ଆଶ୍ଚର୍ଯ୍ୟ ! ପ୍ରଥମଥର ପାଇଁ ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ, ଗୋଟିଏ ମାଆ ପେଟରୁ ଏକାଥରେ ଜନ୍ମନେଲେ ୪ଟି ଶିଶୁ, ଆଉ ମୁଁ ହେଲି ମାମୁଁ

0

ବର୍ତ୍ତମାନର ସମାଜରେ ଅନେକ ପ୍ରକାର ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳୁଛି , ଯାହାକି ଲୋକମାନେ କେବେହେଲେ ମନରେ ଚିନ୍ତା ମଧ୍ୟ କରି ନଥିବେ କି ସମାଜରେ ଏମିତି କିଛି ଘଟି ପାରେ । ଆପଣ ମାନେ ନିଶ୍ଚିତ ରୂପେ ଶୁଣିବାକୁ ପାଇଥିବେ ଯେ ଭାରତରେ ହେଉ ବା ଓଡିଶାରେ ହେଉ ଜଣେ ମା ଗର୍ଭରେ ଅତିକମ୍ ରେ ଏକ ରୁ ଦୁଇ ବା ତିନଟି ପିଲା ଜନ୍ମ ହୋଇଥିବାର ଶୁଣିବାକୁ ପାଇଥିବେ । ହେଲେ ଆମ ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଛି ଯେ , ଜଣେ ମା ଙ୍କ ଗର୍ଭରୁ ଏକାଥରକେ 4 ଟି ଶିଶୁ ଜନ୍ମ ନେବା କଥା । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉଥିଲେ ମଧ୍ୟ ଏହା ସତ୍ୟ ଅଟେ ।

ସୂଚନା ଅନୁସାରେ ଏମିତି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଶରଣକୂଳରେ । 4ଟି ଶିଶୁ ର ମା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଛବି ନାମକ ଜଣେ ମହିଳା , ସେ ଅନେକ ଅଭାବ ଅନଟନରେ ଜୀବନ ବିତାଉଥିଲେ । ତାଙ୍କ ପାଇଁ ପେଟରେ ଗଣ୍ଡେ ଦାନା ଦେବା ମଧ୍ୟ ବହୁତ କଷ୍ଟକର ହୋଇପଡୁଥିଲା , ମାତ୍ର ତାଙ୍କର ଏପରି ପରିସ୍ଥିତିରେ ଅଭିନେତା ତଥା ସମାଜିକ ପ୍ରେମୀ ସବ୍ୟସାଚୀ ମହାପାତ୍ର ତାଙ୍କ ପାଇଁ ଦେବଦୂତ ସାଜିଥିଲେ । ସେ ଏକ ଘୋରଇ ଆମ୍ୱୁଲାନ୍ସ ଯୋଗାଡ କରି ଏବଂ ମେଡିକାଲ ଟିମ ମାନଙ୍କ ସହିତ ଯୋଗାଯୋଗ କରି ଏସ୍ ସିବି ମେଡିକାଲକୁ ପଠାଇଥିଲେ ।

ଡକ୍ଟର ମାନେ ମହିଳାଙ୍କର ବିଭିନ୍ନ ଅଂଶକୁ ପରିକ୍ଷା କରିବା ପରେ ଜାଣିବାକୁ ପାଇଥିଲେ , ଯେ ସେ ସିକିଲ ସେଲ, ଜଣ୍ଡିସ ଏବଂ ଆମୋନିଆ ଭଳି ରୋଗରେ ପୀଡିତ ଥିବାର ଜାଣିବାକୁ ପାଇଲେ । ଡାକ୍ତର ମାନଙ୍କ ପାଇଁ ମହିଳାଙ୍କୁ ସୁରକ୍ଷିତ ଭାବରେ ବଞ୍ଚାଇବା ବହୁତ କଷ୍ଟକର ଥିଲା । ମାତ୍ର ଏହି କେସ କୁ ଏସ୍ ବିସି ଡାକ୍ତରୀ ଟିମ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ । ଡକ୍ଟର ଟିମ ମାନଙ୍କ ମିଳିତ ସହଯୋଗ ଓ ତା ସହିତ ରକ୍ତ ବିଭାଗ , ଯକୃତ ବିଭାଗ ଏକାଠି ହୋଇ ମିଳିତ ପ୍ରୟାସ କରି ମା ସହ 4ଟି ଶିଶୁର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।

ଡକ୍ଟର ତୁଷାର କରଙ୍କ ନେତୃତ୍ୱରେ ମହିଳାଙ୍କର ନର୍ମାଲ ଭାବେ ପ୍ରସବ କରାଯାଇଥିଲା , ବର୍ତ୍ତମାନ 4 ଟି ଶିଶୁ ସହ ମା ମଧ୍ୟ ସୁସ୍ଥ ଅଛନ୍ତି । ଭାରତ ଓ ଓଡିଶା ଚିକିତ୍ସା ଇତିହାସ ରେ ଏକ ବିରଳ ଘଟଣା ବୋଲି ଏସ୍ ବିସି ଡାକ୍ତରୀ ଟିମ କହିଛନ୍ତି । ମା ଏବଂ ଶିଶୁ ସୁସ୍ଥ ହେବାର ଖବର ପାଇଁ ଅଭିନେତା ସବ୍ୟସାଚୀ ମଧ୍ୟ ବହୁତ ଖୁସୀ ଅଛନ୍ତି ଓ ଡାକ୍ତରୀ ଟିମ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାଛଡା ସବ୍ୟ କହିଛନ୍ତି କି ମୁଁ ମାମୁଁ ହୋଇଗଲି , ଏଥିପାଇଁ ମୁଁ ବହୁତ ଖୁସୀ ପ୍ରକାଶ କରୁଛି । ଭଗବାନ ସମସ୍ତଙ୍କୁ ଭଲ ରେ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।