ବେକରେ ଦଉଡି ଦେଇ ମହିଳା କଲେ ଆତ୍ମହତ୍ୟା, ହେଲେ ମୃତ ମା’ର ହାତକୁ ଧରି ଡାକୁଛି 2 ବର୍ଷର କୁନିପୁଅ, ଏହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳିଛି। ଚୋରି, ଡକାୟତ, ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢି ବଢି ଚାଲିଛି। ବର୍ତ୍ତମାନ ଆଜି କାଲିର ଲୋକେ ମାନେ ଏକ ଚାପ ଆଡକୁ ଗତି କରିବାକୁ ଲାଗୁଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅନେକ ସମସ୍ୟାର ସମ୍ମୁଖିନ ହୋଇ ଥାଆନ୍ତି। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢି ଚାଲନ୍ତି ଓ ସମାଜରେ ଆଉ କିଛି ଲୋକ ଅଛନ୍ତି ଆସୁଥିବା ସମସ୍ୟାକୁ ସମାଧାନ ନ କରି ଦୁଃଖ ଯନ୍ତ୍ରଣାରେ ରହି ଥାଆନ୍ତି। ସେମାନେ ସେତବେଳେ ନିଜ ଜୀବନକୁ ହୀନ ଭାବି ନେବା ସଙ୍ଗେ ସଙ୍ଗେ ଜୀବନର ଆଉ କୌଣସି ବି ମୂଲ୍ୟ ନାହିଁ ବୋଲି ଭାବି ନେଇ ଥାଆନ୍ତି ଏବଂ ନିଜ ଜୀବନ ହରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆଜି କାଲିର ସମାଜରେ ମନୁଷ୍ୟ ଆତ୍ମହତ୍ୟାକୁ ସବୁ ସମସ୍ୟାର ସମାଧାନ ବୋଲି ଭାବୁଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି କୁନି ପୁଅଟି ମାଆର ଶବକୁ ଜାବୁଡି ଧରିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଭବାନୀପାଟଣା ଥାନା ଅନ୍ତର୍ଗତ ଦର୍ପଣ ସାଗର ପଡ଼ାରୁ ହୃଦୟ ବିଦାରକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରମ୍ଭା ରାଉତ ନାମକ ଜଣେ ମହିଳା ଛଅ ମାସ ହେଲା ନିଜ ସାନ ପୁଅକୁ ଧରି ସେହି ଅଞ୍ଚଳରେ ଏକ ଭଡା ଘର ନେଇ ରହୁଥିଲେ। ହଠାତ ଅଚାନକ ଭାବରେ ସେହି ଭଡା ଘରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ସେହି ମହିଳାଙ୍କ ମୃତ ଦେହ ଝୁଲୁ ଥିବା ସମୟରେ, ସେହି ମହିଳାଙ୍କ କୁନି ପୁଅଟି ତାଙ୍କ ହାତ ଧରି ଖେଳୁ ଥିଲା।

ଏଭଳି ଦୃଶ୍ୟକୁ ଦେଖି ସେଠାକାର ସ୍ଥାନୀୟ ଲୋକ ମାନେ ଭିଡ଼ ଜମାଟ କରି ଦେଇଥିଲେ ଓ ଏଥି ସହିତ ସେମାନେ ଏଭଳି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଦୁଃଖ ପ୍ରକାଶ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ମାନେ ପୋଲିସ ନିକଟକୁ ଖବର ଦେଇଥିଲେ। ପୋଲିସ ଏହି ଖବର ପାଇ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ଆସି ପହଁଛି ଯାଇ ଥିଲେ। ସେଠାରେ ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ତାଙ୍କ ପରିବାର ଲୋକ ମାନେ ଆସିଲେ ଯାଇଁ ସବୁ ତଥ୍ୟ ଜଣାଯିବ। ଏଥି ସହିତ ଏହି ଘଟଣା କେତେବେଳେ ଘଟିଛି ତାହା ଜଣା ପଡି ନାହିଁ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।