ଭାରତୀୟ କୃଷକ ସଂଘର ଚରମ ଚେତାବନୀ : ଫେବୃଆରୀ ୬ ରେ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ଆହୁରି ତୀବ୍ର ସହ ଚକା ଜାମ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଦେଶର ମେରୁଦଣ୍ଡ ହେଉଛି ଦେଶର କୃଷକ।ମାତ୍ର ଆଜି ଦେଶର ମେରୁଦଣ୍ଡ ରାଜ ରାସ୍ତାରେ ବଶିଛି, କିନ୍ତୁ ତାଙ୍କ ଡାକ ଶୁଣୁ ନାହାଁନ୍ତି କେନ୍ଦ୍ର ସରକାର।ତେବେ ଦିନକୁ ଦିନ ତୀବ୍ର ହେଉଛି ଏହି ଚାଷୀ ଆନ୍ଦୋଳନ।ଦିଲ୍ଲୀ ରେ କୃଷକ ମାନେ ତାଙ୍କର ବିଭିନ୍ନ ଦାବୀ ନେଇ ପ୍ରାୟ ଏକ ମାସ ହେବ ଗର୍ଜୁଛନ୍ତି।କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ ଆଇନ କୁ ବିରୋଧ ହୋଇ ଆସୁଛି।ଚାଷୀଙ୍କ ଅଧିକାର କୁ କର୍ପୋରେଟ ସଂସ୍ଥା ମାନଙ୍କ ହାତକୁ ଟେକି ଦିଆ ଯାଉ ଥିବାରୁ ବିଜେପି ବିରୋଧ ରେ ରାଜନୈତିକ ଆକ୍ରୋଶ ବଢି ଚାଲିଛି।ତେଣୁ ଦେଶର କୃଷି ସଙ୍ଗଠନ ର ନେତା ମାନେ ଦିନ ରାତି ଆନ୍ଦୋଳନ ରେ ବସିଛନ୍ତି।

ତେବେ ସାଧାରଣତନ୍ତ୍ର ଦିବସ ଦିନ ଦେଶର ଐତିହାସିକ ସ୍ଥାନ ଦିଲ୍ଲୀ ର ଲାଲକିଲା ରେ ଯେଉଁଠି ଦେଶର ସ୍ୱାଭିମାନ କୁ ବଜାୟ ରଖିବା ପାଇଁ ତ୍ରିରଙ୍ଗା ପତାକା ଉଡା ଜାଏ ସେହି ଦିନ କୃଷକ ମାନେ ବିକ୍ଷାପ ପ୍ରଦର୍ଶନ କରି ନିଜର ଝଣ୍ଡା ଉଡ଼ାଇ ଥିଲେ । ଏମିତି କି ପୂର୍ବରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ ସାଧାରଣନ୍ତ୍ର ଦିବସ ପରି ପବିତ୍ର ଦିନ ରେ ଧଜ୍ଜିଆ ଉଡ଼ାଇ ତଲଓ୍ୱାର, ଲାଠି ଓ ପଥର ମାଡ଼ କରି ହିଂସା ସୃଷ୍ଟି କରିଥିଲେ। ଏହା ସହିତ ଏକ ଟ୍ରାକ୍ଟର ରାଲି ଦ୍ଵାରା ନିଜର ଆନ୍ଦୋଳନ ଜାରି କରିଥିଲେ ।

ତେବେ ଏହି ଆନ୍ଦୋଳନ ପରେ କିଛି ଦିନ ଶାନ୍ତି ଦେଖିବା ପାଇଁ ମିଳି ଥିଲା କିନ୍ତୁ ଏବେ ଆସନ୍ତା ୬ ତାରିଖ ରୁ ଦେଶବ୍ୟାପୀ ଆନ୍ଦୋଳନ କରିବାର ସୂଚନା ମିଳିଛି। ଚାଷୀ ନେତା ବଲବୀର ସିଂ ରାଜେୱାଲା ଏବଂ ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ଯେ ୬ ଟାରିଖରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ ଅବରୋଧ କରାଯିବ।

ତେବେ କୃଷକ ଆନ୍ଦୋଳନ କୁ ଅବରୋଧ କରିବା ପାଇଁ ଓ ହିଂସା କୁ ରୋକିବା ପାଇଁ ପୋଲିସ ମାନେ ମଧ୍ୟ ଦିନରାତି କାର୍ଯ୍ୟରତ ଥିବାର ସୂଚନା ଅନୁସାରେ। ଗାଜିପୂର୍ ସୀମା ରେ ଦିଲ୍ଲୀ ପୋଲିସ କମିଶନର ଏସ୍ ଏନ୍ ଶ୍ରୀ ବାସ୍ତବ ପହଞ୍ଚି ଅଛନ୍ତି ଓ ସ୍ଥିତି ର ସମୀକ୍ଷା କରିଛନ୍ତି। ଏହା ସହିତ ଦିଲ୍ଲୀ ପୋଲିସ୍ ଆକାଶ ମାର୍ଗ ରୁ କୃଷକ ମାନଙ୍କ ଉପରେ ନଜର ରଖିଛି ।

ସୂଚନା ଅନୁସାରେ ସାଧାରଣତନ୍ତ୍ର ଦିବସର ଉତ୍ତେଜନା ପରେ ସୀଙ୍ଘୁ ସୀମା ରେ ମଧ୍ୟ ଉତ୍ତେଜନା ଦେଖା ଯାଇଥିଲା ଯେଉଁଠି ଚାଷୀ ଓ ସାଧାରଣ ଲୋକ ମାନେ ସାମ୍ନା ସାମ୍ନି ହୋଇଥିଲେ । ଜଣାଇ ଦେଉଛୁ ଯେ ଯେଉଁ କୃଷି ଆଇନ୍ ବିଲ୍ ପାସ ହୋଇଥିଲା ସେହି ବିଲ୍ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି ଓ ଯେପର୍ଯ୍ୟନ୍ତ ଏକ ବିଶେଷ କମିଟି ଗଠନ ନହୋଇ ଏହି ସ୍ଥିତି ର ସମୀକ୍ଷା ନକରିବେ ସେତେ ଦିନ ଜାଏ ଏହି ଆଇନ ଲାଗୁ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।