ଆଶ୍ଚର୍ଯ୍ୟ ! ଦୁନିଆର ସବୁଠାରୁ ଦାମୀ ଇଞ୍ଜେକ୍ସନ (୧୬ କୋଟି ଟଙ୍କା) ବଞ୍ଚାଇ ପାରିଲା ନାହିଁ ‘ବେଦିନାର’ ଜୀବନ-ପୂରା ଘଟଣା ଜାଣି ନିଶ୍ଚିତ ଦୁଃଖ କରିବେ…

0

ଆଜିକାଲି ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜଣା ରୋଗ ଦେଖିବା ପାଇଁ ମିଳୁଛି। ସେଥିରେ ଛୋଟ ପିଲା ଠାରୁ ବୟସ୍କ ଲୋକ ମାନେ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ଅନେକ ସମୟରେ ଡାକ୍ତର ମାନେ ମଧ୍ୟ ଜାଣି ପାରନ୍ତି ନାହିଁ, କେଉଁ ପ୍ରକାର ରୋଗ। ଏବଂ ଶେଷରେ ନିଜର ପ୍ରାଣ ମଧ୍ୟ ଚାଲିଯାଇଥାଏ। ବେଳେ ବେଳେ ବାପା ମାଆଙ୍କ ଠାରେ ଯେଉଁ ରୋଗ ଦେଖା ଯାଇଥାଏ। ତାହା ପିଲା ମାନଙ୍କ ଠାରେ ମଧ୍ୟ ସେହି ରୋଗ ଦେଖିବା ପାଇଁ ମିଳିଥାଏ। ଏହାକୁ ଜିନ ଗତ ବା ବଂଶ ଗତ ରୋଗ ବୋଲି କୁହାଯାଏ। ଆପଣ ମାନେ ଅନେକ ସମୟରେ ଦେଖିଥିବେ, ଯେ ସଦ୍ୟ ଜନ୍ମିତ ଛୋଟ ପିଲା ଜିନ ଗତ ରୋଗରେ ଆକ୍ରାନ୍ତ ହୋଇ ଶେଷରେ ଆଖି ବୁଜି ଦିଅନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଆପଣ ମାନେ ପୂରା ଘଟଣାଟିକୁ ଜାଣି ସାରିଲା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହି ଦୁଃଖଦ ଘଟଣାଟି ହେଉଛି, ଗୋଟିଏ ୧ ବର୍ଷ ଶିଶୁକୁ ୧୫ କୋଟି ଟଙ୍କାର ଇଞ୍ଜେକ୍ସନ ଦେଲା ପରେ ମଧ୍ୟ ଶେଷରେ ଆଖି ବୁଝିବା ଘଟଣା ଶୋକର ଛାୟା ଖେଳି ଯାଇଛି। ଆପଣ ମାନେ ଏହି ଘଟଣାଟିକୁ ଛୋଟ ଭାବିଲେ ମଧ୍ୟ ଏହା ଛୋଟ ନୁହେଁ, ଏହା ଅତ୍ୟନ୍ତ ଦୁଃଖଦ ଘଟଣା, ପୂରା ଘଟଣା ଜାଣିଲା ପରେ ଆଖିରୁ ଲୁହ ନିଶ୍ଚୟ ଆସିଯିବ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ସୂଚନା ମୁତାବକ ୧ ବର୍ଷର ଶିଶୁ ବେଦିକା ସୌରଭ ସିନ୍ଧେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ତାପରେ ଘୋର ଲୋକ ଅନେକ ହସ୍ପିଟାଲରେ ନେଇ ଦେଖାଇ ଥିଲେ କିନ୍ତୁ କୌଣସି ଡାକ୍ତର ସେହି ରୋଗକୁ ଚିହିଁବାରେ ଅସଫଳ ହୋଇଥିଲେ। ଏହା ପରେ ବେଙ୍ଗାଳୁରୁର ଏକ ହସ୍ପିଟାଲରେ ଏକ ଡାକ୍ତରି ଦଳ ସହାୟତାରେ ତାଙ୍କର ଏହି ରୋଗ ବିଷୟରେ ଜଣା ପଡିଥିଲା। ପରୀକ୍ଷାରୁ ଜଣାପଡ଼ିଲା କି ବେଦିକା ସ୍ପାଇନଲମସ୍କୁଲର ଆଟ୍ରାଫି ନାମକ ଗମ୍ଭୀର ରୋଗରେ ପୀଡ଼ିତ, ତେବେ ଏହି ରୋଗରେ କେବଳ ୧୮ ମାସରୁ ୨ ବର୍ଷ ମଧ୍ୟରେ ମୃତ୍ୟୁ ହୋଇଯାଇଥାଏ।

ଏହି ରୋଗ ଜିନଗତ ରୋଗ ବା ବଂଶଗତ ରୋଗ ଅର୍ଥାତ ପିତା ମାତାଙ୍କ ଠାରୁ ଏହି ରୋଗ ଆସିଥାଏ। ତେବେ ବେଦିନା ଏହି ରୋଗର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଡାକ୍ତରମାନେ ପରାମର୍ଶ ଦେଇଥିଲେ, ଯେ କେବଳ ଆମେରିକାରେ ପ୍ରସ୍ତୁତ ZOLGENSMA ଇଞ୍ଜେକ୍ସନ ହିଁ ଭଲ କରିପାରିବ। ତେବେ ଏହାର ମୂଲ୍ୟ ଅନେକ ରହିଛି, ଏହାକୁ ଦୁନିଆରୁ ସବୁଠାରୁ ଦାମୀ ଇଞ୍ଜେକ୍ସନ ବୋଲି କୁହାଯାଏ। ସୋସିଆଲ ମିଡିଆରେ ଫୋଣ୍ଡ ଜମା କରି ଆମେରିକାରୁ ୧୬ କୋଟି ଟଙ୍କାର ଇଂଜେକସନ ଦିଆଯାଇଥିଲା। ତେବେ ଡାକ୍ତରରଙ୍କ ଅପ୍ରାଣ ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।