Bastu Shastra – ଘରେ ଅଶାନ୍ତି ଲାଗି ରହୁଛି କି ? ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏହି ସବୁ କାର୍ଯ୍ୟ କରନ୍ତୁ

0

ଆମେ କିପରି ଆମର ସମସ୍ତ ଦୁଃଖ ଓ ଅଶାନ୍ତି କୁ ଦୁରେଇ ପାରିବା ଓ ଗୃହରେ କିପରି ଶାନ୍ତି ପ୍ରବେଶ କରିବ l ଆମେ ଜାଣି ଛନ୍ତି l ଯେ ବାସ୍ତୁଶାସ୍ତ୍ର ର ଏକ ବିଶେଷ ପ୍ରଭାବ ରହିଛି ଆମର ପାରିବାରିକ ଓ ବୈବାହିକ ଜୀବନରେ l ଏହାର ଖରାପ ପ୍ରଭାବ କାରଣରୁ ଅର୍ଥାତ ବସ୍ତୁଦୋଷ ଥିଲେ ଘରେ ଅଶାନ୍ତି ବଜାଇ ରହିବା ସହିତ ଆପଣଙ୍କ ରୋଜଗାର ରେ ମଧ୍ୟ ସ୍ଥିରତା ଆସିନଥାଏ l ଏହାଛଡା ଘର ଉପରେ ସର୍ବଦା ବିପଦ ଲାଗିରହିଥାଏ l

ଏହିଭଳି ଅନେକ ସମସ୍ୟାମାନ ଦେଖାଦିଏ l ଏଥିପାଇଁ ଆମକୁ ବସ୍ତୁଦୋଷ କୁ ଠିକ କରିବାକୁ ପଡିବ l ତେଣୁ ଗୃହରେ ଶାନ୍ତି ପାଇଁ ୪ଟି ସୂତ୍ର ରହିଛି, ତାହା ହେଉଛି ପୂରୁବେ ରାନ୍ଧିବ, ପଶ୍ଚିମେ ବାନ୍ଧିବେ, ଉତ୍ତରେ ଥୋଇବେ, ଦକ୍ଷିଣେ ଶୋଇବେ, ଏହି 4ଟି ସୂତ୍ରକୁ ପାଳନ କଲେ ଗୃହ ଶାନ୍ତି ହେବ l

ପୂର୍ବ ଓ ଉତ୍ତରକୋଣ କୁ ଏଇଶାଣ୍ୟ କୋଣ କୁହାଯାଏ ଓ ଏହି କୋଣରେ ଭଗବାନ ପୂଜା ପାନ୍ତି ଏବଂ ଏହି କୋଣରେ ଆପଣ ରାନ୍ଧି ଖାଇଲେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ ଓ ନିରୋଗ ରହିବ l ଦକ୍ଷିଣ କୋଣରେ ରୋଷଇ ଘର କଲେ ମଧ୍ୟ ଶୁଭ ହୋଇଥାଏ l

ସେହିପରି ପଶ୍ଚିମେ ବାନ୍ଧିବେ ଅର୍ଥାତ:- ଜୀବଜନ୍ତୁ ମାନଙ୍କ ପାଇଁ ପଶ୍ଚିମ ଦିଗଟି ଶୁଭ ହୋଇଥାଏ l ସେମାନଙ୍କୁ ପଶ୍ଚିମ ଦିଗରେ ବାନ୍ଧନ୍ତୁ l ଅର୍ଥାତ ଗାଈ, ଗୋରୁଙ୍କ ପାଇଁ ବାସସ୍ଥାନ ବା ଗୁହାଳ ପଶ୍ଚିମ ଦିଗରେ ହିଁ କରନ୍ତୁ l ଏହା ଆପଣଙ୍କ ପାଇଁ ଶୁଭ ହୋଇ ଥାଏ l

ସେହିପରି ଉତ୍ତରେ ଥୋଇବେ ଅର୍ଥାତ :-ଆପଣ ଯେତେବେଳେ ନୂତନ ଗୃହ ନିର୍ମାଣ କରୁଛନ୍ତି ସେତେବେଳେ ଆପଣ ଉତ୍ତରକୁ ଝରକା କରନ୍ତୁ l ଯେମିତି ଶୀତଳତା ବଜାଇ ରହିବ l ଆପଣ ଯେପରି ଥଣ୍ଡା ପାଇଁ ପାରନ୍ତି l ସେହିପରି ଏ. ସି, ଫ୍ରିଜ, କୂଲର, ୱାସିଂ ମେସିନ, ଆଦି ଥଣ୍ଡା ଜାତୀୟ ଜିନିଷ କୁ ଉତ୍ତର ଦିଗରେ ରଖନ୍ତୁ l ଏସବୁ ଜଲଦି ଖରାପ ହେବନି କି ବିଜୁଳି ଘଡଘଡି ରେ ପୋଡି ଯିବ ନି l

ଦକ୍ଷିଣେ ଶୁଅନ୍ତୁ, ଅର୍ଥାତ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ସେହି ଘରେ ଆପଣଙ୍କ ଆତ୍ମ ଗ୍ଲାନି ଏବଂ ଆତ୍ମ ସନ୍ନମାନ ବଢି ଥାଏ l ଏବଂ ଆପଣ ସନ୍ନମାନ ର ଅଧିକାରୀ ହୋଇ ପାରନ୍ତି l ନିଜର ଆର୍ଥିକ ସମସ୍ୟା ଦୁରେଇ ଯାଇଥାଏ l ଦୁଃସ୍ବପ୍ନ ହୁଏ ନାହିଁ, ଉଦାର ପୀଡାରୁ ମୁକ୍ତି ମିଳେ, ଗ୍ୟାସ ମଧ୍ୟ ହୁଏ ନାହିଁ l

ତେଣୁ ବନ୍ଧୁଗଣ ଏହି ଚରୋଟି ସୂତ୍ରକୁ ପ୍ରୟୋଗ କରନ୍ତୁ, ପାଳନ କରନ୍ତୁ ଦେଖିବେ ଆପଣଙ୍କ ବାସ୍ତୁ ଦୋଷ ସବୁ କଟିଯିବ l ଯାହା ଦ୍ୱାରା ଗୃହରେ ଶାନ୍ତି ବଜାଇ ରହିବ lଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।