର ଜଳ ସେବନ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।