ବେଲ ଗଛ ଏହା ଏକ ଏପରି ଗଛ ଅଟେ ଯିଏକି ସମସ୍ତ ସଂସାର ଭିତରେ ଦୁର୍ଲ୍ଲଭ ଅଟେ।ବେଲ୍ ଗଛର ଦିବ୍ୟତା ଦୁର୍ଲ୍ଲଭତା ଔଷଧୀୟ ଗୁଣ କ୍ଷମତା ପାଇଁ ସମସ୍ତ ଦେବା ଦେବୀଙ୍କ ଅତ୍ୟନ୍ତ ହୋଇଥାଏ। ପୁରାଣରେ ମଧ୍ୟ ବେଲ୍ ଗଛର ଅନେକ ଚମତ୍କାରିତା ବାବଦରେ ବର୍ଣ୍ଣନା କରା ଯାଇଛି। ତେବେ ଆଜି ଆମେ ଆଜି ଜାଣିବା ବେଲ ଗଛର ଉପକାରିତା ଏବଂ ଔଷଧୀୟ ଗୁଣ ବାବଦରେ ଏହା ସହିତ ଆମେ ଆପଣଙ୍କୁ କହିବୁ ବେଲ ଗଛକୁ ଗୃହର କେଉଁଠି ଆଉ କିପରି ରଖିଲେ ବାସ୍ତୁ ଦୋଷ ଦୂର ହେବା ସହିତ ଧନର ବର୍ଷା ହୋଇଥାଏ।
୧-ବେଲଗଛରେ ସାକ୍ଷାତ ଶିବ ଏବଂ ଶକ୍ତିଙ୍କର ବାସ ହୋଇଥାଏ । ବେଲପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି।ଅର୍ଥାତ ବ୍ରହ୍ମା, ବିଷ୍ଣ ଓ ମହେଶ୍ଵର ବାସ କରନ୍ତି ।ତେଣୁ ପ୍ରତିଦିନ ଗାଧୋଇ ସାରି ବେଲଗଛରେ ପାଣି ଦେଲେ କୋଟି ପୂଣ୍ୟ ମିଳିଥାଏ। ଏବଂ ଶିବ ଶକ୍ତିଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।ଯାହା ଦ୍ଵାରା ସେହି ମଣିଷ ସମସ୍ତଙ୍କୁ ବଶ କରିବାର ଶକ୍ତି ଲାଭ କରିଥାଏ ଏହା ସହିତ ଧନ ବୃଦ୍ଧି ପାଇଥାଏ।
୨-ବେଲପତ୍ର ହେଉଛି ଭଗବାନ ଶିବ ଏବଂ ସମସ୍ତ ଦେବାଦେବୀଙ୍କ ଅତ୍ୟନ୍ତ ପ୍ରିୟ ପତ୍ର ଯାହାକି ଶୁଖି ଯାଇଥାଏ କିନ୍ତୁ କେବେ ବାସି ହୁଏନାହିଁ । ଏହି ପତ୍ରରେ ଚନ୍ଦନ ଲଗାଇ ଶିବ ଏବଂ ଦେବୀଙ୍କୁ ଅର୍ପଣା କଲେ ମନୁଷ୍ୟର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।
୩-ବେଲଗଛର କାଠିକୁ ମଧ୍ୟ ଚନ୍ଦନ ପରି ଘୋରି ଶିବ ତଥା ଦେବୀଙ୍କୁ ଟିକା ଲଗାଇଲେ ମଧ୍ୟ କୋଟି ପୁଣ୍ୟର ପ୍ରାପ୍ତି ହୋଇଥାଏ।
୪-ସୋମବାର କିମ୍ବା ଚତୁର୍ଦଶୀ ଦିନ ବେଲଗଛ ମୂଳରେ ଧୂପ, ଦୀପ, ଭୋଗ ଏବଂ ପଣା ଅର୍ପଣ କରି ସେହି ବେଲଗଛର ଛେରକୁ ଆଣି ଏକ ଲାଲ ସୂତାରେ ଗୁନ୍ଥି ଶରୀରରେ ଧାରଣ କଲେ, ବାହାରର ନକରାତ୍ମକତା ଏବଂ ଦୁଷ୍ଟଶକ୍ତିକୁ ଶରୀରରେ ପ୍ରବେଶ କରିବାକୁ ଦିଏନାହିଁ।
୫ -ଯଦି ବିବାହ ଏବଂ ସନ୍ତାନ ପ୍ରାପ୍ତିରେ ବିଳମ୍ବ ହେଉଛି କିମ୍ଵା କୌଣସି ସମସ୍ୟା ଲାଗି ରହିଛି ତେବେ ବେଲ ଗଛର ଚେରକୁ ନିଜ ଶରୀରରେ ଧାରଣ କରନ୍ତୁ।
୬- ବେଲ ଗଛ ମୂଳରେ ବସି ଶିବ ଏବଂ ଶକ୍ତିଙ୍କ ମନ୍ତ୍ର ଜପ କରନ୍ତୁ ସବୁ ମନସ୍କାମନା ପୂର୍ଣ୍ଣ ହେବ।
ବେଲ ଗଛ ଘରର କେଉଁ ଦିଗରେ ରହିଲେ କଣ ହୋଇଥାଏ:-
ବେଲଗଛ ଏପରି ଏକ ଦିବ୍ୟ ଗଛ ଯାହା ଘରର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଶୁଭ ଫଳ ଦେଇଥାଏ ଏବଂ ଏହି ବେଲ୍ ଗଛର ଛାଇ ଘର ଉପରେ ପଡିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରର ନକରାତ୍ମକତା ମଧ୍ୟ ଦୂର ହୋଇଥାଏ।
୧.ବେଲ ଗଛ ଉତ୍ତର କିମ୍ବା ଉତ୍ତର-ପୂର୍ବ ଐଶନ କୋଣରେ ରହିଲେ ଧନ ବା ଅର୍ଥର ଅଭାବ ହୁଏ ନାହିଁ ଆଉ ସବୁ ଆଡୁ ଧନର ଆଗମନ ହୋଇଥାଏ।
୨.ଘରର ପୂର୍ବ ଦିଗରେ ବେଲଗଛ ରହିଲେ ଘରେ ଶାନ୍ତି ବଜାୟ ରହିଥାଏ।
୩.ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ।
୪.ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ଯା ଦୂର ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।