ବେଲ ପତ୍ରର ଆଶ୍ଚର୍ଯ୍ୟ ଜନକ ଉପକାରିତା, ନିଜେ ଦେଖନ୍ତୁ ଏବଂ ଅନ୍ୟକୁ ସେୟାର କରନ୍ତୁ

0

ବେଲପତ୍ରକୁ ପୁରାତନ ଯୁଗରୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ , ଏହା ଆମର ସୁନ୍ଦରତା ବଢାଇବା ସହିତ ପେଟ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ବେଲପତ୍ର ର ବିଶେଷ ଉପକାରିତା ବିଷୟରେ ।

1. ଜ୍ୱର କୁ ନିୟନ୍ତ୍ରଣ କରେ :-

ଯଦି ଆପଣଙ୍କୁ ଜ୍ୱର ଆସିଥାଏ କିମ୍ୱା ଛୋଟ ପିଲାଙ୍କୁ ଜ୍ୱର ହୋଇଥାଏ ସେତେବେଳେ ବେଲ ପତ୍ରର କାଢା ପ୍ରସ୍ତୁତ କରି , ଏହାର ସେବନ କଲେ ଜ୍ୱର ଶୀଘ୍ର ଛାଡି ଯାଇଥାଏ ।

2. ହୃଦରୋଗ ରୁ ରକ୍ଷାକରେ :-

ବେଲପତ୍ର ହୃଦରୋଗୀ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ , ବେଲପତ୍ରର କାଢା ବନାଇ ଏହାର ସେବନ କଲେ ଏହା ହୃତପିଣ୍ଡକୁ ଶକ୍ତ କରିଥାଏ ।

3. ଶରୀରର ତାପକୁ ନିୟନ୍ତ୍ରଣ କରେ :-

ବେଲପତ୍ର ଶରୀରର ତାପକୁ ନିୟନ୍ତ୍ରଣ କରିବାରେ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଶରୀରର ତାପ ବଢି ଯାଇଥାଏ କିମ୍ୱା ଶରୀରରେ ଅଧିକ ତାପ ଯୋଗୁଁ ମୁହଁ ରେ ଛାଉ ହୋଇଯାଏ ତେବେ ବେଲ ପତ୍ରକୁ ପାଟିରେ ପକାଇ ଏହାକୁ ଚୋବାଇ ପକାନ୍ତୁ । ଏହା ବହୁତ ଲାଭଦାୟକ ହୋଇଥାଏ ।

4. ଅର୍ଶ ରୋଗର କଷ୍ଟ ଦୂର କରେ :-

ଅର୍ଶ ରୋଗୀ ମାନଙ୍କ ପାଇଁ ବେଲପତ୍ର କୌଣସି ଅମୃତରୁ କମ ନୁହେଁ । ଅର୍ଶ ରୋଗ ହୋଇଥିଲେ ବେଲ ପତ୍ରକୁ ଶୁଖାଇ ଏହାକୁ ଗୁଣ୍ଡ କରି ଏଥିରେ ମିଶ୍ରି ମିଶାଇ ଏହାର ଗୁଣ୍ଡ ତିଆରି କରନ୍ତୁ । ଏହି ଗୁଣ୍ଡକୁ ପ୍ରତିଦିନ ସକାଳୁ ସନ୍ଧ୍ୟାରେ ପାଣି ସହିତ ମିଶାଇ ଏହାର ସେବନ କରନ୍ତୁ । ଅଧିକ କଷ୍ଟ ହେଉଥିଲେ ଏହି ଗୁଣ୍ଡକୁ ଦିନରେ ଦୁଇ ରୁ ତିନିଥର ସେବନ କରନ୍ତୁ ଏହା ଦ୍ୱାରା ଅର୍ଶ ରୋଗ ଭଲ ହୋଇଥାଏ ।

5. ଚେହେରା ରୁ ଦାଗ ଦୂର କରିଥାଏ :-

ଯଦି ଆପଣଙ୍କ ଚେହେରା ରେ କୌଣସି ଦାଗ ଚିହ୍ନ ଥାଏ ତେବେ ଆପଣ ବେଲପତ୍ରର ଲେପ ତିଆରି କରି ଏହାକୁ ବ୍ୟବହାର କଲେ ଚେହେରା ରୁ ଦାଗ ଏବଂ ଚିହ୍ନ ଦୂର ହୋଇ ଯାଇଥାଏ । କିଛି ବେଲପତ୍ରକୁ ଧୋଇ ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ସେହି ସେହି ପେଷ୍ଟ କୁ ଫେସରେ 30 ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଥଣ୍ଡାପାଣି ସାହାର୍ଯ୍ୟରେ ଏହାକୁ ଧୋଇ ଦିଅନ୍ତୁ ।

6. ତ୍ୱଚାକୁ କୋମଳ ରଖେ :-

ଯଦି ଆପଣ ନିଜ ଚେହେରାକୁ କୋମଳ ରଖିବା ପାଇଁ ଚାହୁଁଛନ୍ତି ତେବେ ଏକ ଚାମଚ ବେଲପତ୍ର ରସ ରେ ଗୋଟିଏ ଚାମଚ ମହୁ ମିଶାଇ ଏହାକୁ ପାଣି ରେ ପକାଇ ଏହାର ସେବନ କରନ୍ତୁ । ଏହା ତ୍ୱାଚାରେ ପ୍ରାକୃତିକ ଉପାୟରେ ସୁନ୍ଦରତା ବଢିଥାଏ ।

7. ଶରୀରର ଦୁର୍ଗନ୍ଧ ଦୂର କରେ :-

ଖରାଦିନରେ ଝାଳ ବାହାରିବା ଯୋଗୁଁ ଶରୀରରେ ଦୁର୍ଗନ୍ଧ ବାହାରିଥାଏ , ଅନେକ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଇଥାଏ । ଏମିତି କ୍ଷେତ୍ରରେ ଆପଣ ବେଲପତ୍ର ନେଇ ଗ୍ରାଇଣ୍ଡର ସାହାର୍ଯ୍ୟରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଗାଧୋଇବାର 1 ଘଣ୍ଟା ପୂର୍ବରୁ ଶରୀରରେ ଲଗାଇ ତାପରେ ଧୋଇ ଦିଅନ୍ତୁ । ଏହିପରି ଗୋଟିଏ ସପ୍ତାହ କରନ୍ତୁ ଶରୀରର ଦୁର୍ଗନ୍ଧ ସମସ୍ୟା ଦୂର କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।