Breaking News – ବାତ୍ୟା ଯୋଗୁ ଭାସି ଆସିଲା ସୁନାର ରଥ , ଦେଖିବା ପାଇଁ ଲକ୍ଷାଧିକ ଲୋକ ଙ୍କ ଭିଡ… ଦେଖନ୍ତୁ Video

ବନ୍ଧୁଗଣ ବାତ୍ୟା ଅସାନିି ସମୟରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ବିଚଳିତ ହେଇ ପଡିଛନ୍ତି। ସୋସିଆଲ ମିଡିଆରେ ଏହି ଘଟଣାର ଦୃଶ୍ୟ ବେଶ୍ ସେୟାର ହେବାରେ ଲାଗିଛି ଏବଂ ଏହି ଭିଡିଓ ଟି ଭାଇରାଲ ହେବାରେ ବି ଲାଗିଛି। ତେବେ ଯାହା ଦେଖିବାକୁ ମିଳିଛି ସମୁଦ୍ର କୂଳକୁ ଭାସି ଆସିଛି ଏକ ସୁନାର ରଥ। ସୁନା ଆକୃତି ବା ସୁନାରେ ପ୍ରସ୍ତୁତ ଭଳି ଲାଗୁଥିବା ଏହି ରଥ ଟି ସମୁଦ୍ରରେ ଭାସି ଆସିଥିବା ଦେଖିବାକୁ ମିଳୁଛି। ତେବେ ସାମୁଦ୍ରିକ ଝଡ଼ ଅସାନି ମଧ୍ୟରେ ହଠାତ୍‌ ସମୁଦ୍ରରୁ ଏହିଭଳି ସୁନାର ପ୍ରଲେପ ଲାଗିଥିବା ଭଳି ପ୍ରତୀୟମାନ ହେଉଥିବା ଏକ ସୁନା ରଥ ବାହାରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏହିପରି ଏକ ରହସ୍ୟମୟ ସୁନା ରଙ୍ଗର ରଥ ସମୁଦ୍ରରେ ଦେଖିବାକୁ ମିଳିଥିଲା।ପରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏହାକୁ ଦେଖି ଆଶ୍ଚର୍ୟ୍ଯ ଚକିତ ହୋଇ ପଡୁଛନ୍ତି। ତେବେ ମାତ୍ର ୪୩ ସେକେଣ୍ଡର ଏହି ଭିଡିଓ ରେ ଯାହା ଦେଖିବା ପାଇଁ ମିଳିଛି, ସମୁଦ୍ର କୂଳରେ ଥିବା ଲୋକମାନେ ଏହି ରଥକୁ ଦେଖି ରଥକୁ ପାଣି ଭିତରୁ ଟାଣି ଟାଣି କୂଳକୁ ଆଣୁଛନ୍ତି। ସେମାନେ କୂଳକୁ ରଥଟିକୁ ଆଣୁଥିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି।

ତେବେ ଏହି ଘଟଣାଟି ପ୍ରକୃତରେ କଣ ହୋଇପାରେ ଏବଂ ଏହା କଣ ଅଟେ ତାକୁ ନେଇ ଶ୍ରୀକାକୁଲମ ଜିଲାର ନୌପଡା ସବ ଇନ୍ସପେକ୍ଟର କହିଛନ୍ତି ଯେ ଏହି ଘଟଣା ବିଷୟରେ ଜାଣିବା ପରେ ଉକ୍ତ ଘଟଣାଟି ଗୁପ୍ତଚର ବିଭାଗକୁ ଜଣାଇ ଦିଆ ଯାଇଛି। ଯାହା କୁହା ଯାଉଛି ଯେ ଏହା ଅନ୍ୟ କେଉଁ ଦେଶରୁ ଆସି ଥାଇପାରେ। ଏଭଳି ଏକ ସୁନାର ରଥ ବିଷୟରେ ତାଙ୍କ ପାଖରେ ଯଦିଓ କିଛି ସୂଚନା ନାହିଁ ତେବେ ତାଙ୍କ କହିବା ଅନୁସାରେ ପୋଲିସ୍ ବିଭାଗ ପକ୍ଷରୁ ଗୁପ୍ତଚର ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ସୂଚନା ଦିଆ ସରିଛି। ଯାହା ଜଣା ପଡ଼ିଛି ଏବେ ଏହି ଘଟଣାର ତଦନ୍ତ ଜାରି ରହିଛି।

ତଦନ୍ତ ପରେ ଜଣା ପଡ଼ିବ ଯେ ପ୍ରକୃତରେ ଏହି ଘଟଣା ଟି କଣ ଏବଂ ରଥ ଭଳି ଲାଗୁଥିବା ଏହି ଜିନିଷଟି କଣ ଅଟେ ଏବଂ ଏହା କେଉଁ ସ୍ଥାନରୁ ଆସିଛି। ଏବେ ଏହି ଖବର ଟି ଅର୍ଥାତ୍ ଏହି ଘଟଣା ର ଦୃଶ୍ୟ ସୋସିଆଲ ମିଡିଆରେ ବେଶ୍ ସେୟାର ହେଉଛି ଏବଂ ଏହାକୁ ଦେଖି ଦର୍ଶକ ମାନେ ମିଶ୍ର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment