ଭାରତରେ ବର୍ତମାନ କେତୋଟି ରାଜ୍ୟ ଅଛି ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି , ସାହାସ ଅଛି ତ ଉତ୍ତର ଦିଅ

0

ଆପଣ ମାନେ ସମସ୍ତେ ଜାଣିଛନ୍ତି ଆଜିିର ସମୟରେ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନ ତଥା ବୁଦ୍ଧିମାନର ପ୍ରଶ୍ନ ଗୁଡିକ ଆସିଥାଏ । ଅନେକ ପିଲାମାନଙ୍କୁ ଏହାର ଉତ୍ତର ଜଣା ନଥାଏ ଫଳରେ ସେମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ବହୁତ କଷ୍ଟକର ହୋଇଥାଏ । ସେଥିପାଇଁ ପ୍ରଥମେ ଆପଣ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଆବଶ୍ୟକ , ଯାହାଫଳରେ ଆପଣ ଆପଣଙ୍କର ଲକ୍ଷ୍ୟସ୍ଥଳରେ ସହଜରେ ପହଞ୍ଚି ପାରିବେ । ତେବେ ଆସନ୍ତୁ ଜାଣିବା କେତେକ ବୁଦ୍ଦିମାନର ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ

1 ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ?
ଉତ୍ତର – ପଣସ ।

2 ସେ କିଏ ଯାହାକୁ ଖାଇବାକୁ ଦେଲେ ବଞ୍ଚିଯାଏ କିନ୍ତୁ ପିଇବାକୁ ଦେଲେ ମରିଯାଏ ?
ଉତ୍ତର – ନିଆଁ ।

3 ଭାରତର କେଉଁ ପ୍ରଧାନ ମନ୍ତ୍ରୀ ବିବାହ କରି ନଥିଲେ ?
ଉତ୍ତର – ଅଟଳବିହାରୀ ବାଜପେୟୀ ।

4 ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ , ଯୁଆଡେ ଗଲେ ଯାଏ ସିଏ କହଭାଇ କହ କଣ ସିଏ ?
ଉତ୍ତର – ନିଜର ଛାଇ ।

5 ବାବାଜୀ ନୁହେଁ ସେ ବଢିଛି ଦାଢି , ପାଦତଳ ଯାକେ ଆସିଛି ମାଡି , ପିଲାଏ ଖେଳନ୍ତି ଦାଢିରେ ଦୋଳି , ପକ୍ଷୀଏ ଖାଆନ୍ତି ତାରି କୋଳି ?
ଉତ୍ତର – ବରଗଛ ।

6 କେଉଁ କାମ ଝିଅ ମାନେ ପଛ ଅପେକ୍ଷା ଆଗରେ କରିବାକୁ ଭଲ ପାଆନ୍ତି ?
ଉତ୍ତର – ନିଜର ପ୍ରଶଂସା ।

7 ସେ କିଏ ଯାହାର ଡେଣା ନଥିଲେ ମଧ୍ୟ ଜନ୍ମ ହେବା ପରେ ସାଙ୍ଗେ ସାଙ୍ଗେ ଉଡିଥାଏ ?
ଉତ୍ତର – ଧୂଆଁ ।

8 ତାହା କେଉଁ ଶବ୍ଦ ଯାହାକୁ ଆମେ ଲେଖିଥାଉ କିନ୍ତୁ ପଢିପାରୁ ନାହିଁ ?
ଉତ୍ତର – ନାହିଁ ।

9 ତାହା କଣ ଯାହା ଭାଇ ପାଖରେ ଦୁଇଟି ଏବଂ ଭଉଣୀ ପାଖରେ ତିନୋଟି ଅଛି ?
ଉତ୍ତର – ଅକ୍ଷର ।

10 ତାହା କଣ ଯିଏ ଭାଙ୍ଗିଗଲା ପରେ ସମସ୍ତେ ଖୁସୀ ହୁଅନ୍ତି ?
ଉତ୍ତର – ରେକର୍ଡ ।

11 କବାଟ ପଡିଲେ ଦିନ ବି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର ?
ଉତ୍ତର – ଆଖି ।

12 ଝିଅ ମାନଙ୍କ ର କେଉଁଠି ଆଙ୍ଗୁଠି ପୁରେଇଲେ ପାଣି ବାହାରେ ?
ଉତ୍ତର – ଆଖି ।

13 କୁରକୁରି ଚିପ୍ସ ପ୍ୟାକେଟ ରେ କେଉଁ ଗ୍ୟାସ ଭର୍ତ୍ତି ହୋଇଥାଏ ?
ଉତ୍ତର – ନାଇଟ୍ରୋଜେନ ।

14 କେଉଁ ଗଛର ଡାଳ ସୁନାଠାରୁ ଅଧିକ ଦାମିକା ହୋଇଥାଏ ?
ଉତ୍ତର – ଲାଲଚନ୍ଦନ ।

15 କେଉଁ ରାଜ୍ୟର ଲୋକମାନେ ସବୁଠାରୁ ଅଧିକ ମଦ ପିଅନ୍ତି ?
ଉତ୍ତର – ତ୍ରିପୁରା ।

16 ଭାରତରେ ବର୍ତମାନ କେତୋଟି ରାଜ୍ୟ ଅଛି ?

ଉତ୍ତର -29

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।