ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ 33 କୋଟି ଦେବା ଦେବୀ ଙ୍କୁ ପୂଜା କରିଥାନ୍ତି ଲୋକମାନେ | ତେବେ ତାହା ସହିତ ଆମର ଏଭଳି କିଛି ଗଛ ରହିଥାଏ ଯାହାକୁ ପୂଜା ଅର୍ଚନା କରିଲେ ଅନେକ ସମୟରେ ଆମକୁ ଶୁଭ ଫଳ ପ୍ରାପ୍ତି ହେବା ସହିତ ଧନ ବର୍ଷା ହେବାର ମଧ୍ୟ ଯୋଗ ରହିଥାଏ | ତେବେ ସେହିଭଳି ଏକ ଗଛ ହେଉଛି ବେଲ ଗଛ | ତେବେ ଆସନ୍ତୁ ଆଜି ଆମେ ବେଲ ଗଛର ଗୁଣ ବିଷୟରେ ଜାଣିବା ଯାହାକୁ ଘରର କେଉଁ ସ୍ଥାନରେ ଲଗେଇଲେ ଓ ପୂଜା କରିଲେ ଆମ ର ଧନ ବର୍ଷା ହେବ, ଆଉ କଣ କରିଲେ ଅମଙ୍ଗଳ ହେବ ସେ ବିଷୟରେ ଜାଣିବା |
ତେବେ ଆମେ ସମସ୍ତେ ଜାଣିଥିବା କି ବେଲ ଗଛ ରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି, ଆଉ ଯାହା ସାହାଯ୍ୟରେ ଆମେ ମାନେ ଅନେକ ପ୍ରକାରର ଉପକାର ପାଇଥାଉ ଏହି ବେଲ ଗଛର ପତ୍ର କୁ ବ୍ୟବହାର କରିକି | ଏହା ସହିତ ବେଲ ଗଛ କୁ ଆମେ ଅନେକ ସମୟରେ ମାତା ଲକ୍ଷ୍ମୀ ଙ୍କର ଅଂଶ ବୋଲି ମଧ୍ୟ କହିଥାଉ | ଆଉ ତାହା ସହିତ ହର ଆଉ ପାର୍ବତୀ ଙ୍କର ପ୍ରିୟ ହୋଇଥାଏ ଏହି ବେଲ ପତ୍ର ବୋଲି କୁହାଯାଇଥାଏ | ଆଉ ବେଲ ପତ୍ର ରେ ଥିବା ତିନୋଟି ପତ୍ର କୁ ବ୍ରହ୍ମଆଁ, ବିଷ୍ଣୁ ଆଉ ମହେଶ୍ୱର ବୋଲି ମଧ୍ୟ କୁହାଯାଇଥାଏ |
1- ତେବେ କୁହାଯାଉଛି ବି ଯଦି ଆପଣ ମାନେ ବେଲ ଗଛ ର ମୂଳ ରେ ପ୍ରତେକ ଦିନ ଗାଧୋଇ ସାରି ପାଣି ଢାଳିବେ ଆଉ ଭକ୍ତି ର ସହିତ ପୂଜା କରିବେ ତାହେଲେ ଚାକିରୀ କ୍ଷେତ୍ରରେ ସଫଳତା ସହିତ ଧନ ଜନିତ ସମସ୍ୟା ମଧ୍ୟ ଦୁରେଇ ଯିବ |
2- ଯଦି ଆପଣ ବେଲ ପତ୍ର ରେ ଚନ୍ଦନ ଲଗାଇ ଶିବ ଆଉ ପାର୍ବତୀ ଙ୍କ ମୁଣ୍ଡରେ ଅର୍ପଣ କରିବେ ତାହେଲେ ମଧ୍ୟ ଧନ ଜନିତ ଶଙ୍କଟ ଆଉ ଦେଖା ଯିବ ନାହିଁ |
3- ତେବେ କୁହାଯାଉଛି କି ବେଲ ଗଛ ର କାଠି କୁ ଯଦି ଆମେ ଚନ୍ଦନ ପରି ଘରେଇ ଶିବ ଙ୍କ ମୁଣ୍ଡରେ ଦେବା ଓ ତାହାକୁ ଆମର ମସ୍ତକରେ ମଧ୍ୟ ଧାରଣ କରିବା ତାହେଲେ ଆମକୁ କୋଟି ପୁଣ୍ୟ ମିଳିଥାଏ ବୋଲି କୁହାଯାଉଛି |
4-ଏହା ଛଡା ଆହୁରି ମଧ୍ୟ କୁହାଯାଉଛି କି ସୋମବାର ଓ ଚତୁର୍ଦଶୀ ଦିନ ଯଦି ଆମେ ବେଲ ଗଛ ମୂଳରେ ଧୂପ ଆଉ ଦୀପ ଦେବା ଓ ତାହା ସହିତ ଆମେ ବେଲ ଗଛ ର ଚେର କୁ ଆଣିକି ନାଲି ସୂତା ରେ ଗୁନ୍ଥି ହାତରେ ବାନ୍ଧିବା ତାହେଲେ ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୁରେଇ ଯିବ ଆମ ଠାରୁ ବୋଲି କୁହାଯାଉଛି |
5-ଏହା ଛଡା ବେଲ ଗଛର ମୂଳରେ ହର ପାର୍ବତୀ ଙ୍କର ମନ୍ତ୍ର ଜପ କରିବା ଯୋଗୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ | ଏହା ଛଡା ବେଲ ଗଛର ଛାଇ ଘର ଉପରେ ପଡିବା ଯୋଗୁ କୌଣସି ବି ଖରାପ ଦୃଷ୍ଟି ଘର ଉପରେ ପଡେ ନାହିଁ |
ବେଲ ଗଛ ଘରର କେଉଁ ଦିଗ ରେ ରହିବା ଶୁଭ ଫଳ ମିଳିଥାଏ :-
ବେଲ ଗଛ ସାଧାରଣତଃ ଉତ୍ତର ଓ ଉତ୍ତର ପୂର୍ବ ଦିଗ ରେ ରହିଲେ ଶୁଭ ହୋଇଥାଏ, ପୂର୍ବ ଦିଗ ରେ ରହିଲେ ଶୁ ସନ୍ତାନ ମିଳେ, ପଶ୍ଚିମ ଦିଗ ରେ ରହିଲେ ଧନ ଓ ଦକ୍ଷିଣ ରେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୁଏ |
ଏହା ଥିଲା ବେଲ ଗଛ ସମ୍ବଧୀୟ ସମସ୍ତ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।