Beauty Tips – ଓଠ ଉପରେ ଥିବା ଚୁଟି ବାହାର କରିବାର ସହଜ ଉପାୟ, ଥରେ ବାହାର କଲେ ଆଉ ଆସିବନି

0

ସୁନ୍ଦର ହେବା ପାଇଁ କିଏ ବା ନଚାହେଁ l ନିଜର ମୁହଁକୁ ସବୁବେଳେ ସୁନ୍ଦର ରଖିବା ପାଇଁ ବହୁତ କିଛି ଜିନିଷ ମାର୍କେଟରୁ ଆଣି ଲଗାଇଥାନ୍ତି l ବିଶେଷ କରି ଝିଅ ପିଲାମାନଙ୍କର ଜିନିଷ ମାର୍କେଟରେ ଅଧିକ ଦାମୀ ହୋଇଥାଏ l ଆଧୁନିକ ଦୁନିଆରେ ଝିଅମାନେ ସେମାନଙ୍କ ସୁନ୍ଦରତା ପାଇଁ ବହୁତ ଉପାୟ କରିଥାନ୍ତି l ବହୁତ ସମୟରେ ଏହି ଜିନିଷ ଆମର ବହୁତ କ୍ଷତି ମଧ୍ୟ କରିଥାଏ l ଆମେ ଆମର ଘରେ ରହି ମଧ୍ୟ ଘରୋଇ ଉପଚାରରେ ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି କରି ପାରିବା l

ବହୁତ ଲୋକ ଅଛନ୍ତି, ଯେଉଁମାନେ କି ସେମାନଙ୍କ ଓଠ ଉପରେ ଉଠୁଥିବା ଚୁଟିକୁ ନେଇ ବହୁତ ସମସ୍ୟା ସୃଷ୍ଟି କରୁଛି l ଏହା ପାଇଁ ଯେଉଁମାନେ ବହୁତ ହଇରାଣ ହେଉ ଛନ୍ତି l ସେମାନେ ଏହି ସମସ୍ୟା ଠାରୁ ମୁକ୍ତି ପାଇ ପାରିବେ l ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ l

ଆମେ ଘରୋଇ ଉପଚାର ଆମ ତ୍ୱଚା ପାଇଁ ବହୁତ ଲାଭ ଦାୟକ ହୋଇଥାଏ ଏବଂ ଆପଣଙ୍କ ଓଠ ଉପରେ ଉଠୁଥିବା ଚୁଟିକୁ ସବୁ ଦିନ ପାଇଁ ବାହାରି ଯିବ l ଏହି ଉପଚାର କଲେ ଆମ ତ୍ୱଚା ବହୁତ ଗ୍ଲୋ ଦେଖା ଯିବା ସହ କୋମଳ ମଧ୍ୟ ହୋଇ ଯିବ l ଏହା ଆମ ତ୍ୱଚା ପାଇଁ ବହୁତ ଉପକାରୀ l ଆସନ୍ତୁ ଜାଣବା ଏହି ଘରୋଇ ଉପଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ l ଏହି ଘରୋଇ ଉପଚାରରେ ଆମର ତ୍ୱଚାର କିଛି ହାନିକାରକ ହୋଇ ନଥାଏ l ଏହି ଉପଚାରରେ ଆମକୁ ଉପଶମ ମଧ୍ୟ ମିଳିବ l

ଏହି ଉପଚାରକୁ ତିଆରି କରିବା ପାଇଁ ଆମେ ଗୋଟେରୁ ଦୁଇ ଚାମଚ ବେସନ ଆବଶ୍ୟକ l ଏହି ବେସନରେ ଦୁଇ ବୁନ୍ଦା ନଡ଼ିଆ ତେଲ କିମ୍ବା ଅନ୍ୟ କୌଣସି ତେଲ ମଧ୍ୟ ପକାଇ ପାରିବେ l ଏହାକୁ ଭଲ ଭାବରେ ମିଶାଇ ଦେବା l ତାପରେ ଧୀରେ ଧୀରେ ଗୋଲାପ ଜଳକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ l ଏହି ପେଷ୍ଟକୁ ଘରେ ବନେଇବା ପାଇଁ ବହୁତ ସହଜରେ ଜିନିଷ ମିଳି ଯିବ l

ବେସନ ଆମ ତ୍ୱଚା ପାଇଁ ଲାଭ ଦାୟକ l ଏହି ପେଷ୍ଟକୁ ଚୁଟି ଉଠିଥିବା ଜାଗାରେ ଲଗାଇ ଦିଅନ୍ତୁ l ଏହାକୁ ଶୁଖିବା ପାଇଁ ତାକୁ ପନ୍ଦରରୁ କୋଡିଏ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ l ଏହା ପରେ ପେଷ୍ଟକୁ ଶୁଖି ଗଲା ପରେ ତାକୁ ରଗଡି ରଗଡି ସଫା କରନ୍ତୁ l ସେହି ଜାଗାରେ ପାଣିର ବ୍ୟବହାର କରନ୍ତୁ ନାହିଁ l

ଆପଣ ଭୁଲରେ ବି ପାଣିର ବ୍ୟବହାର କରନ୍ତୁନାହିଁ l ଏହି ସବୁ ସଫା ହୋଇଗଲା ପରେ ଗୋଟିଏ କପଡ଼ାରେ ମୁହଁକୁ ପରିଷ୍କାର କରିଦିଅନ୍ତୁ l ଏହି ଭଳି ଉପଚାର କରିବା ଦ୍ୱାରା ଚୁଟି ସବୁଦିନ ପାଇଁ ଉପୁଡି ଯାଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।