ବେଦୀରେ ସାତଫେରା ନେବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ, ଆଉ ତା ପରେ…ଦେଖନ୍ତୁ ଭିଡ଼ିଓ

0

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ନିଶ୍ଚୟ ଘଟୁଛି , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରାଉଛି । କୌଣସି ଗୋଟେ ଖୁସୀର ମାହାଲ ଚାଲିଥିବା ସମୟରେ ଏମିତି କିଛି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥାଏ , ଖୁସୀର ମାହଲକୁ ସମ୍ପୂର୍ଣ୍ଣ ରୂପେ ଉଦାସୀନ କରି ଦେଇଥାଏ । ତେବେ ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରାଉଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

କନ୍ୟାର ମଥାରେ ସିନ୍ଦୁର ଲାଗି ସାରିଥିଲା , ହାତଗଣ୍ଠି ବି ପଡି ସାରିଥିଲା ଏବଂ ବରମାଳ ପକାଇ ଦୁହେଁ ଦୁହିଁଙ୍କୁ କରି ସାରିଥିଲେ ନିଜର । ସରିବାକୁ ବସିଥିଲା ବାହାଘରର ସବୁ ରୀତିନୀତି କିନ୍ତୁ ଅଗ୍ନିକୁ ସାଖୀ ରଖି ସାତ ଜନମର ସାଥୀ ହେବା ପୂର୍ବରୁ ବେଦି ଉପରେ ଆଖି ବୁଜିଦେଲା କନ୍ୟା । ଉତ୍ତରପ୍ରେଦେଶର ସୀତାୱୀର ରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା , ବେଦୀ ଉପରେ କନ୍ୟାର ଜୀବନ ଚାଲିଯିବା ପରେ ଶେଷରେ ଶାଳୀକୁ ବାହା ହୋଇଛନ୍ତି ବର । ମେ 25 ତାରିଖ ସମୟ ପାଖାପାଖି 8.30 ହେବ ହସଖୁସୀ ଫାଟି ପଡୁଥିଲା ପୂରା ଆଞ୍ଚଳ । ସୁରଭୀ ଙ୍କ ସହ ଚାଲିଥିଲା ମଞ୍ଜେସ୍ ଙ୍କ ବିବାହ , ହଠାତ୍ ମାଡିଆସିଲା ଦୁଃଖର କଳାବାଦଲ ।

ବଡ ଧୁମଧାମ୍ ରେ ବାହାଘର ଚାଲିଥିବା ବେଳେ ସାତ ଫେରା ନେବା ଆଗରୁ ହଠାତ୍ ବେଦୀ ଉପରେ ବେହୋସ୍ ହୋଇଗଲେ ସୁରଭୀ । ଝିଅ ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା , ଆଉ ସେଠାରେ ତାଙ୍କୁ ଡାକ୍ତର ମ଼ୃତ ଘୋଷଣା କରିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ହୃଦଘାତରେ ଚାଲିଯାଇଥିଲା ସୁରଭୀଙ୍କ ଜୀବନ । ଏହି ଖବର ଦୁଇ ପରିବାରଙ୍କୁ ସ୍ତବ୍ଧ କରି ଦେଇଥିଲା । ଅଧାରେ ବାହାଘର ଅଟକିଥିବା ବେଳେ ଖେଳିଯାଇଥିଲା ଶୋକର ଛାୟା , ଆଉ ଏହାପରେ ଯାହା ଘଟିଥିଲା ତାହା ଆତ୍ୟନ୍ତ ରୋଚକ ଥିଲା ।

ଉଭୟ ବର ଘର ଓ କନ୍ୟାଘରର ସହମତିରେ ଏକ ବଡ ନିଷ୍ପତ୍ତି ନିଆ ଯାଇଥିଲା , ପୂରା ହୋଇଥିଲା ଅଧାରେ ଅଟକି ଥିବା ବାହାଘର । ବେଦିରେ ସିନା ବରଙ୍କ ସହ ସୁରଭୀ ନଥିଲେ , ହେଲେ ବରଙ୍କ ହାତ ଧରିଥିଲେ ସୁରଭୀଙ୍କ ସାନ ଭଉଣୀ । ଦୁଇ ପରିବାର ଲୋକଙ୍କ ସହମତିରେ ସୁରଭୀଙ୍କ ସାନ ଭଉଣୀକୁ ସାତ ଜନମର ସାଥୀ କରିଛନ୍ତି ମଞ୍ଜେସ । ତେବେ ବାହଘର ସମୟରେ ସୁରଭୀ ଙ୍କ ଶବକୁ ସେହି ଘରେ ରଖା ଯାଇଥିଲା । ଆଉ ବାହାଘରର ସବୁ ରିତୀନିତୀ ଶେଷ ହେବା ପରେ ସୁରଭୀ ଙ୍କ ଅନ୍ତିମ ସତ୍କାର କରାଯାଇଥିଲା । ମାତ୍ର କିଛି ଟା ସମୟ ମଧ୍ୟରେ ଅନେକ କିଛି କାହାଣୀ ଘଟିଯାଇଥିଲା , ଆଉ ଶେଷରେ ନିଜ ଶୀଳୀଙ୍କ ହାତ ଧରିଥିଲେ ବର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।