ଭାରତର ସବୁଠୁ କମ ବୟସର IPS ଅଫିସର ହେଲେ ସୋଫିନ ହାସନ , ମା ଦିନ ମଜୁରୀ ଲାଗି ପଢାଉଥିଲେ କିନ୍ତୁ ସେ ଏବେ

ଆମ ଦେଶ ପାଇଁ ଏକ ଗର୍ବର ବିଷୟ ପାଲଟିଛନ୍ତି ସଫିନ୍ ହାସନ୍ , ସେ ବହୁତ ଅଳ୍ପ ବୟସରେ ଯୁବ ଆଇ.ପି.ଏସ ଭାବେ ନିଯୁକ୍ତି ହୋଇଛନ୍ତି । ସଫିନ୍ ହାସନ୍ 2017 ମସିହାରେ ୟୁ.ପି .ଏସ. ସି ପରିକ୍ଷାରେ 517 ରାଙ୍କ ରେ ଉତ୍ତିର୍ଣ୍ଣ ହୋଇଥିଲେ । ବସୟ ମାତ୍ର 22 ବର୍ଷ ହୋଇଥିଲେ ଗୁଜୁରାଟର ଏହି ସଫିନ୍ ଏହି ସଫଳତା ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ତାଙ୍କ ବିଷୟର ସମ୍ପୂର୍ଣ୍ଣ ଖବର ।

22 ବର୍ଷିୟ ସଫିନ୍ ହାସନ୍ ଙ୍କୁ ପୋଲିସ ସେବା ଆଧିକାରୀ ଭାବରେ ଯାମ୍ ନଗରରେ ନିଯୁକ୍ତି ଦିଆଯାଇଛି ଏବଂ ସେ ସେଠାରେ 23 ଡିସେମ୍ୱର 2019 ରୁ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟଭାର ସମ୍ଭାଳୁ ଅଛନ୍ତି । ସଫିନ୍ ହାସନ୍ ଗଜୁରାଟର ସୁରତ୍ ର ବାସିନ୍ଦା ଅଟନ୍ତି ଏବଂ ସେ ସୁରତର ଏକ ପ୍ରଥମିକ ବିଦ୍ୟାଳୟରୁ ପାଠ ପଢା ଆରମ୍ଭ କରି ଗୁଜୁରାଟି ମିଡିଅମ୍ରେ ସମ୍ପୂର୍ଣ୍ଣ କରିଥିଲେ । ସଫିନ୍ ଦଶମ ଶ୍ରେଣୀରେ 92 ପ୍ରତିଶତ ନମ୍ୱର ରଖିଥିଲେ ଏବଂ ଦ୍ୱାଦଶ ଶ୍ରେଣୀରେ ସେ ବିଜ୍ଞାନ ବିଭାଗରେ ପଢିବା ପାଇଁ ଇଚ୍ଛା କରିଥିଲେ ।

କିନ୍ତୁ ତାଙ୍କ ଠାରେ ପଠା ପଢାଇବା ପାଇଁ ସେତେ ପରିମାଣରେ ଟଙ୍କା ନଥିଲା ଏବଂ ସେହି ସମୟରେ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାଥମିକ ବିଦ୍ୟାଳୟ ତିଆରି ହୋଇଥିଲା । ସେଠାକାର ଶିକ୍ଷକମାନେ ସଫିନ୍ ଙ୍କ ପାଇଁ ଅଧା ପଇସା ଛାଡ କରିଥିଲେ । ଗୋଟିଏ ଦିନ ସେହି ବିଦ୍ୟାଳୟକୁ କଲେକ୍ଟର ଅଫିସର ଆସିଥିଲେ ଏବଂ ତାଙ୍କୁ ସମସ୍ତେ ସମ୍ମାନ କରିବା ସହିତ ଆଭ୍ୟର୍ଥନା ମଧ୍ୟ ଜଣାଉଥିଲେ । ଏହା ଦେଖି ସଫିନ୍ କୁ ଭଲ ଲାଗିଥିଲା ଏବଂ ସେ ଅନ୍ୟ ମାନଙ୍କ ଠାରୁ ପଚାରି ବୁଝିଥିଲେ କି କଲେକ୍ଟର ହେଉଛନ୍ତି ଏକ ଜିଲ୍ଲାର ରାଜା ପରି ଅଟନ୍ତି ।

ତାଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥାଏ , ସେହି ଦିନ ଠାରୁ ସଫିନ କଲେକ୍ଟର ହେବା ପାଇଁ ନିର୍ଣ୍ଣୟ କରିଥିଲେ । ସଫିନ ଙ୍କୁ ୟୁପିଏସ ପଢିବା ପାଇଁ ଦିଲ୍ଲୀ ଯିବା ର ଥିଲା ଏବଂ ସେଥିପାଇଁ ଅଧିକ ଟଙ୍କା ମଧ୍ୟ ଆବଶ୍ୟକ ଥିଲା । ସେହି ଗ୍ରାମର ହୁସେନ ଭାଇ ଓ ଜରିନା ବେହେନ୍ ତାଙ୍କୁ ଆର୍ଥିକ ସାହାର୍ଯ୍ୟ କରିଥିଲେ । ସଫିନ୍ ବାଇକରେ ୟୁ ପି ଏସ ପରିକ୍ଷା ଦେବା ପାଇଁ ଯିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଥିଲା , ସେଥିରେ ତାଙ୍କର ବହୁତ ଆଘାତ ମଧ୍ୟ ହୋଇଥିଲା । ଏହା ପରେ ମଧ୍ୟ ସେ ପରିକ୍ଷା ଦେବା ପାଇଁ ଯାଇଥିଲେ ଏବଂ ତାଙ୍କର ଶେଷ ପରିକ୍ଷା ପରେ ଆଣ୍ଠୁ ଅପରେସନ ହୋଇଥିଲା ।

ତାଙ୍କର ମାତା ପିତା ଏକ ହୀରା ୟୁନିଟରେ କାମ କରୁଥିଲେ ଏବଂ ସେହି ସମୟରେ କାର୍ଯ୍ୟରେ ମାନ୍ଦା ହେତୁ ତାଙ୍କର ଚାକିରୀ ଚାଲିଯାଇଥିଲା । ଏହା ପରେ ବାପା ମା ଉଭୟ ଅନ୍ୟ ଘରେ କାମ କରି ପୁଅକୁ ପାଠ ପଢାଉଥିଲେ । ବାପା ମାଙ୍କର ଏପରି ସଂଘର୍ଷ ଦେଖି ପୁଅ କିଛି କରିବ ବୋଲି ଚିନ୍ତା କଲା , ଶେଷରେ ସେ ନିଜ ଚିନ୍ତାକୁ ସଫଳ କରି ଦେଖାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment