ବେଦିରେ ବରକୁ କଷିଦେଲା କନିଆଁ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ବନ୍ଧୁଗଣ ଆଜିର ସମାଜର କିଛି ଏମିତି ଦୃଶ୍ୟ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ ଯାହା ଦେଖି ଆପଣ ବି ଅବାକ୍ ହୋଇ ଯାଉଥିବେ। ଯାହା ଦେଖିବାକୁ ମିଳୁଛି କିଛି ଯୁବପିଢି ଅନେକ ସମୟରେ ସେମାନଙ୍କର ଏପରି କିଛି ହରକତ କୁ ଦେଖାଇଥାନ୍ତି ଯାହା ସାଧାରଣରେ ଚର୍ଚ୍ଚା ଏବଂ ସମାଲୋଚନା ର ବିଷୟ ପାଲଟି ଯାଏ। ବେଳେବେଳେ ଏହାକୁ ନେଇ ଲୋକେ ମିଶ୍ର ପ୍ରତିକ୍ରିୟା ମଧ୍ୟ ଦେଉଥିବା ଦେଖିବାକୁ ମିଳିଥାଏ। ତେବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ।

ଯାହା ଦେଖିବା ଭଳି ଏଵଂ ଭିନ୍ନ ଧରଣର ବିଷୟ ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଆଉ ଏହା ଏମିତି ଏକ ଘଟଣା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏଠାରେ ବାହାଘରର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ବାଜା ବଜାଇ, ରୋଷଣୀ କରି ବର ଆସି କନ୍ୟା ଘରେ ପହଞ୍ଚିଛି। ବରଯାତ୍ରୀ ରେ ଧୁମ୍ ନାଚିଲେ ବର ପକ୍ଷ। ତେବେ କନ୍ୟା ଘର ତରଫରୁ ମଧ୍ୟ ବରଯାତ୍ରୀ କୁ ଭଲଭାବରେ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ଆଉ ଯେତେବେଳେ ବରଣ ମାଳା ପକାଇବା ସମୟ ଆସିଲା ସେତେବେଳେ ବର, କନ୍ୟା ଉପରେ ବରଣ ମାଳା ପକାଇଲା।

ଯେତେବେଳେ କନ୍ୟାର ବରଣ ମାଳା ପକାଇବା ସମୟ ଆସିଲା ସେତେବେଳେ କନ୍ୟା ମାଳା ପକାଇବା ପରିବର୍ତ୍ତେ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲା। ଆଉ ରାଗ ତମ୍ ତମ ହୋଇ ବେଦୀ ମଣ୍ଡପ ରୁ ତଳକୁ ଉଲ୍ହାଇ ଆସିଲା। ସର୍ବସମ୍ମୁଖରେ କନ୍ୟା ବା ଏହି ନବବଧୂ ଜଣଙ୍କ ଯେଉଁଭଳି ମାଡ଼ ମାରିବା ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜ୍ୟର ଏକ ଗ୍ରାମରେ। ଯେଉଁଠି ଏଭଳି ଏକ ଘଟଣା କୁ ବେଦୀ ମଣ୍ଡପ ଉପରେ ଦେଖି ଅବାକ୍ ହୋଇ ଯାଇଛନ୍ତି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ।

ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ସେୟାର ହେଉଥିବା ବେଳେ କଣ ପାଇଁ କନ୍ୟା ଜଣଙ୍କ ଏପରି କଲେ, ଚାପୁଡ଼ା ବର୍ଷା କରି ଚାଲିଲେ ତାର କାରଣ ସ୍ପଷ୍ଟ ହୋଇନାହିଁ। ଯାହା କୁହା ଯାଉଛି କି ବର ଜଣଙ୍କ ମଦ ପିଇଥିବା କାରଣରୁ କନ୍ୟା ଜଣଙ୍କ ଏପରି କାର୍ଯ୍ୟ କରିଥିଲେ।ପରେ ବହୁତ୍ ବୁଝା ସୁଝା କରିବା ପରେ ଯାଇ କନ୍ୟା ଜଣଙ୍କ ମଣ୍ଡପ ଉପରକୁ ଆସିଥିବା କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment