ଆଜି ଆପଣଙ୍କୁ ଏକ ମନ୍ତ୍ର ଟେ କହିବି ଯାହାକୁ ଆପଣ ଜପ କଲେ ଅତି ଶୀଘ୍ର ଶ୍ରୀ ହନୁମାନ ପ୍ରଶନ୍ନ ହୁଅନ୍ତି । ଶ୍ରୀ ହନୁମାନ ଙ୍କର ଅପାର ଶକ୍ତିର ଲାଭ କରିଥାନ୍ତି । ହନୁମାନ ଙ୍କର ଅପାର ଶକ୍ତି ବିଷୟରେ ଆପଣ ଜାଣିଥିବେ । ଯଦି ଥରେ ହନୁମାନ କୌଣସି ବ୍ୟକ୍ତି ଉପରେ ସନ୍ତୋଷ ହୁଅନ୍ତି ତାହାଲେ ସେହି ବ୍ୟକ୍ତି ର ଭାଗ୍ୟ ଫିଟି ଯାଏ । ହନୁମାନ ତାଙ୍କ ଭକ୍ତଙ୍କର କେବେବି ହାତ ଛାଡ଼ନ୍ତି ନାହିଁ ।
ହନୁମାନ ଙ୍କର ଦୟାରୁ ତାଙ୍କର ପ୍ରିୟ ଭକ୍ତ ଙ୍କର ଜୀବନରେ କେବେବି ଦୁଃଖ ଆସେନାହିଁ । ତେବେ ଚାଲନ୍ତୁ ଜାଣିବା ଯେ ସେହି ମହାମନ୍ତ୍ର କଣ ?
ହନୁମାନଙ୍କର ଏହି ପ୍ରିୟ ମନ୍ତ୍ରଟି ହେଉଛି ‘ରାମ ‘ ରାମ ନାମ ହେଉଛି ମହାବଳି ହନୁମାନଙ୍କର ପ୍ରିୟ ମହା ମନ୍ତ୍ର । ଆପଣ ମାନେ ଏହି ରାମ ନାମର ମହିମା ଉଣା ଅଧିକେ ଜାଣିଥିବେ । ଏହି ରାମ ନାମ ବିଷୟରେ ପୁରାଣ, ବେଦ ଆଦିରେ ବର୍ଣନା କରିଛନ୍ତି ।
ରାମ ନାମ ମାତ୍ର ଥରେ ଉଚ୍ଚାରଣ କଲେ ମନୁଷ୍ୟ ର ସମସ୍ତ ପାପ ନଷ୍ଟ ହୋଇଯାଏ । ଆପଣ ଜାଣି ଥିବେ ଯେ ରାମ ନାମ ଉଚ୍ଚାରଣ କରି ହନୁମାନ ସାତ ସମୁଦ୍ର ପାରି କରିଥିଲେ । ସେହି ପରି ବିଭୀଷଣ ରାମନାମ ଉଚ୍ଚାରଣ କରି ବିଶାଳ ସୌଭାଗ୍ୟ ର ଅଧିକାରୀ ହୋଇଥିଲା ।
ହନୁମାନଙ୍କର ପ୍ରିୟ ବାର ବୋଲି ମଙ୍ଗଳ ବାର କୁ ମାନାଯାଏ କାରଣ ଏହି ଦିନ ମହାବୀର ହନୁମାନ ଜନ୍ମନେଇ ଥିଲେ । ତେଣୁ ଏହି ଦିନକୁ ହନୁମାନ ଙ୍କର ଦିନ ବୋଲି କୁହା ଯାଏ । ସମସ୍ତ ଭକ୍ତ ହନୁମାନ ଙ୍କର ହବିଷ ଏହି ଦିନ କରନ୍ତି । ଯଦି କେହି ଭକ୍ତ ହନୁମାନ ଙ୍କର ପ୍ରତିମା ପାଖରେ ବସି କୌଣସି ସ୍ଥାନରେ ବସି ଆଖି ବୁଜି ଶହେ ଆଠ ଥର ରାମ ନାମ ଉଚ୍ଚାରଣ କରନ୍ତି ତାହାଲେ ସେହି ବ୍ୟକ୍ତି ଉପରେ ଶ୍ରୀ ହନୁମାନ ପ୍ରସନ୍ନ ହୁଅନ୍ତି ।
ଶ୍ରୀ ହନୁମାନ ଙ୍କର ଦୟାରୁ ସେହି ମଣିଷ ର ଧନର ଅଭାବ ରହେ ନାହିଁ । ତାଙ୍କର ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ । ହନୁମାନ ସେହି ଭକ୍ତ ଙ୍କର ସମସ୍ତ ବିପଦ କୁ ମୋଚନ କରନ୍ତି । ଯଦି ସେହି ଭକ୍ତ ଉପରେ କୌଣସି କଳା ଛାଇ ର ପ୍ରଭାବ ରହିଥାଏ । ତେବେ ତାହାଲେ ସେସବୁ ଦୂର ହେବ ।
ହନୁମାନ ଶ୍ରୀ ରାମଙ୍କ ପ୍ରିୟ ତଥା ରାମ ହନୁମାନଙ୍କର ପ୍ରିୟ ଦେବତା ସେ ରାମଙ୍କ ର ବଡ଼ ଭକ୍ତ ଅଟନ୍ତି । ତେଣୁ ରାମ ନାମ ଉଚ୍ଚାରଣ କଲେ ହନୁମାନ ଙ୍କର ଦୟାରୁ ସେ ଭକ୍ତର ସମସ୍ତ ପାପ କ୍ଷୟ ହୁଏ ।
ଯଦି କୌଣସି ଭକ୍ତ ଦିନରେ ସମୟ ପାଆନ୍ତି ନାହିଁ ରାମ ନାମ ନେବାରେ ମାତ୍ର ଥରେ ମଧ୍ୟ ଭକ୍ତିରେ ଡାକିଲେ ହନୁମାନ ଖୁସି ହୁଅନ୍ତି l ଏହି ପରି ବେଦରେ ମଧ୍ୟ୍ୟ ରାମ ନାମ ବିଷୟରେ ବର୍ଣନା ହୋଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।